Advertisment

ହାତୀ ମାରି ଶୁଣ୍ଢ ଓ ଦାନ୍ତ କାଟି ନେଲେ

ଦୁଇ ଦିନ ତଳେ ହାତୀକୁ ହତ୍ୟା କରାଯାଇଛି। ଶିକାର ଉଦ୍ଦେଶ୍ୟରେ ଶିକାରୀ ହାତୀକୁ ମାରିଛନ୍ତି। ପରେ ହାତୀର ଶୁଣ୍ଢ କାଟି ଦେବା ସହିତ ଦାନ୍ତ ୨ଟିକୁ କାଢ଼ି ନେଇଯାଇଛନ୍ତି। ମୃତ ହାତୀଟିର ବୟସ ୧୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

Baripada

Baripada

Advertisment

ହାତୀ ଶିକାର କରି ତା’ ଶୁଣ୍ଢ ଓ ଦାନ୍ତ କାଟି ନେଲେ ଶିକାରୀ। ଏପରି ଦୁଃଖଦ ଖବର ଆସିଛି ଶିମିଳିପାଳ ଅଭୟାରଣ୍ୟରୁ। ବନ ବିଭାଗ ହାତୀର ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ବନ ବିଭାଗ କାହାରିକୁ ଗିରଫ କରିପାରି ନାହିଁ।

Advertisment

ବନ କର୍ମଚାରୀମାନେ ବୁଧବାର ଅପରାହ୍ନରେ ଶିମିଳିପାଳ ଅଭୟାରଣ୍ୟ ପିଠାବଟା ରେଞ୍ଜର ଗୋପୀନାଥପୁର ଗାଁ ପାଖ ବାଲିଖାଇ ବିଟ ନିକଟରେ ପାଟ୍ରୋଲିଂ କରୁଥିଲେ। ଠିକ୍‌ ସେହି ସମୟରେ ଗୋଟିଏ ଦନ୍ତା ହାତୀର ମୃତଦେହ ଦେଖି ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ଗୁରୁବାର ସକାଳେ ତିନି ଜଣ ପ୍ରାଣୀ ଚିକିତ୍ସକ ଟିମ୍‌କୁ ଧରି ବନ ବିଭାଗର ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚିଥିଲା। ପରେ ହାତୀର ମୃତଦେହର ବ୍ୟବଚ୍ଛେଦ କରାଯାଇଥିଲା। ବ୍ୟବଚ୍ଛେଦ ପରେ ହାତୀର ମୃତଦେହକୁ ସତ୍କାର କରାଯାଇଥିବା ଜଣାପଡ଼ିଛି।

ପ୍ରାଥମିକ ଅନୁସନ୍ଧାରୁ ଜଣାପଡ଼ିଛି, ଦୁଇ ଦିନ ତଳେ ହାତୀକୁ ହତ୍ୟା କରାଯାଇଛି। ଶିକାର ଉଦ୍ଦେଶ୍ୟରେ ଶିକାରୀ ହାତୀକୁ ମାରିଛନ୍ତି। ପରେ ହାତୀର ଶୁଣ୍ଢ କାଟି ଦେବା ସହିତ ଦାନ୍ତ ୨ଟିକୁ କାଢ଼ି ନେଇଯାଇଛନ୍ତି। ମୃତ ହାତୀଟିର ବୟସ ୧୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତେବେ ଏଥିରେ ସ୍ଥାନୀୟ ଶିକାରୀଙ୍କ ହାତ ଅଛି ନା ରାଜ୍ୟ ବାହାରର ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ବନ ବିଭାଗ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

Advertisment

ରିପୋର୍ଟ-ବାରିପଦାରୁ ମାନିକ ଲାଲ ପାଣି

Elephant Death Similipal National Park Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe