Advertisment

ଶିମିଳିପାଳରେ ପଶିଲା କରୋନା

ବାରିପଦା(ଓଡ଼ିଶା ରିପୋର୍ଟର): ଶିମିଳିପାଳ ବଫର ଇଲାକାର ବିଭିନ୍ନ ଗାଁ କୁ ଛୁଇଁଲା କରୋନା।  ପ୍ରଥମ ଲହର ଛୁଇଁ ପାରିନଥିବା ବେଳେ ଦ୍ଵିତୀୟ ଲହରରେ ଅନେକ ଖଡିଆ ଆଦିମ ଜନଜାତିର ଲୋକେ ଆକ୍ରାନ୍ତ ହୋଇଛନ୍ତି। ଗାଁ ଗାଁରେ ବୁଲୁଛି କୁଇକ୍ ରେସପଣ୍ଡ ଟିମର ଡାକ୍ତରୀଦଳ । ସବୁଠାରୁ ବଡ଼ କଥା ହେଲା ଖାଲି ଆଦିବାସୀ ନୁହେଁ ବରଂ ଶିମିଳିପାଳର ଖଡିଆ ଜନଜାତିର ଲୋକମାନେ ଏବେ କରୋନା କବଳରେ।  କରୋନାର ପ୍ରଥମ ଲହର ଏହି ଗାଁ ରେ ପହଞ୍ଚି ନ […]

author-image
Tapas Behera
ଶିମିଳିପାଳରେ ପଶିଲା କରୋନା

njk

ବାରିପଦା(ଓଡ଼ିଶା ରିପୋର୍ଟର): ଶିମିଳିପାଳ ବଫର ଇଲାକାର ବିଭିନ୍ନ ଗାଁ କୁ ଛୁଇଁଲା କରୋନା।  ପ୍ରଥମ ଲହର ଛୁଇଁ ପାରିନଥିବା ବେଳେ ଦ୍ଵିତୀୟ ଲହରରେ ଅନେକ ଖଡିଆ ଆଦିମ ଜନଜାତିର ଲୋକେ ଆକ୍ରାନ୍ତ ହୋଇଛନ୍ତି। ଗାଁ ଗାଁରେ ବୁଲୁଛି କୁଇକ୍ ରେସପଣ୍ଡ ଟିମର ଡାକ୍ତରୀଦଳ । ସବୁଠାରୁ ବଡ଼ କଥା ହେଲା ଖାଲି ଆଦିବାସୀ ନୁହେଁ ବରଂ ଶିମିଳିପାଳର ଖଡିଆ ଜନଜାତିର ଲୋକମାନେ ଏବେ କରୋନା କବଳରେ।  କରୋନାର ପ୍ରଥମ ଲହର ଏହି ଗାଁ ରେ ପହଞ୍ଚି ନ ଥିବା ବେଳେ ଦ୍ଵିତୀୟ ଲହରରେ ଅନେକ ଖଡିଆ ପରିବାର ଭୂତାଣୁ ଜାଲରେ ଫସିଛନ୍ତି।

Advertisment

ଲାଲପାଣି ଗାଁର ଜଣେ ବ୍ୟକ୍ତିଙ୍କୁ ଜ୍ୱର  ହେବା ପରେ ସ୍ଥାନୀୟ ରଙ୍ଗାମାଟିଆ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପରୀକ୍ଷା କରାଇବା ପରେ ତାଙ୍କୁ କରୋନା ହୋଇଥିବା ଜଣା ପଡିଥିଲା ଏହା ପରେ ତାଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବା ପରେ ଗାଁରେ ଅନ୍ୟ ୧୬ ଜଣଙ୍କୁ କରୋନା ହୋଇଥିବା ଜଣାପଡିଥିଲା ଆଉ ତାପରେ ଗାଁରେ ବୁଲୁଛି କୁଇକ୍ ରେସପଣ୍ଡ ଟିମ୍ର ଡାକ୍ତର ଦଳ ।

ମୟୁରଭଞ୍ଜ ଜିଲ୍ଲାର ଶାମାଖୁଣ୍ଟା ବ୍ଲକ  ରଙ୍ଗାମାଟିଆ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାଂଶ ଅଞ୍ଚଳ ଶିମିଳିପାଳ ବଫର ଇଲାକାରେ ରହୁଛି।  ଆଉ ଏହି ବଫର ଇଲାକାର ଲୁଲୁଙ୍ଗ, କାକରପାଣି, କୋଚିଲାଘାଟି, ତାରାଯୋଡି, ଗୋଡିପୋଖରି ଆଦି ଗାଁର ଅନେକ ଲୋକଙ୍କୁ କରୋନା ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ରହିଛନ୍ତି ଅନେକ ଖଡିଆ ଜନଜାତିର ଲୋକେ ।

Advertisment