Advertisment

ଗ୍ରୀଷ୍ମ ଋତୁ ଆସିନି, ହୁତ୍‌ ହୁତ୍‌ ହୋଇ ଜଳୁଛି ଗ୍ରାମ୍ୟ ଜଙ୍ଗଲ

ଗ୍ରାମ୍ୟ ଜଙ୍ଗଲରେ ଆଜି ଲାଗିଛି ନିଆଁ। କୌଣସି ଦୁର୍ବୃତ୍ତ ଏହି ନିଆଁ ଲଗାଇଥିବା ଅନୁମାନ କରାଯାଉଛି। ନିଆଁ ଧୀରେ ଧୀରେ ବ୍ୟାପିବାରେ ଲାଗିଛି।

Baripada

Baripada

Advertisment

ଗ୍ରୀଷ୍ମ ଋତୁ ଆସିନି। ହେଲେ ଜଲଙ୍ଗରେ ଲାଗିଲାଣି ନିଆଁ। ହୁତ୍‌ ହୁତ୍‌ ହୋଇ ଜଳୁଛି ଗ୍ରାମ୍ୟ ଜଙ୍ଗଲ। ଏପରି ଖବର ଆସିଛି ମୟୂରଭଞ୍ଜ ଜିଲ୍ଲାରୁ। ନିଆଁ ବ୍ୟାପୁଥିବା ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି।

Advertisment

୧୮ ନମ୍ୱର ଜାତୀୟ ରାଜପଥର କୁଳିଅଣା ସ୍ଥିତ ଟୋଲ ପ୍ଲାଜା ନିକଟରେ ଥିବା ଗ୍ରାମ୍ୟ ଜଙ୍ଗଲରେ ଆଜି ଲାଗିଛି ନିଆଁ। କୌଣସି ଦୁର୍ବୃତ୍ତ ଏହି ନିଆଁ ଲଗାଇଥିବା ଅନୁମାନ କରାଯାଉଛି। ନିଆଁ ଧୀରେ ଧୀରେ ବ୍ୟାପିବାରେ ଲାଗିଛି। ଯାହାଫଳରେ ଗ୍ରାମ୍ୟ ଜଙ୍ଗଲରେ ଥିବା ଔଷଧୀୟ ଗୁଳ୍ମ ଲତା ଓ ଶରୀସୃପ ଜୀବଯନ୍ତୁଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

ବର୍ତ୍ତମାନ ସେହି ରାସ୍ତା ଦେଇ ଲୋକେ ଯିବାକୁ ସୁରକ୍ଷିତ ମଣୁନାହାନ୍ତି। ନିଆଁ ଦେଖି ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଲୋକ ଭୟଭୀତ ହୋଇପଡିଛନ୍ତି। ଖବର ପାଇ ବନ ବିଭାଗ ଓ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି।

Advertisment

ସୂଚନାରୁ ପ୍ରକାଶ, ୨୦୨୨ ମସିହାରେ ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିଲା ନିଆଁ। ହେକ୍ଟର ହେକ୍ଟର ଜଙ୍ଗଲରେ ପ୍ରତିଦିନ ନିଆଁ ଲାଗୁଥିଲା। ନିଆଁ ଲିଭାଇବାକୁ ଯେତେ ଚେଷ୍ଟା କଲେ ମଧ୍ୟ ଲିଭୁନଥିଲା। ଏଥିରେ ବହୁ ଔଷଧୀୟ ଚାରା ଓ ଜୀବ ଯନ୍ତୁ ପୋଡ଼ି ଯାଇଥିଲା।

ରିପୋର୍ଟ-ବାରିପଦାରୁ ମାଣିକଲାଲ ପାଣି

Fire Breakout Baripada Forest Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe