Advertisment

ବାରିପଦା କୋଭିଡ୍‌ ହସ୍ପିଟାଲରେ ଅବ୍ୟବସ୍ଥା ପ୍ରସଙ୍ଗ, ଥାନାରେ ଏତଲା ଦେଲା ବିଜେପି

ବାରିପଦା(ମାନିକ୍ ଲାଲ୍ ପାଣି): ବାରିପଦା କିମ୍ସ କୋଭିଡ୍ ହସ୍ପିଟାଲରେ ଅବ୍ୟବସ୍ଥା ଭିଡିଓ ଭାଇରାଲ୍‌ ହେବା ପରେ ଥାନାରେ ଏତଲା ଦେଇଛି ବିଜେପି। ବିଜେପିର ଏକ ପ୍ରତିନିଧି ଦଳ ସମ୍ପୃକ୍ତ ହସ୍ପିଟାଲ ବିରୋଧରେ ଥାନାରେ ଏତଲା ଦେଇଛି। ଚିକିତ୍ସାରେ ଅବହେଳା ଯୋଗୁଁ ବହୁ କୋଭିଡ୍ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ମୃତ୍ୟୁ ପଛର ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କରିବାକୁ ଦାବି କରିଛି ବିଜେପି। ବିଜେପିର ଏକ ପ୍ରତନିଧି ଦଳ ମୟୁରଭଞ୍ଜ ଜିଲ୍ଲା ପାଳଙ୍କୁ ଭେଟି କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ […]

ବାରିପଦା କୋଭିଡ୍‌ ହସ୍ପିଟାଲରେ ଅବ୍ୟବସ୍ଥା ପ୍ରସଙ୍ଗ, ଥାନାରେ ଏତଲା ଦେଲା ବିଜେପି

bjp

Advertisment

ବାରିପଦା(ମାନିକ୍ ଲାଲ୍ ପାଣି): ବାରିପଦା କିମ୍ସ କୋଭିଡ୍ ହସ୍ପିଟାଲରେ ଅବ୍ୟବସ୍ଥା ଭିଡିଓ ଭାଇରାଲ୍‌ ହେବା ପରେ ଥାନାରେ ଏତଲା ଦେଇଛି ବିଜେପି। ବିଜେପିର ଏକ ପ୍ରତିନିଧି ଦଳ ସମ୍ପୃକ୍ତ ହସ୍ପିଟାଲ ବିରୋଧରେ ଥାନାରେ ଏତଲା ଦେଇଛି। ଚିକିତ୍ସାରେ ଅବହେଳା ଯୋଗୁଁ ବହୁ କୋଭିଡ୍ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ମୃତ୍ୟୁ ପଛର ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କରିବାକୁ ଦାବି କରିଛି ବିଜେପି।

Advertisment

ବିଜେପିର ଏକ ପ୍ରତନିଧି ଦଳ ମୟୁରଭଞ୍ଜ ଜିଲ୍ଲା ପାଳଙ୍କୁ ଭେଟି କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ ସହ ସେଠାରେ ବ୍ୟାପକ ପରିମାଣର ଡାକ୍ତର ଅଭାବ, ଚିକିତ୍ସା ଅବହେଳା, କୋଭିଡ ଡାକ୍ତରଖାନାକୁ ଲୋକ ଆଉ ବିଶ୍ଵାସକୁ ନେଉ ନ ଥିବା କହିଛନ୍ତି।

ଆଜି ସକାଳେ ଦଳ ଏହି ପ୍ରସଙ୍ଗରେ ମୟୂରଭଂଜ ଜିଲ୍ଲାପାଳଙ୍କୁ ଭେଟିଥିଲା। ବାରିପଦା ବିଧାୟକ ପ୍ରକାଶ ସୋରେନ, ସାରସକଣା ବିଧାୟକ ବୁଢାନ ମୁର୍ମୁ, ଉଦଳା ବିଧାୟକ ଭାସ୍କର ମଢେଇ, ମୟୁରଭଞ୍ଜ ଜିଲ୍ଲାର ବିଜେପି ସଭାପତି ଏବଂ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ , ସମ୍ପାଦିକା ସିପ୍ରା ବାଜପେୟୀ , ଭଦ୍ରକ ର ବରିଷ୍ଠ ନେତା ପ୍ରମୁଖ ଅଭିମନ୍ୟୁ ସେଠି ବାରିପଦା ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟିଥିଲେ। ଜିଲ୍ଲାରେ କୋଭିଡ ପରିଚାଳନା ରେ ସାଂଘାତିକ ତୃଟି ନେଇ ବିଜେପି ପତ୍ରିନିଧି ଦଳ ଅଭିଯୋଗ କରିଛି

Advertisment

ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ମେଡିକାଲରେ ସିସିଟିଭି ଲଗାଇବାକୁ ଦାବି କରିଥିଲେ ଏହି ଟିମ୍। ଏପଟେ ଏହି ପ୍ରସଙ୍ଗରେ DMET କହିଛନ୍ତି ଯେ ଘଟଣା ସାମ୍ନାକୁ ଆସିଛି। ଏହା ଅନୁସନ୍ଧାନ ସାପେକ୍ଷ, ଏନେଇ ଜିଲ୍ଲା ପ୍ରଶାସନ ଅନୁସନ୍ଧାନ କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe