Advertisment

ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ବାରିପଦାରେ କେନ୍ଦ୍ରୀୟ ଟିମ୍

ବାରିପଦା(ମାଣିକଲାଲ ପାଣି): ବାରିପଦାରେ ଆଜି ବାତ୍ୟା କ୍ଷୟକ୍ଷତିର ଆକଳନ ଏବଂ ସମୀକ୍ଷା କରିଛନ୍ତି ସେଣ୍ଟ୍ରାଲ ଟିମ୍ ସଦସ୍ୟ । ବାରିପଦାରେ ଚାରି  ଜଣିଆ ଟିମ୍ ସଦସ୍ୟ ପହଞ୍ଚି ସରକିଟ ହାଉସ୍‌ରେ ମୟୁରଭଞ୍ଜ  ଜିଲ୍ଲାପାଳ ,ଏସପି ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ। ଏହା ପରେ ଏହି ସଦସ୍ୟ ମାନେ ମୟୁରଭଞ୍ଜ ଜିଲ୍ଲାର ଗୋପବନ୍ଧୁ ନଗର ବ୍ଲକ ଯାଇ କୁଆମରା , ଚୁଳିଆପୋଷି, ଖିଲାଡ଼ି ଆଦି ଗାଁକୁ ଯାଇ ଲୋକମାନଙ୍କ ସହ ଆଲୋଚନା କରିଛନ୍ତି । […]

ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ବାରିପଦାରେ କେନ୍ଦ୍ରୀୟ ଟିମ୍

6hm

Advertisment

ବାରିପଦା(ମାଣିକଲାଲ ପାଣି): ବାରିପଦାରେ ଆଜି ବାତ୍ୟା କ୍ଷୟକ୍ଷତିର ଆକଳନ ଏବଂ ସମୀକ୍ଷା କରିଛନ୍ତି ସେଣ୍ଟ୍ରାଲ ଟିମ୍ ସଦସ୍ୟ । ବାରିପଦାରେ ଚାରି  ଜଣିଆ ଟିମ୍ ସଦସ୍ୟ ପହଞ୍ଚି ସରକିଟ ହାଉସ୍‌ରେ ମୟୁରଭଞ୍ଜ  ଜିଲ୍ଲାପାଳ ,ଏସପି ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ। ଏହା ପରେ ଏହି ସଦସ୍ୟ ମାନେ ମୟୁରଭଞ୍ଜ ଜିଲ୍ଲାର ଗୋପବନ୍ଧୁ ନଗର ବ୍ଲକ ଯାଇ କୁଆମରା , ଚୁଳିଆପୋଷି, ଖିଲାଡ଼ି ଆଦି ଗାଁକୁ ଯାଇ ଲୋକମାନଙ୍କ ସହ ଆଲୋଚନା କରିଛନ୍ତି ।

Advertisment

ଏହା ସହ ଟିମ୍ ବାତ୍ୟାରେ ଭାଙ୍ଗିଥିବା ଘର ,ଗଛ ଏବଂ ବିଦ୍ୟୁତ ସେବା ଆଦି ମଧ୍ୟ ଦେଖିଛନ୍ତି । ସେଣ୍ଟ୍ରାଲ ଟିମ୍ ସହ ଶିମିଳିପାଳର ଅଧିକାରୀମାନେ  ପୂର୍ତ୍ତବିଭାଗ, ଶିକ୍ଷା ବିଭାଗ  ଓ ବିଜୁଳି  ବିଭାଗର ଅଧିକାରୀଙ୍କ ସହ  ଆଲୋଚନା କରିଛନ୍ତି  । ମୟୁରଭଞ୍ଜ ଜିଲ୍ଲାରେ ଶିମିଳିପାଳ ଏବଂ ଏହାକୁ ଲାଗିକରି ଥିବା କୁସୁମୀ ବ୍ଲକରେ ୟସ ବାତ୍ୟାର ସବୁଠାରୁ ଅଧିକ ବର୍ଷା ହୋଇଥିବା ବେଳେ ପାଞ୍ଚ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ପୂର୍ବରୁ ଜିଲ୍ଲା ପ୍ରଶାସନ ରିପୋର୍ଟ ଦେଇଥିଲା।

ଏଥିରେ ୪୨ଟି ପକ୍କା ଘର, ୧୩ଶହରୁ ଊର୍ଦ୍ଧ୍ୱ କଚାଘର କ୍ଷତି ହୋଇଥିବା ସହ ୯୨୭ ହେକ୍ଟର ଜମିରେ ରେ ଫସଲ ନଷ୍ଟ ହୋଇଥିଲା । ଯେଉଁଥିରେ ୨୭୦ରୁ ଊର୍ଦ୍ଧ୍ୱ ଚାଷୀ ପ୍ରଭାବିତ ହୋଇଛନ୍ତି । ୬୮ ଟି ହାଇସ୍କୁଲ ୨୯୪ ଟି ପ୍ରାଥମିକ ବିଦ୍ୟାଳୟ ସହ ୨୯୪ ଅଙ୍ଗନବାଡ଼ି କେନ୍ଦ୍ରର କ୍ଷତି ହୋଇଛି ବୋଲି ପ୍ରାଥମିକ ଆକଳନରୁ ଜିଲ୍ଲା ପ୍ରଶାସନ ରିପୋର୍ଟ ଦେଇଥିଲେ। ଆଜି ସେଣ୍ଟ୍ରାଲ ଟିମ୍ ଏବଂ ଜିଲ୍ଲା ପ୍ରଶାସନ ଆଲୋଚନା ପରେ ଟିମ୍ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି ଜିଲ୍ଲାପାଳ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe