Advertisment

ବିବାଦ ଘେରରେ ବିଜେଡି ବିଧାୟିକା

କରଞ୍ଜିଆ(ଦୀପକ ମହନ୍ତ):ବିବାଦ ଭିତରକୁ ଆସିଛନ୍ତି କରଂଜିଆ ବିଧାୟିକା ବାସନ୍ତି ହେମ୍ରମ । ଗତକାଲି ବିଜୁ ଜନ୍ମ ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ଦେଖାଦେଇଛି ଏହି ବିବାଦ। ବିଶେଷ କରି ପଞ୍ଚାୟତିରାଜ ଦିବସରେ ପୂର୍ବତନ ସମିତିସଭ୍ୟଙ୍କୁ ମାଡ଼ ମାରିଛନ୍ତି ବିଧାୟିକାଙ୍କ ସ୍ୱାମୀ। ବିବାଦ ଆଉ ଦଳୀୟ କାର୍ଯ୍ୟକ୍ରମ ଭିତରେ ନରହି ସିଧା ଥାନାରେ ପହଞ୍ଚିଛି। ଖୋଦ କରଂଜିଆ ବିଧାୟିକାଙ୍କ ସ୍ୱାମୀ କରଂଜିଆ ବ୍ଲକ ପାଟବିଲ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ କୈଳାସ ନାଏକଙ୍କୁ ମାଡ଼ ମାରିଥିବା ନେଇ କରଂଜିଆ ଥାନାରେ […]

ଅଦ୍ୟତନ ହୋଇଛି
ବିବାଦ ଘେରରେ ବିଜେଡି ବିଧାୟିକା

789

Advertisment

କରଞ୍ଜିଆ(ଦୀପକ ମହନ୍ତ):ବିବାଦ ଭିତରକୁ ଆସିଛନ୍ତି କରଂଜିଆ ବିଧାୟିକା ବାସନ୍ତି ହେମ୍ରମ । ଗତକାଲି ବିଜୁ ଜନ୍ମ ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ଦେଖାଦେଇଛି ଏହି ବିବାଦ। ବିଶେଷ କରି ପଞ୍ଚାୟତିରାଜ ଦିବସରେ ପୂର୍ବତନ ସମିତିସଭ୍ୟଙ୍କୁ ମାଡ଼ ମାରିଛନ୍ତି ବିଧାୟିକାଙ୍କ ସ୍ୱାମୀ। ବିବାଦ ଆଉ ଦଳୀୟ କାର୍ଯ୍ୟକ୍ରମ ଭିତରେ ନରହି ସିଧା ଥାନାରେ ପହଞ୍ଚିଛି। ଖୋଦ କରଂଜିଆ ବିଧାୟିକାଙ୍କ ସ୍ୱାମୀ କରଂଜିଆ ବ୍ଲକ ପାଟବିଲ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ କୈଳାସ ନାଏକଙ୍କୁ ମାଡ଼ ମାରିଥିବା ନେଇ କରଂଜିଆ ଥାନାରେ ଏତଲା ହୋଇଛି।

Advertisment

ତେବେ ମାଡ଼ ଖାଇଥିବା ପୂର୍ବତନ ସମିତି ସଭ୍ୟଙ୍କ କହିବା ଅନୁସାରେ, ବିଜୁ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ କାହିଁକି ଅଣଦେଖା କରାଯାଉଛି ବୋଲି ଯେତେବେଳେ ବିଧାୟିକାଙ୍କୁ ପ୍ରଶ୍ନ କରିଥିଲେ,ସେତେବେଳେ ହଠାତ୍‌ ବିଧାୟିକାଙ୍କ ସ୍ୱାମୀ ଆସି ପ୍ରଚୁର ମାଡ଼ ମାରିଥିଲେ।

ଯାହାକୁ ନେଇ ସମ୍ପୃକ୍ତ ପୂର୍ବତନ ସମିତିସଭ୍ୟ ନିଜ ଘର ଲୋକଙ୍କୁ ଜଣାଇବା ପରେ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ସେହିପରି ବିଳମ୍ବିତ ରାତିରେ ବିଧାୟିକାଙ୍କ ସ୍ୱାମୀ ମଧ୍ୟ ସମର୍ଥକଙ୍କ ସହ ଥାନାରେ ପହଂଚି ସମ୍ପୃକ୍ତ ପୂର୍ବତନ ସମିତିସଭ୍ୟଙ୍କ ବିରୋଧରେ ପାଲଟା ଏତଲା ଦେଇଛନ୍ତି। ତେବେ ମାଡ଼ ମରା ଘଟଣା ସମ୍ପର୍କରେ ପଚରାଯାଇଥିଲେ ବି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ବିଧାୟିକାଙ୍କ ସ୍ୱାମୀ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe