/odisha-reporter/media/post_attachments/uploads/2022/01/vigilance.jpg)
vigilance
ବାରିପଦା (ମାନିକ୍ ଲାଲ୍ ପାଣି): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ସମୟରେ ଭିଜିଲାନ୍ସ ପଞ୍ଝାରୁ କନଷ୍ଟେବଲ ଚମ୍ପଟ ମାରିଥିବା ନେଇ ସୂଚନା ମିଳିଛି। ମୟୂରଭଞ୍ଜ ଜିଲ୍ଲା ପୁଲିସରେ କାର୍ଯ୍ୟରତ କନେଷ୍ଟବଳ ନିହାର ରଞ୍ଜନ ଦଣ୍ଡପାଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ଥିବା ସମୟରେ ଘରର ଛାତ ବାଳକନିରୁ ଲମ୍ଫ ମାରି ଫେରାର ହୋଇଥିବା ନେଇ ଜଣାପଡିଛି।
କଟକ ଭିଜିଲାନ୍ସ ସେଲ୍ ପକ୍ଷରୁ ତାଙ୍କର ପୈତୃକ ଘର, ଶ୍ୱଶୁର ଘର, ନିଜସ୍ୱ ଘର, ବ୍ୟବସାୟ ପ୍ରତିଷ୍ଠାନରେ ଏକ ସଙ୍ଗେ ସକାଳୁ ଚଢ଼ାଉ ଜାରି ରହିଛି। ମୟୂରଭଞ୍ଜ ପୁଲିସ ଏସପିଙ୍କ କାର୍ଯାଳୟରେ କାର୍ଯ୍ୟରତ କନେଷ୍ଟବଳ ନିହାର ଭିଜିଲାନ୍ସଙ୍କ ସ୍କାନରରେ ପଡ଼ିଥିଲେ। ଏନେଇ ବାରିପଦାର ଭଞ୍ଜପୁର ସ୍ଥିତ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ପ୍ରକ୍ରିୟା ସମୟରେ କନେଷ୍ଟବଳ ନିହାର କୋଣସି କାରଣରୁ ଘରର ଛାତର ବାଳକୋନୀ ନିକଟକୁ ଯାଇଥିବା ବେଳେ ସେଠାରୁ ଲମ୍ଫ ମାରି ଫେରାର ହୋଇ ଯାଇଛନ୍ତି।
ଏହାକୁ ନେଇ ପୁଲିସ ଟିମ ପକ୍ଷରୁ ବାରିପଦାରୁ ଯାଉଥିବା ଟ୍ରେନ ସମେତ ବସ ଆଦିରେ ବିଭିନ୍ନ ସ୍ଥାନରେ ଖୋଜଖୋଜି ପ୍ରକ୍ରିୟା ଜାରି ରହିଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିଛି। ଅନ୍ୟପଟେ ଭିଜିଲାନ୍ସ ପକ୍ଷରୁ ଜବତ ସାମଗ୍ରୀର ତଥ୍ୟ ପ୍ରଦାନ କରାଯାଇଛି। ଚଢ଼ାଉ ସମୟରେ ମିଳିଥିବା ତଥ୍ୟ ଆଧାରରେ ବାରିପଦା ସ୍ଥିତ ହୋତା ଗ୍ୟାସ ଏଜେନ୍ସି ଯାହାକି ନିହାରଙ୍କ ସ୍ତ୍ରୀ ପିଙ୍କି ଦଣ୍ଡପାଟଙ୍କ ନାମରେ ବ୍ୟବସାୟୀ କରାଯାଉଥିଲା।
ସେଠାରେ ଚଢ଼ାଉ କରି ଭିଜିଲାନ୍ସ ୩୫୦ଟି ଗ୍ୟାସ ପୂର୍ଣ୍ଣ ଥିବା ସିଲିଣ୍ଡର, ୫୪୩ଟି ଖାଲି ଗ୍ୟାସ ସିଲିଣ୍ଡର ସହ ୩ଟି ଟ୍ରକ, ୧୦ଟି ଅଟୋ, ୨ଟି କାର ଓ ୪ଟି ବାଇକ ଜବତ କରିଛି। ଏଥି ସହିତ ବାରିପଦାର ଅମ୍ବିକା ସାହି ସ୍ଥିତ କମ୍ପ୍ୟୁଟର ଦୋକାନରୁ ସମସ୍ତ ସାମଗ୍ରୀକୁ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ବୋଲି ବର୍ତ୍ତମାନ ସୂଚନା ମିଳିଛି। ଆଗକୁ ଅନ୍ୟ ତଥ୍ୟ ପ୍ରଦାନ କରାଯିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
