abhipsa
ବାରିପଦା (ମାନିକ୍ ଲାଲ୍ ପାଣି): ମିସେସ୍ ଇଣ୍ଡିଆ ପ୍ରତିଯୋଗିତା ଜିତିଲେ ବାରିପଦା ବୋହୂ। ସେ ହେଉଛନ୍ତି ଅଭିପସା ଦାସ ଦେ। ଅଭିପସା ବାରିପଦାର ବୋହୂ ହେଲେ ତାଙ୍କ ଘର ଝାରସୁଗୁଡ଼ାଜିଲ୍ଲାରେ। ଦିଲ୍ଲୀରେ ଆୟୋଜିତ ଟିସ୍କା ମିସ୍ ୟୁନିଭର୍ସରେ ସାଉଥ ଜୋନରୁ ସେ ଏହି ମୁକୁଟ ହାସଲ କରିଛନ୍ତି।
/odisha-reporter/media/post_attachments/wp-content/uploads/2021/09/abhipsa.jpg3_.jpg)
ପୂର୍ବରୁ ସେ ଜଣେ ମେକଅପ୍ ଆର୍ଟିଷ୍ଟ ଭାବେ ବିଭିନ୍ନ ର୍କୋସ କରି ପରିଚିତ ଥିଲେ। ପରେ ସେ ଇଣ୍ଟରନେଟରୁ ମଡେଲିଂ ବିଷୟରେ ଜାଣିବାକୁ ପାଇଥିଲେ ଏବଂ ପରବର୍ତ୍ତୀ ସମୟରେ ସେଥିପ୍ରତି ମନ ବଳାଇଥିଲେ। ଦିଲ୍ଲୀର ଏକ ହୋଟେଲରେ ଆୟୋଜିତ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ସେ ଭାଗ ନେଇଥିଲେ।
/odisha-reporter/media/post_attachments/wp-content/uploads/2021/09/abhipsa.jpg4_.jpg)
ଦେଶ ଓ ବିଦେଶରୁ ଆସିଥିବା ୭୦ ଜଣ ପ୍ରତିଯୋଗୀଙ୍କୁ ସେ ପଛରେ ପକାଇ ସେ ଏହି ମୁକୁଟ ହାସଲ କରିଛନ୍ତି। ଆଗକୁ ଯୁବ ପିଢ଼ିଙ୍କୁ ଫ୍ୟାଶନ ଏବଂ ମଡେଲିଂ ବିଷୟରେ ଶିକ୍ଷା ଦେବାସହ ସମାଜ ସେବା କରିବାର ଇଛା ରଖିଛନ୍ତି। ବିବାହିତା ହେବା ସହ ପାରିବାରିକ ଦାୟିତ୍ୱକୁ ସମ୍ଭାଳି ସେ ଅନେକ ପରିଶ୍ରମ କରି ଏହି ସଫଳତା ହାସଲ କରିଛନ୍ତି।
/odisha-reporter/media/post_attachments/wp-content/uploads/2021/09/abhipsa.jpg2_.jpg)
ପ୍ରତିଯୋଗିତାରେ ସଫଳ ହେବା ନେଇ ସେ କହିଛନ୍ତି, ପ୍ରଥମେ ମୁଁ ସେତେଟା ଆତ୍ମବିଶ୍ୱାସୀ ନଥିଲି। ଧିରେ ମୁଁ ଗୋଟିଏ ପରେ ଗୋଟିଏ ରାଉଣ୍ଡ ଅତିକ୍ରମ କରି ଯେତେବେଳେ ଫାଇନାଲରେ ପହଞ୍ଚିଲି, ମୋର ମନୋବଳ ବଢ଼ିଥିଲା। ଫାଇନାଲିଷ୍ଟ ହେବା ପରେ ମୁଁ ସାଧାରଣ ଜ୍ଞାନ ଉପରେ ଅଧିକ ଫୋକସ୍ କରିଥିଲି। ଏହାସହ ନ୍ୟୁଟ୍ରିସନ୍ ଓ ସ୍କିନ୍ ଉପରେ ବେଶୀ ଫୋକସ୍ କରିଥିଲି। ଯଦି ପାଖରେ ଇଚ୍ଛାଶକ୍ତି ଥିବ, ତାହେଲେ ନିଶ୍ଚୟ ଆଗକୁ ବଢ଼ିପାରିବ ବୋଲି ସେ ଯୁବପିଢ଼ିକୁ ପରାମର୍ଶ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/09/abhipsa.jpg)