Advertisment

୮୦୦ ଟଙ୍କା ପାଇଁ ଝିଅକୁ ପର କରିଥିଲା ମା’, ୯ ମାସ ପରେ ଉଦ୍ଧାର

କାରମି ମୁର୍ମୁ ୯ମାସ ତଳେ ଶିଶୁକନ୍ୟାକୁ ୮୦୦ ଟଙ୍କାରେ ବିକ୍ରି କରି ଦେଇଥିଲେ।

ଅଦ୍ୟତନ ହୋଇଛି
KARMI MURMU

KARMI MURMU

Advertisment

ଟଙ୍କା ପାଇଁ ମା’ ପାଲଟିଲା ପିଶାଚ। ଯାହାକୁ ଦୁନିଆର ଆଲୋକ ଦେଖାଇଥିଲା, ନିଜ ଗର୍ଭରୁ ଜନ୍ମ ଦେଇଥିଲା ସେହି ନବଜାତ ଝିଅକୁ ସାମାନ୍ୟ କେତେଟା ଟଙ୍କା ପାଇଁ ଅନ୍ୟ ହାତକୁ ଟେକିଦେଲା। ମାତ୍ର ୮୦୦ଟଙ୍କା ପାଇଁ ଜନ୍ମର କିଛି ଦିନ ପରେ କଅଁଳ ଛୁଆଟିକୁ ବିକ୍ରି କରିଦେଲା ମା’। ଦୀର୍ଘ ୯ ମାସ ପରେ ବାହାର ରାଜ୍ୟରୁ ଫେରି ଝିଅକୁ ନ ପାଇ ଚିନ୍ତିତ ହୋଇପଡ଼ିଥିଲା ବାପା। ଏନେଇ ସ୍ତ୍ରୀକୁ ପଚରାଉଚରା କରିବା ପରେ ଘଟଣା ସାମ୍ନାକୁ ଆସିଥିଲା। ଏନେଇ ଶିଶୁକନ୍ୟାର ବାପା ଥାନାରେ ଦ୍ୱାରସ୍ଥ ହେବା ପରେ ପୁଲିସ ୯ ମାସର ଶିଶୁ କନ୍ୟାକୁ ଉଦ୍ଧାର କରିଛି। ଏପରି ଏକ ହୃଦୟ ବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ମହୁଲିଆ ଗାଁରେ ଘଟିଛି।

Advertisment

ଅଭିଯୋଗ ମୁତାବକ, ମହୁଲିଆ ଗାଁରେ କାରମି ମୁର୍ମୁ ୯ମାସ ତଳେ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଏନେଇ କାରମି ଆଦୌ ଖୁସି ନଥିଲେ। କାରମିଙ୍କର ପୂର୍ବରୁ ଝିଅଟିଏ ଥିଲେ। ପୁଣି ଝିଅ ହେବାରୁ ଦୁଃଖ ପ୍ରକାଶ କରିଥିଲେ। ହେଲେ ତାଙ୍କ ସ୍ୱାମୀ ମୁଷୁ ମୁର୍ମୁ ବହୁତ ଖୁସିଥିଲେ। ଝିଅ ଜନ୍ମ ହେବାର କିଛି ଦିନ ପରେ ସେ ତାମିଲନାଡୁ ନିଜର କର୍ମସ୍ଥଳୀକୁ ଚାଲି ଯାଇଥିଲେ। ୯ମାସ ପରେ ଗତ ଶନିବାର ମୁଷୁ ଘରକୁ ଫେରିଥିଲେ। ଘରେ ପହଞ୍ଚିବା ପରେ ମୁଷୁ ବଡ଼ ଝିଅକୁ ଦେଖିଥିଲେ ହେଲେ ସାନନ ଝିଅକୁ ଦେଖିବାକୁ ପାଇନଥିଲେ। ସାନ ଝିଅ କୁଆଡେ ଗଲା ବୋଲି ମୁଷୁ ନିଜ ସ୍ତ୍ରୀକୁ ପଚାରିଥିଲେ। ପ୍ରଥମେ ମୁଷୁଙ୍କୁ ତାଙ୍କ ସ୍ତ୍ରୀ କିଛି କହି ନଥିଲେ। ପରେ ସ୍ୱାମୀ ଆଗରେ ସବୁ ସତ କଥା ମାନିଥିଲେ କାରମି । ୮୦୦ ଟଙ୍କାରେ ଝିଅକୁ ବିକ୍ରି କରି ଦେଇଥିବା କହିଥିଲେ।

ଏହି ବିଷୟରେ ଜାଣିବା ପରେ ମୁଷୁ ଥାନାରେ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲା। ପୁଲିସ ଖୋଳତାଡ଼ କରି ଶିଶୁକନ୍ୟାକୁ କିଣିଥିବା ଖୁଣ୍ଟା ଥାନା ବିପ୍ରଚରଣପୁର ଅଞ୍ଚଳର ଦମ୍ପତି ଫୁଲମଣି ମାରାଣ୍ଡି ଏବଂ ଓକିଲ ଟୁଡଙ୍କ ପାଖରେ ପହଞ୍ଚିଥିଲା। ଗତକାଲି ପୁଲିସ ସେମାନଙ୍କଠାରୁ ୯ ମାସର ଶିଶୁ କନ୍ୟାକୁ ଉଦ୍ଧାର କରିବା ସହ ଦମ୍ପତିଙ୍କୁ ଗିରଫ କରିଥିଲା। ଏହାସହ ଏହି ବିକ୍ରିରେ ମଧ୍ୟସ୍ଥି ସାଜିଥିବା ମହିଳା ମାହି ମୁର୍ମୁଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଆଜି ପୁଲିସ ପିଲାଟି ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।

Advertisment

ଶିଶୁକନ୍ୟାକୁ ବିକ୍ରି କରିଥିବା ମା କାରମି ମୁର୍ମୁ କହିଛନ୍ତି, ଝିଅଟା ବୋଲି ମୁଁ ବିକ୍ରି କରି ଦେଇଥିଲି। ମୁଁ ତାକୁ ପୋଷି ପାରିବିନି।

ଶିଶୁ କନ୍ୟାକୁ କିଣିଥିବା ମହିଳା ଫୁଲମଣି ମାରାଣ୍ଡି କହିଛନ୍ତି, ମୋ ଛୁଆ ପିଲା ନଥିବାରୁ ମୁଁ ପିଲାଟିକୁ କିଣି ନେଇଥି଼ଲି।

Odisha Police Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe