Advertisment

ବ୍ୟାନରରେ ବିଜେଡି ନେତ୍ରୀଙ୍କ ମୁଣ୍ଡ କଟିଲା

ଉଦଳା (ମାନସ ପାଣି): ଉଦଳା ରାଜନୀତି ମାହୋଲରେ ଦେଖାଦେଇଛି ହଲଚଲ। ବିଜୁ ମହିଳା ଜନତା ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତିଙ୍କ ବ୍ୟାନରରେ ତାଙ୍କ ଫଟୋରୁ ମୁଣ୍ଡ କାଟି ନେଇଛନ୍ତି ଦୁବୁର୍ତ୍ତ। ଏଭଳି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ବିଜୁ ମହିଳା ଜନତା ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତି ସବିତା ହାଁସଦା ଗୁରୁବାର ସ୍ଥାନୀୟ ହାଇସ୍କୁଲ ଛକ ନିକଟରେ ଦୁର୍ଗା ପୂଜାରେ ଉଦଳାବାସୀଙ୍କୁ ଶୁଭେଚ୍ଛା ଜଣାଇ ଏକ ବ୍ୟାନର ଲଗାଇଥିଲେ। ସେହି ବ୍ୟାନରରେ […]

ବ୍ୟାନରରେ ବିଜେଡି ନେତ୍ରୀଙ୍କ ମୁଣ୍ଡ କଟିଲା

savita-hasnda

Advertisment

ଉଦଳା (ମାନସ ପାଣି): ଉଦଳା ରାଜନୀତି ମାହୋଲରେ ଦେଖାଦେଇଛି ହଲଚଲ। ବିଜୁ ମହିଳା ଜନତା ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତିଙ୍କ ବ୍ୟାନରରେ ତାଙ୍କ ଫଟୋରୁ ମୁଣ୍ଡ କାଟି ନେଇଛନ୍ତି ଦୁବୁର୍ତ୍ତ। ଏଭଳି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ବିଜୁ ମହିଳା ଜନତା ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତି ସବିତା ହାଁସଦା ଗୁରୁବାର ସ୍ଥାନୀୟ ହାଇସ୍କୁଲ ଛକ ନିକଟରେ ଦୁର୍ଗା ପୂଜାରେ ଉଦଳାବାସୀଙ୍କୁ ଶୁଭେଚ୍ଛା ଜଣାଇ ଏକ ବ୍ୟାନର ଲଗାଇଥିଲେ।

Advertisment

ସେହି ବ୍ୟାନରରେ ସବିତା ହାଁସଦାଙ୍କ ଫଟୋ ରହିବା ସହିତ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସାଙ୍ଗଠନିକ ସଂପାଦକଙ୍କ ଫଟୋ ମଧ୍ୟ ରହିଥିଲା। ହେଲେ ଆଜି ସକାଳ ସମୟରେ ଉକ୍ତ ବ୍ୟାନରରେ ସବିତା ହାଁସଦାଙ୍କ ଫଟୋରୁ ମୁଣ୍ଡକୁ କେହି କାଟି ନେଇ ଯାଇଥିବା ଦେଖିବାକୁ ମିଳିଛି। ତେବେ ଫଟୋରେ ମୁଣ୍ଡ କାଟିବା ବାବଦରେ ସବିତା ହାଁସଦାଙ୍କ କହିବା କଥା ତାଙ୍କର କେହି ଘରୋଇ ଶତୃ ନାହାନ୍ତି। ତେଣୁ ଏହା ରାଜନୈତିକ ଶତୃତାରୁ କେହି କାଟି ଥାଇପାରେ ବୋଲି ସେ କହିଛନ୍ତି।

ଅନ୍ୟପଟେ ବିଜେଡିର ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ୍ ଏହି ଘଟଣାକୁ ନିନ୍ଦା କରିବା ସହିତ ଏହାର ତଦନ୍ତ ଚାଲିଛି ଏବଂ ଉକ୍ତ ଦୁବୁର୍ତ୍ତ କିଏ ଜଣାପଡିଲା ପରେ ସ୍ଥିତି ଭୟାନକ ହେବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି। ତେବେ ପଂଚାୟତ ନିର୍ବାଚନ ଆଗକୁ ଥିବା ବେଳେ ଏଭଳି ହୀନ ରାଜନୀତି କିଏ କରୁଛି ତାହା ଆଗାମୀ ଦିନରେ ଜଣାପଡିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe