Advertisment

ବ୍ରହ୍ମରେ ଲୀନ ହେଲେ ବ୍ରହ୍ମାନନ୍ଦ; ସମସ୍ତଙ୍କ ଆଖିରେ ଲୁହ

ଟ୍ରେନ୍‌ ଛାଡ଼ିବାର କିଛି ସମୟରେ ବାହାନଗା ବଜାରରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଆଉ ଚାଲି ଯାଇଥିଲା ସମସ୍ତଙ୍କ ଜୀବନ। ଏ ଖବର ପ୍ରକାଶ ପାଇବା ପରେ ଲୁହରେ ଭିଜିଥିଲା ଫୁଟକିଶୋଳ ଗାଁ।

Baripada

Baripada

Advertisment

ବ୍ରହ୍ମରେ ଲୀନ ହେଲେ ବ୍ରହ୍ମାନନ୍ଦ! ଇଏ ହେଉଛନ୍ତି ସେହି ବ୍ରହ୍ମାନନ୍ଦ, ଯିଏ ଭୋକ ବିକଳରେ ଦାଦନ ଖଟିବାକୁ ଚେନ୍ନାଇ ଯାଉଥିଲେ। ହେଲେ ଅଧା ରାସ୍ତାରେ ଧୋକା ଦେଇଥିଲା ଲୌହ ଦାନବ। ସୁଖର ସଉଦା କରିବାକୁ ଯାଇ ପରିବାରକୁ ଦୁଃଖ ଦେଇଯାଇଥିଲେ। ବାହାନଗା ବଜାରରେ ଘଟିଥିବା ଭୟଙ୍କର କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ଚାଲି ଯାଇଥିଲା ବ୍ରହ୍ମାନନ୍ଦ ଦାସଙ୍କ ଜୀବନ। ଦୁର୍ଘଟଣା ଘଟିବାର ମାସେ ଶୁକ୍ରବାର ଗାଁକୁ ଫେରିଛି ମୃତଦେହ। ସମସ୍ତଙ୍କ ଆଖିରେ ଲୁହ।

Advertisment

ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ୍‌ ଫୁଟକିଶୋଳ ଗାଁ ବ୍ରହ୍ମାନନ୍ଦ ଦାସ ୪ ସାଙ୍ଗଙ୍କ ସହ ଦାଦନ ଖଟିବାକୁ ଚେନ୍ନାଇ ଯାଉଥିଲେ। ବାଲେଶ୍ୱର ଷ୍ଟେସନ୍‌ରୁ ସମସ୍ତେ ଟ୍ରେନ୍‌ ଚଢ଼ିଥିଲେ। ଟ୍ରେନ୍‌ ଛାଡ଼ିବାର କିଛି ସମୟରେ ବାହାନଗା ବଜାରରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଆଉ ଚାଲି ଯାଇଥିଲା ସମସ୍ତଙ୍କ ଜୀବନ। ଏ ଖବର ପ୍ରକାଶ ପାଇବା ପରେ ଲୁହରେ ଭିଜିଥିଲା ଫୁଟକିଶୋଳ ଗାଁ। କାରବିଳମ୍ୱ ନକରି ଧାଇଁ ଆସିଥିଲେ ବାହାନଗା ବଜାର ଷ୍ଟେସନ୍‌। ଶବର ପାହାଡ଼ ଭିତରେ ବହୁ ଖୋଜାଖୋଜି ପରେ ବ୍ରହ୍ମାନନ୍ଦଙ୍କ ମୃତଦେହ ଚିହ୍ନଥିଲେ ତାଙ୍କ ଭାଇ ଭବାନୀ ଶଙ୍କର ଦାସ। ହେଲେ ପଶ୍ଚିମବଙ୍ଗ ପୁରୁଲିଆ ଅଞ୍ଚଳର ଏକ ପରିବାର ସେହି ମୃତଦେହକୁ ତାଙ୍କର ବୋଲି ଦାବି କରିଥିଲେ। ଯେଉଁଥିପାଇଁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଅଡୁଆରେ ପଡ଼ି ଯାଇଥିଲା। ଡିଏନ୍‌ଏ ଟେଷ୍ଟ ପାଇଁ ଦୁଇ ପରିବାରଠାରୁ ସାମ୍ପୁଲ୍‌ ନେଇଥିଲା। ଭବାନୀଶଙ୍କର ଓ ବ୍ରହ୍ମାନନ୍ଦଙ୍କ ପୁଅଠାରୁ ରକ୍ତ ନମୂନା ସଂଗ୍ରହ କରାଯାଇଥିଲା।

ଶୁକ୍ରବାର ରେଲୱେ ତରଫରୁ ବ୍ରହ୍ମାନନ୍ଦଙ୍କ ପରିବାର ଲୋକଙ୍କ ପାଖକୁ ଫୋନ୍‌ କଲ ଯାଇଥିଲା। ଡିଏନ୍‌ଏ ଟେଷ୍ଟ ସାମ୍ପୁଲ ମ୍ୟାଚ୍‌ କରାଯାଇଥିବା କୁହାଯାଇଥିଲା। ଏହା ପରେ ପୂରା ପରିବାର ଏମ୍‌ସ ଆସିଥିଲେ। କାଗଜପତ୍ର କାମ ସରିବା ପରେ ରାତିରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା।

Advertisment

ଆଜି ସକାଳେ ଗାଁରେ ପହଞ୍ଚିଥିଲା ବ୍ରହ୍ମାନନ୍ଦଙ୍କ ମୃତଦେହ। ପ୍ରାୟ ମାସେ ପରେ ଘରକୁ ଫେରିଲା ପୁଅର ମୃତଦେହ। ସମସ୍ତଙ୍କ ଆଖିରେ ଲୁହ। ମାଟିର ଚଟାଣରେ ବାହୁନି ହେଉଛନ୍ତି ବ୍ରହ୍ମାନନ୍ଦଙ୍କ ପତ୍ନୀ। ପିଲାମାନେ ବାପାଙ୍କ ମୃତଦେହ ଦେଖି ଧର୍ଯ୍ୟ ହରା ହେଉଛନ୍ତି। ପରେ ଗାଁ ବ୍ରହ୍ମାନନ୍ଦଙ୍କ ମୃତଦେହ ସଂସ୍କାର କରାଯାଇଛି।

ରିପୋର୍ଟ-ବାରିପଦାରୁ ମାଣିକଲାଲ ପାଣି

Bhubaneswar Aiims BalasoreTrainAccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe