Advertisment

ଦୁବାଇ ଦେଖିବ ଦିବ୍ୟାଙ୍ଗନା ଏବଂ ଅର୍ଚ୍ଚିତାଙ୍କ ଟ୍ୟାଲେଣ୍ଟ

ବାରିପଦା(ଓଡ଼ିଶା ରିପୋର୍ଟର): ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ବାରିପଦାର ଦୁଇ କୁନି ଝିଅ ନିଜ ନାଚର ଯାଦୁରେ କରିଛନ୍ତି କିମିଆ।  କେରଳ କୋଚିରେ ଅନୁଷ୍ଠିତ ଏକ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଟାଇଟଲ୍ ଜିତିବା ପରେ ଆଗକୁ ଦୁବାଇରେ ହେବାକୁ ଥିବା ଅନ୍ତର୍ଜାତୀୟ ଟ୍ୟାଲେଣ୍ଟ ଶୋରେ ଭାଗ ନେବେ। କୁନି ବୟସ କିନ୍ତୁ ଦମଦାର ଡ୍ୟାନ୍ସ। ଜବରଦସ୍ତ ଏକ୍ସପ୍ରେସନ୍ । ନାଚରେ ସଭିଙ୍କୁ କିମିଆ କରୁଥିବା ଏହି ୨ କୁନି ଝିଅ ହେଉଛନ୍ତି ବାରିପଦାର ଦିବ୍ୟାଙ୍ଗନା ମିଶ୍ର ଏବଂ […]

ଦୁବାଇ ଦେଖିବ ଦିବ୍ୟାଙ୍ଗନା ଏବଂ ଅର୍ଚ୍ଚିତାଙ୍କ ଟ୍ୟାଲେଣ୍ଟ

b7

Advertisment

ବାରିପଦା(ଓଡ଼ିଶା ରିପୋର୍ଟର): ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ବାରିପଦାର ଦୁଇ କୁନି ଝିଅ ନିଜ ନାଚର ଯାଦୁରେ କରିଛନ୍ତି କିମିଆ।  କେରଳ କୋଚିରେ ଅନୁଷ୍ଠିତ ଏକ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଟାଇଟଲ୍ ଜିତିବା ପରେ ଆଗକୁ ଦୁବାଇରେ ହେବାକୁ ଥିବା ଅନ୍ତର୍ଜାତୀୟ ଟ୍ୟାଲେଣ୍ଟ ଶୋରେ ଭାଗ ନେବେ।

Advertisment

କୁନି ବୟସ କିନ୍ତୁ ଦମଦାର ଡ୍ୟାନ୍ସ। ଜବରଦସ୍ତ ଏକ୍ସପ୍ରେସନ୍ । ନାଚରେ ସଭିଙ୍କୁ କିମିଆ କରୁଥିବା ଏହି ୨ କୁନି ଝିଅ ହେଉଛନ୍ତି ବାରିପଦାର ଦିବ୍ୟାଙ୍ଗନା ମିଶ୍ର ଏବଂ ଅର୍ଚ୍ଚିତା ସାହୁ । ଦିବ୍ୟାଙ୍ଗନାଙ୍କ ବୟସ ୭ ବର୍ଷ ହୋଇଥିବା ବେଳେ ଅର୍ଚ୍ଚିତାଙ୍କ ବୟସ ମାତ୍ର ୯ । ଏତେ କମ୍ ବୟସରୁ ଦୁଇ ଜଣ ଜିତି ସାରିଲେଣି ଅନେକ ଶୋ । ନିଜ ନାଚ ଦ୍ୱାରା ଦୁହେଁ ଜୁନିଅର ମଡେଲ ଇଣ୍ଟରନାସନାଲ ରାଇଜିଙ୍ଗ ଷ୍ଟାର ଅଫ ଇଣ୍ଡିଆର ଟାଇଟଲ୍ ହାତେଇଛନ୍ତି । ନିକଟରେ କେରଳ କୋଚିରେ ଅନ୍‌ଲାଇନରେ ଆୟୋଜିତ ହୋଇଥିଲା ଏହି ପ୍ରତିଯୋଗିତା । ଯେଉଁଥିରେ ବରିଷ୍ଠ ବିଭାଗରୁ ଅର୍ଚ୍ଚିତା ବିଜେତା ହୋଇଥିବା ବେଳେ କନିଷ୍ଠ ବିଭାଗରେ ଦିବ୍ୟାଙ୍ଗନା ଜିତିଛନ୍ତି ଟାଇଟଲ୍।

ଗତ ଜାନୁଆରୀରେ ଓଡ଼ିଶା ଫେସନ ଭିଲ୍ଲା ପକ୍ଷରୁ ଆୟୋଜିତ ଓଡ଼ିଶା ଜୁନିଅର ଟପ୍ ମଡେଲ କଣ୍ଟେଷ୍ଟରେ ଭାଗ ନେଇ ଉଭୟ ଅନ୍ତର୍ଜାତୀୟ ମଡେଲ ପ୍ରତିଯୋଗିତା ପାଇଁ ଚୟନ ହୋଇଛନ୍ତି । ଆଗକୁ ମାଲେସିଆ ଓ ଦୁବାଇରେ ହେବାକୁ ଥିବା ଅନ୍ତର୍ଜାତୀୟ ମଡେଲ ଓ ଟ୍ୟାଲେଣ୍ଟ ପ୍ରତିଯୋଗିତାରେ ଭାଗ ନେବେ ଦୁଇ କଳାକାର।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe