Advertisment

ମଣିଷକୁ ପଶୁ ଇଂଜେକସନ ଦେଇଥିବା କ୍ୱାକ୍‌ଙ୍କ ପତ୍ତା ମିଳୁନି; ନିଲମ୍ବିତ ହେଲେ ଏଏସ୍‌ଆଇ

କରଞ୍ଜିଆ(ଦୀପକ ମହନ୍ତ ): ମଣିଷକୁ ପଶୁ ଇଂଜେକସନ ଦେଇଥିବା କ୍ୱାକ୍‌ ବିଶ୍ୱନାଥ ବେହେରାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଏକ ଲିଖିତନାମା ରଖି ଛାଡ଼ି ଦେଇଥିବା ପୁଲିସ୍‌ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୟୂରଭଞ୍ଜ ଏସ୍‌ପି।  ଏବେ ସମ୍ପୃକ୍ତ କ୍ୱାକ୍‌ଙ୍କ ପତ୍ତା ମିଳୁ ନ ଥିବା ବେଳେ ନିଲମ୍ବିତ ହେଲେ ମହୁଲଡିହା ଥାନା ଏଏସଆଇ ପବିତ୍ର  ମୋହନ  ରାଉତ। କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ […]

author-image
Niharika Rout
ଅଦ୍ୟତନ ହୋଇଛି
ମଣିଷକୁ ପଶୁ ଇଂଜେକସନ ଦେଇଥିବା କ୍ୱାକ୍‌ଙ୍କ ପତ୍ତା ମିଳୁନି; ନିଲମ୍ବିତ ହେଲେ ଏଏସ୍‌ଆଇ

police

କରଞ୍ଜିଆ(ଦୀପକ ମହନ୍ତ ): ମଣିଷକୁ ପଶୁ ଇଂଜେକସନ ଦେଇଥିବା କ୍ୱାକ୍‌ ବିଶ୍ୱନାଥ ବେହେରାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଏକ ଲିଖିତନାମା ରଖି ଛାଡ଼ି ଦେଇଥିବା ପୁଲିସ୍‌ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୟୂରଭଞ୍ଜ ଏସ୍‌ପି।  ଏବେ ସମ୍ପୃକ୍ତ କ୍ୱାକ୍‌ଙ୍କ ପତ୍ତା ମିଳୁ ନ ଥିବା ବେଳେ ନିଲମ୍ବିତ ହେଲେ ମହୁଲଡିହା ଥାନା ଏଏସଆଇ ପବିତ୍ର  ମୋହନ  ରାଉତ। କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୟୂରଭଞ୍ଜ ଏସ୍‌ପି ରିଷିକେଶ ଡ୍ୟାନଦେଓ ଖିଲାରୀ ।

Advertisment

ଗତ ଶନିବାର ବିଶ୍ୱନାଥ ବେହେରା ନାମକ କ୍ୱାକ୍‌ ମହୁଲଡିହା ଗ୍ରାମକୁ ଯାଇଥିବା ବେଳେ ସେଠାରେ ଅଣ୍ଟା ବିନ୍ଧା ରୋଗୀ ଶ୍ରୀକାନ୍ତ ମହାନ୍ତଙ୍କୁ ଏକାଥରେ ୩ଟି ପଶୁ ଇଞ୍ଜେକସନ ଦେଇଥିଲେ। ଶ୍ରୀକାନ୍ତଙ୍କ ପୁଅ ଇଞ୍ଜେକସନ ଖୋଳ ଦେଖି ତାହା ମଣିଷଙ୍କର ନୁହେଁ, ପଶୁଙ୍କର ବୋଲି ଜାଣିଥିଲେ। ଏହାପରେ  ବିଶ୍ୱନାଥଙ୍କୁ ଧରି ମହୁଲଡିହା ଥାନା ଜିମା ଦେଇଥିଲେ। ସେତେବେଳେ କାର୍ଯ୍ୟରତ ଥିବା ASI ପବିତ୍ର ମୋହନ ରାଉତ ଏକ ରାଜିନାମା ଲେଖାଇ କ୍ୱାକଙ୍କୁ ଛାଡି ଦେଇଥିଲେ  ।

ଇଂଜେକସନ ନେଇଥିବା ଶ୍ରୀକାନ୍ତ ମହାନ୍ତ ଏନେଇ ଲିଖିତ ଅଭିଯୋଗ କରିବା ପରେ ବିଶ୍ୱନାଥଙ୍କ ନାଁରେ ହତ୍ୟା ଉଦ୍ୟମ, ଭୁଲ ଇଂଜେକସନ ଦେଇ ଠକିବା ଏବଂ କାର୍ଯ୍ୟରେ ଅବହେଳା ପରି ସଙ୍ଗୀନ ଦଫାରେ ଏକ ମାମଲା ରୁଜୁ ହୋଇଥିଲା। ହେଲେ ଏହା ମଧ୍ୟରେ କ୍ୱାକଜଣକ ଫେରାର ହେବାରେ ସମର୍ଥ ହେବାରୁ ପୁଲିସ୍‌ ତାଙ୍କୁ ଧରିବାକୁ ଚେଷ୍ଟା କରି ବିଫଳ ହୋଇଛି । ଆଜକୁ ୫  ଦିନ ବିତି ଯାଇଥିଲେ ବି  ଅଭିଯୁକ୍ତଙ୍କୁ  ଧରି ନ ପାରିବା ପୁଲିସର ପାରିବାପଣିଆକୁ ପଦାରେ ପକାଇଛି ।

Advertisment

ତେଣୁ ଏହି ଘଟଣାରେ କାର୍ଯ୍ୟରେ ଅବହେଳା କରିଥିବା ASI ପବିତ୍ର ମୋହନ ରାଉତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ନିଲମ୍ବନ କରିଛନ୍ତି ମୟୁରଭଞ୍ଜ ଆରକ୍ଷୀ ଅଧିକ୍ଷକ ।

Odisha Police