Advertisment

ଘାଟିରେ ଟ୍ରକ୍ ପଛରେ ପିଟି ହେଲେ ବସ୍

ଏହି ଘରୋଇ ବସଟି ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ରାଇରଙ୍ଗପୁରରୁ ବାରିପଦା ଆସୁଥିଲା।

Bus

Bus

Advertisment

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଏକ ବସ୍ ଏକ ଟ୍ରକ୍ ପଛରେ ପିଟି ହୋଇଯିବାରୁ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଜୟ ହନୁମାନ ନାମକ ଏହି ଘରୋଇ ବସଟି ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ରାଇରଙ୍ଗପୁରରୁ ବାରିପଦା ଆସୁଥିଲା। ବାଙ୍ଗିରିପୋଷି ଘାଟିରେ ହଠାତ ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରକ୍ ପଛରେ ପିଟି ହୋଇଥିଲା। ବସ୍‌ର ସାମ୍ନା କାଚ ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହିତ ସେମାନଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନା ପଠାଇଥିଲେ।

ଗତକାଲି ଏକ ଟ୍ରକ୍ ଏହି ଘାଟି ରାସ୍ତାରେ ଓଲଟି ପଡ଼ିଥିବା ଯୋଗୁଁ ରାସ୍ତା ଜାମ ହୋଇଥିଲା। ବାଙ୍ଗିରିପୋଷି ଘାଟି ରାସ୍ତାର ସଂପ୍ରସାରଣ ପାଇଁ ଦୀର୍ଘ ବର୍ଷ ହେଲାଣି ଦାବି ଓ ଆନ୍ଦୋଳନ ହୋଇ ଆସୁଥିବା ବେଳେ, ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନି। ଅନ୍ୟପକ୍ଷରେ ପ୍ରତିଦିନ ଏହି ରାସ୍ତାରେ ଛୋଟବଡ଼ ଦୁର୍ଘଟଣା ଘଟୁଛି।

Advertisment
Accident Roadaccident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe