Advertisment

ଜାଲରେ ପଡ଼ିଲା ଧଳା ଜହର ବେପାରୀ

ବାରିପଦା (ମାନିକ୍ ଲାଲ୍ ପାଣି): ବ୍ରାଉନ ସୁଗର କାରବାର ଅଭିଯୋଗ ବାରିପଦା ଚିପଟଅସ୍ତିଆ ଅଞ୍ଚଳର ସେକ ମହତାବ ଅଲ୍ଲୀକୁ ଗିରଫ କରାଯାଇଛି। ଏହା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟିମ୍ ବାରିପଦାରେ ଚଢ଼ାଉ କରି ସେକ୍ ମହତାବକୁ ଗିରଫ କରିଛି। ୨୦୨୦ ମସିହା ଜୁଲାଇ ମାସରେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଧିନସ୍ଥ ୧୮ନଂ ଜାତୀୟ ରାଜପଥ କଡ଼ରୁ ସ୍ୱତନ୍ତ୍ର ଟାସ୍କଫୋର୍ସ ପକ୍ଷରୁ ଅତର୍କିତ ଭାବେ ଚଢ଼ାଉ କରି ୩ କିଲୋ ୨୬୫ […]

ଅଦ୍ୟତନ ହୋଇଛି
ଜାଲରେ ପଡ଼ିଲା ଧଳା ଜହର ବେପାରୀ

brown-sugar

Advertisment

ବାରିପଦା (ମାନିକ୍ ଲାଲ୍ ପାଣି): ବ୍ରାଉନ ସୁଗର କାରବାର ଅଭିଯୋଗ ବାରିପଦା ଚିପଟଅସ୍ତିଆ ଅଞ୍ଚଳର ସେକ ମହତାବ ଅଲ୍ଲୀକୁ ଗିରଫ କରାଯାଇଛି। ଏହା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟିମ୍ ବାରିପଦାରେ ଚଢ଼ାଉ କରି ସେକ୍ ମହତାବକୁ ଗିରଫ କରିଛି।

Advertisment

୨୦୨୦ ମସିହା ଜୁଲାଇ ମାସରେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଧିନସ୍ଥ ୧୮ନଂ ଜାତୀୟ ରାଜପଥ କଡ଼ରୁ ସ୍ୱତନ୍ତ୍ର ଟାସ୍କଫୋର୍ସ ପକ୍ଷରୁ ଅତର୍କିତ ଭାବେ ଚଢ଼ାଉ କରି ୩ କିଲୋ ୨୬୫ ଗ୍ରାମର ଧଳା ଜହର ଜବତ ହେବା ସହିତ ଜଣେ ଅଭିୟୁକ୍ତ ସେକ୍ ଆସିକକୁ ଗିରଫ କରିଥିଲେ। ଜବତ ବ୍ରାଉନ ସୁଗରର ମୂଲ୍ୟ ୩କୋଟି ୨୬ଲକ୍ଷରୁ ଅଧିକ ହେବ ବୋଲି କ୍ରାଇମବ୍ରାଞ୍ଚ କୋର୍ଟକୁ ଜଣାଇଛି।

ଏହି ଘଟଣାରେ ସଂପୃକ୍ତ ଥିବା ମୁଖ୍ୟ ଅଭିୟୁକ୍ତ ସେକ୍ ମହତାବ୍ ଫେରାର ହୋଇଥିଲା। ତେବେ ବିଶେଷ ସୂତ୍ରରୁ ଖବର ପାଇ ଆଜି ଚିପଟଅସ୍ତିଆ ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତକୁ ଏସଟିଏଫ୍ ଟିମ୍ ଦ୍ୱାରା ଗିରଫ କରାଯାଇ ବାରିପଦା ସ୍ପେଶାଲ୍ ସିନିୟର୍ ଜଜଙ୍କ କୋର୍ଟରେ ହାଜର କରାଯାଇଥିଲା।

Advertisment

ତେବେ ମହତାବକୁ ଆଜି ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି। ତେବେ ଏହି କାରବାରର ଚେର ଅନ୍ତଃରାଜ୍ୟରେ ଥିବାର ସୂଚନା ନେଇ କ୍ରାଇମବ୍ରାଞ୍ଚ ଅଧିକ ତଦନ୍ତ ଚାଲୁ ରହିଛି। କ୍ରାଇମବ୍ରାଞ୍ଚ ସେକ୍ ମହତାବ ନାମରେ ଦଫା 21(c)/29 NDPS ACT ରେ ମାମଲା ଦାୟର କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe