Advertisment

କ୍ରୂର ଭାଇ-ଭାଉଜ; ଗାଁ ରାସ୍ତାରେ ଘୋଷାଡ଼ି ମହିଳାଙ୍କ ଜୀବନ ନେଇଗଲେ

ଭାଇ, ଭଉଣୀ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି କଲା ଜାଗା । ଜାଗା ବିବାଦରୁ ରକ୍ତ ସମ୍ପର୍କରେ ଦେଖାଦେଲା ତିକ୍ତତା। ଶେଷରେ ଏହି ତିକ୍ତତା ଯୋଗୁ ଗଡ଼ିଲା ମୁଣ୍ଡ ।

author-image
Niharika Rout
Arrest

Arrest

ଭାଇ, ଭଉଣୀ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି କଲା ଜାଗା । ଜାଗା ବିବାଦରୁ ରକ୍ତ ସମ୍ପର୍କରେ ଦେଖାଦେଲା ତିକ୍ତତା। ଶେଷରେ ଏହି ତିକ୍ତତା ଯୋଗୁ ଗଡ଼ିଲା ମୁଣ୍ଡ । ସାନ ଭାଇ, ଭାଉଜ ମାଡ଼ରେ ଚାଲିଗଲା ବଡ଼ ଭଉଣୀର ଜୀବନ । ଏପରି ଏକ ହୃଦୟ ବିଦାରକ ଘଟଣା ଆଜି ସକାଳେ ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବେଗୁନିଆବନ୍ଧ ଗାଁରେ ଘଟିଛି । ମୃତା ମହିଳାଜଣକ ହେଲେ ଜବା ବାସ୍କେ । ଜବାଙ୍କୁ ହତ୍ୟା ଅଭିଯୋଗରେ ପୁଲିସ୍‌ ତାଙ୍କ ସାନ ଭାଇ ବୁଢାନ ହେମ୍ବ୍ରମ ଓ ଭାଉଜ ମାଳତୀ ହେମ୍ବ୍ରମଙ୍କୁ ଗିରଫ କରିଛି।

Advertisment

ଜବା ଜଣେ ବିଧବା ମହିଳା ହୋଇଥିବା ବେଳେ ନିଜ ୩ ପିଲାଙ୍କୁ ଧରି ବାପ ଘର ଗାଁରେ ଅନ୍ୟତ୍ର ରୁହନ୍ତି। ତାଙ୍କ ୩ ପିଲା ବାହାରେ କାମ କରୁଥିବା ବେଳେ ଜବା ଏକୁଟିଆ ଘରେ ରହୁଥିଲେ। ଜାଗା ବିବାଦକୁ ନେଇ ତାଙ୍କର ନିଜ ଭାଇ ବୁଢାନଙ୍କ ସହ ସମ୍ପର୍କ ଭଲ ନ ଥିଲା। ଜବା କିଛି ଜାଗା ମାଡ଼ି ବସିଥିବା ବେଳେ ବୁଢାନ ତାହାକୁ ଛାଡ଼ିବାକୁ ରାଜି ନ ଥିଲେ।

କିଛି ଦିନ ପୂର୍ବେ ଜବା ନିଜ ଜାଗାରେ ଥିବା ଏକ ଗଛ ବିକ୍ରି କରିଥିଲେ। ଉକ୍ତ ଗଛ କଟା ହେଉଥିବା ବେଳେ ଏହାକୁ ନେଇ ଭାଇ, ଭଉଣୀଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା। ଏହି ଘଟଣାର ମିମାଂସା କରିବାକୁ ଗତ ରାତିରେ ଗାଁ ବୈଠକ ବସିଥିଲା। ମାତ୍ର ଉକ୍ତ ବୈଠକରେ ଘଟଣାର ସମାଧାନ ହୋଇ ପାରି ନ ଥିଲା। ଜବା ସେଠାରେ ଗାଳିଗୁଲଜ କରି ନିଜ ଘରକୁ ପଳାଇଥିଲେ।

Advertisment

ଏଥିରେ ଉତ୍ତ୍ୟକ୍ତ ହୋଇଥିବା ବୁଢାନ ଓ ତାଙ୍କ ପତ୍ନୀ ସୁଯୋଗ ଅପେକ୍ଷାରେ ଥିଲେ। ଆଜି ସକାଳେ ସେମାନେ ଜବାଙ୍କ ଘରକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ଠେଙ୍ଗା, ବାଡ଼ିରେ ନିସ୍ତୁକ ପିଟିଥିଲେ। ଏଥିରେ ମନ ଶାନ୍ତି ନ ହେବାରୁ ତାଙ୍କୁ ଗାଁ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନିଜ ଘରକୁ ନେଉଥିଲେ। ଫଳରେ ରକ୍ତାକ୍ତ ଅବସ୍ଥାରେ ଛଟପଟ ହେଉଥିବା ଜବା ଗାଁ ରାସ୍ତାରେ ହିଁ ଆଖି ବୁଜିଦେଲେ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ବୁଢାନ ଓ ତାଙ୍କ ପତ୍ନୀ ମାଳତୀଙ୍କୁ ଗିରଫ କରିଛି।

Deadbody Baripada Family Dispute