Advertisment

ବରଯାତ୍ରୀଙ୍କ ପାଇଁ ତିଆରି ହୋଇଥିଲା ମଦ, ମାଡି ବସିଲା ଅବକାରୀ ବିଭାଗ

ଅବକାରୀ ବିଭାଗ ଆଜି ବିକର୍ତ୍ତନଙ୍କ ଝୁମ୍ପୁଡିରେ ଚଢ଼ଉ କରି ୩୦୦ ବୋତଲ ନକଲି ମଦ(୫୪ ଲିଟର), ୫୦ ଲିଟର ସ୍ପିରିଟ୍‌, ନାମୀଦାମୀ ବ୍ରାଣ୍ଡର ମଦ ବୋତଲ, ଷ୍ଟିକର ଇତ୍ୟାଦି ଜବତ କରିଛି। ଏଥିସହ ବିକର୍ତ୍ତନକୁ ଗିରଫ କରିଛି।

Baripada

Baripada

Advertisment

ଚାଲିଛି ବାହାଘର ଋତୁ। ଆଉ ବରଯାତ୍ରୀଙ୍କୁ ଝୁମାଇବା ପାଇଁ ତିଆରି ହୋଇଥିଲା ନାମୀଦାମୀ ବ୍ରାଣ୍ଡର ମଦ। ହେଲେ ଡେଲିଭରୀ ପୂର୍ବରୁ ଫସର ଫଟାଇଦେଲା ଅବକାରୀ ବିଭାଗ। ଚଢ଼ଉ କରି ନକଲି ମଦ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରୁ ଆସିଛି ଏପରି ଖବର। ସବୁଠାରୁ ରୋଚକ କଥା ହେଉଛି ନକଲି ମଦ ତିଆରି କରି ଗିରଫ ହୋଇଥିବା ଅଭିଯୁକ୍ତ ପୂର୍ବରୁ ଦୁଇ ଥର ବନ୍ଧା ହୋଇଥିଲା।

Advertisment

ବଡ଼ସାହି ଥାନା ଉଠାଣିନୂଆଗାଁର ଏକ ଝୁମ୍ପୁଡ଼ି ଘରେ ବିକର୍ତ୍ତନ ନାଏକ ତିଆରି କରୁଥିଲା ନକଲ ମଦ। ସେ ପ୍ରଥମେ ପାଣିରେ ରଙ୍ଗ ମିଶାଉ ଥିଲା। ତା’ ପରେ ସେଥିରେ ସ୍ୱାଦ ଅନୁସାରେ ଫ୍ଲେଭର ଓ ଏସିଡ୍‌ ମିଶାଉଥିଲା। ପରେ ତାକୁ ନାମୀଦାମୀ ବ୍ରାଣ୍ଡର ବୋତଲରେ ପ୍ୟାକିଂ କରି ସିଲ୍‌ କରୁଥିଲା। ବାସ୍‌ ତିଆରି ହୋଇଗଲା ବ୍ରାଣ୍ଡେଡ୍‌ ମଦ। ପରେ ବଜାରକୁ ଛାଡ଼ୁଥିଲା। ବିକର୍ତ୍ତନର କହିବା ଅନୁସାରେ ଏକ ବିବାହ ଭୋଜିକୁ ଦେବା ପାଇଁ ପ୍ରସ୍ତୁତ କରିଥିଲା ୩୦୦ ବୋତଲ ନକଲି ମଦ। ହେଲେ ମଦ ଡେଲିଭରୀ ହେବା ପୂର୍ବରୁ ଅବକାରୀ ବିଭାଗ ହାତରେ ଧରାପଡ଼ି ଗଲା। ତେବେ କାହାକୁ ମଦ ଦେବା ପାଇଁ ତିଆରି କରିଥିଲା, ସେ ବିଷୟରେ କହିନାହିଁ। ସେପଟେ ମଦ ତିଆରି ପାଇଁ ଆବଶ୍ୟକ ହେଉଥିବା ସରଞ୍ଜାମ ସେ କୋଲକାତାରୁ ଆଣିଥିବା କହିଥିଲା।

ଅବକାରୀ ବିଭାଗ ଆଜି ବିକର୍ତ୍ତନଙ୍କ ଝୁମ୍ପୁଡିରେ ଚଢ଼ଉ କରି ୩୦୦ ବୋତଲ ନକଲି ମଦ(୫୪ ଲିଟର), ୫୦ ଲିଟର ସ୍ପିରିଟ୍‌, ନାମୀଦାମୀ ବ୍ରାଣ୍ଡର ମଦ ବୋତଲ, ଷ୍ଟିକର ଇତ୍ୟାଦି ଜବତ କରିଛି। ଏଥିସହ ବିକର୍ତ୍ତନକୁ ଗିରଫ କରିଛି। ନକଲି ମଦ ତିଆରି କରି ବିକର୍ତ୍ତନ ଗିରଫ ହେବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ସେ ଏମିତି ଦୁଇ ଥର ଜେଲ୍‌ ଯାଇଛି। ତଥାପି ନକଲି ମଦ ତିଆରି ବେପାରଠାରୁ ଦୂରେଇ ପାରୁନାହିଁ।

Advertisment

ରିପୋର୍ଟ- ବାରିପଦାରୁ ମାନିକ ଲାଲ ପାଣି

Liquor Thief Baripada Liquor Factory
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe