Advertisment

ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ ଉଠାଉଥିବା କ୍ରେନ୍‌କୁ ପିଟିଲା କାର୍‌; ଜଣେ ମୃତ, ୨ ଗୁରୁତର

ଆଜି ଭୋର ପ୍ରାୟ ୪ଟା ପରେ ବାରିପଦାରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ଟ୍ରକ ଭାରସାମ୍ୟ ହରାଇ ଡାଇଭରସନରେ ପିଟି ହୋଇ ରାସ୍ତା ଅପର ପାର୍ଶ୍ୱକୁ ପଳାଇ ଆସିଥିଲା।

car

car

Advertisment

ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ମଝି ରାସ୍ତାରୁ ଉଠାଉଥିଲା କ୍ରେନ୍‌। ଏହି ସମୟରେ ପୁଲିସ୍‌ ଟିମ୍‌ ଘଟଣାର ତଦାରଖ କରୁଥିଲେ। ହଠାତ୍‌ ଏକ କାର୍‌ ମାଡ଼ି ଆସି କ୍ରେନ୍‌ ଚାଳକଙ୍କ ସମେତ ପୁଲିସ୍‌କୁ ବି ପିଟିଲା। ଏପରି ଅଘଟଣ ଆଜି ଭୋରରରୁ ବାରିପଦା- ବାଲେଶ୍ୱର ୧୮ନଂ ଜାତୀୟ ରାଜପଥର ହାତୀଝୁରୀ ନିକଟରେ ଘଟିଛି। ଏହି ଦୁର୍ଘଟଣାରେ କ୍ରେନ୍‌ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ୨ ଗୁରୁତରଙ୍କ ମଧ୍ୟରେ ଜଣେ ବୈଶିଙ୍ଗା ଥାନା ଏସ୍‌ଆଇ ଥିବା ଜଣାଯାଇଛି।

Advertisment

ଆଜି ଭୋର ପ୍ରାୟ ୪ଟା ପରେ ବାରିପଦାରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ଟ୍ରକ ଭାରସାମ୍ୟ ହରାଇ ଡାଇଭରସନରେ ପିଟି ହୋଇ ରାସ୍ତା ଅପର ପାର୍ଶ୍ୱକୁ ପଳାଇ ଆସିଥିଲା। ଦୁର୍ଘଟଣା ଗ୍ରସ୍ତ ଟ୍ରକ୍‌ଟି ଜାତୀୟ ରାଜପଥ ମଝିରେ ପଡ଼ିଥିବାରୁ ଯାତାୟତରେ ବାଧା ସୃଷ୍ଟି ହେଉଥିଲା।

ଖବର ପାଇ ବୈଶିଙ୍ଗା ଥାନା ଏଏସଆଇ ପ୍ରଦୀପ ରାଉତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେ କ୍ରେନ ଟିମ୍‌କୁ ଡକାଇ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ଟିକୁ ରାଜପଥ ପାର୍ଶ୍ୱରୁ ହଟାଉଥିଲେ। ଉକ୍ତ ସମୟରେ ବାରିପଦା ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏକ କାର୍‌ କ୍ରେନ ଚାଳକ, ଏଏସଆଇ ପ୍ରଦୀପ ରାଉତ ଓ ଅନ୍ୟ ଜଣଙ୍କୁ ଧକ୍କା ଦେଇଥିଲା I

Advertisment

ଘଟଣାସ୍ଥଳରେ କ୍ରେନ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଏଏସଆଇ ପ୍ରଦୀପ ରାଉତଙ୍କ ସମେତ ୨ ଜଣ ଗୁରୁତର ହୋଇଛନ୍ତି। ଏଏସଆଇ ପ୍ରଦୀପ ରାଉତ ବାରିପଦା ପିଆରଏମ୍‌ ମେଡକାଲ କଲେଜରେ ଭର୍ତ୍ତି ହୋଇଥିବା ବେଳେ ଆଉ ଜଣେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ପୁଲିସ୍‌ କାର୍‌ଟିକୁ ଜବତ କରି ଏହାର ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି।

Accident Deadbody Road Accident Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe