Baripada Station
ସାରା ରାଜ୍ୟରେ ନିଆଁ ବର୍ଷା ହେଉଛି। ଅସ୍ତବ୍ୟସ୍ତ ହୋଇଛି ଜନଜୀବନ। ଆଜି ୪୨ ଡିଗ୍ରୀ ଉପରେ ରହିଛି ୧୮ଟି ସହର। ଗତକାଲି ପରି ଆଜି ତାତିରେ ରେକର୍ଡ କରିଛି ବାରିପଦା। ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୪.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍ ଅନୁସାରେ ନୂଆପଡ଼ାରେ ୪୪.୪ ଡିଗ୍ରୀ, ବଲାଙ୍ଗିରରେ ୪୪.୦ ଡିଗ୍ରୀ, ବୌଦ୍ଧରେ ୪୩.୯ ଡିଗ୍ରୀ, ତାଳଚେରରେ ୪୩.୮ ଡିଗ୍ରୀ, ଅନୁଗୋଳରେ ୪୩.୭ ଡିଗ୍ରୀ, ଝାରସୁଗୁଡ଼ାରେ ୪୩.୬ ଡିଗ୍ରୀ, ରାଉରକେଲାରେ ୪୩.୩ ଡିଗ୍ରୀ, ସମ୍ୱଲପୁରରେ ୪୩.୨ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୧ ଡିଗ୍ରୀ, ସୁନ୍ଦରଗଡ଼ରେ ୪୩.୦ ଡିଗ୍ରୀ, ସୋନପୁରରେ ୪୨.୫ ଡିଗ୍ରୀ, ଭୁବନେଶ୍ୱରରେ ୪୨.୫ ଡିଗ୍ରୀ, ଭବାନୀପାଟଣାରେ ୪୨.୫ ଡିଗ୍ରୀ, ହୀରାକୁଦରେ ୪୨.୪ ଡିଗ୍ରୀ, କଟକରେ ୪୨.୨ ଡିଗ୍ରୀ, ଢେଙ୍କାନାଳରେ ୪୨.୦ ଡିଗ୍ରୀ, ନୟାଗଡ଼ରେ ୪୨.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୧.୮ ଡିଗ୍ରୀ, କେନ୍ଦ୍ରାପଡ଼ାରେ ତାପମାତ୍ରା ୪୧.୮ ଡିଗ୍ରୀ ରେକର୍ଡ କରାଯାଇଛି।
ସେହିପରି ଜଗତସିଂହପୁରରେ ୪୧.୫ ଡିଗ୍ରୀ, ଦେବଗଡ଼ରେ ୪୧.୪ ଡିଗ୍ରୀ, ଯାଜପୁରରେ ୪୧.୦ ଡିଗ୍ରୀ, କେନ୍ଦୁଝରରେ ୪୧.୦ ଡିଗ୍ରୀ, ଭଦ୍ରକରେ ୪୧.୦ ଡିଗ୍ରୀ, ଚାନ୍ଦବାଲିରେ ୪୦.୯ ଡିଗ୍ରୀ, ମାଲକାନଗିରିରେ ୪୦.୯ ଡିଗ୍ରୀ, ବରଗଡ଼ରେ ୪୦.୬ ଡିଗ୍ରୀ, ଖୋର୍ଦ୍ଧାରେ ୪୦.୫ ଡିଗ୍ରୀ, ରାୟଗଡ଼ାରେ ୪୦.୫ ଡିଗ୍ରୀ, ଫୁଲବାଣୀରେ ୩୯.୯ ଡିଗ୍ରୀ, ବାଲେଶ୍ୱରରେ ୩୯.୨ ଡିଗ୍ରୀ, ନବରଙ୍ଗପୁରରେ ୩୯.୦ ଡିଗ୍ରୀ, ଛତ୍ରପୁରରେ ୩୮.୦ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୭.୭ ଡିଗ୍ରୀ, କୋରାପୁଟରେ ୩୭.୨ ଡିଗ୍ରୀ, ପୁରୀରେ ୩୪.୫ ଡିଗ୍ରୀ, ଗୋପାଳପୁରରେ ୩୩.୯ ଡିଗ୍ରୀ ଓ ପାରାଦୀପରେ ତାପମାତ୍ରା ୩୩.୯ ଡିଗ୍ରୀ ରେକର୍ଡ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1681914717.jpg)