Advertisment

Firing: ଗୁଳିମାଡ଼ରେ ଟିଉସନ ସାର୍ ଗୁରୁତର

ଗତକାଲି ସନ୍ଧ୍ୟାରେ ସଞ୍ଜୟ ଘରକୁ ଫେରୁଥିବା ବେଳେ ରାସ୍ତାରେ ଗଛ ଡାଳ ପଡ଼ିଥିଲା। ତେଣୁ ସେ ଅଟକି ଯାଇଥିଲେ। ସେହି ସମୟରେ କେହି ତାଙ୍କୁ ଗୁଳିମାଡ଼ କରି ଫେରାର ହୋଇ ଯାଇଥିଲେ।

Firing

ଗୁଳିମାଡ଼ରେ ଆହତ ବ୍ୟକ୍ତି

Advertisment

ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ମାଙ୍କଡାପାଳ ଗାଁରେ ଜଣେ ବ୍ୟକ୍ତିଙ୍କ ଉପରକୁ ହୋଇଛି ଗୁଳିମାଡ଼। ତାଙ୍କ ନାଁ ସଞ୍ଜୟ କୁମାର ନାୟକ। ସେ ଗାଁରେ ଘର ଘର ଯାଇ ଟିଉସନ କରି ଗୁଜୁରାଣ ମେଣ୍ଟାନ୍ତି।

Advertisment

ଗତକାଲି ସନ୍ଧ୍ୟାରେ ସଞ୍ଜୟ ଘରକୁ ଫେରୁଥିବା ବେଳେ ରାସ୍ତାରେ ଗଛ ଡାଳ ପଡ଼ିଥିଲା। ତେଣୁ ସେ ଅଟକି ଯାଇଥିଲେ। ସେହି ସମୟରେ କେହି ତାଙ୍କୁ ଗୁଳିମାଡ଼ କରି ଫେରାର ହୋଇ ଯାଇଥିଲେ। 

ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳିମାଡ଼ ହୋଇଥିବା ବେଳେ ଗୋଟିଏ ଗୁଳି ତାଙ୍କ ପେଟ କଡ଼ରେ ବାଜି ବାହାରି ଯାଇଥିଲା। ତାଙ୍କୁ ବାରିପଦା ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। 

Advertisment

ସଞ୍ଜୟ କୁମାର ନାୟକଙ୍କ ସ୍ତ୍ରୀ କହିଛନ୍ତି ଯେ ତାଙ୍କର ଅଙ୍ଗନବାଡ଼ିରେ ଚାକିରି ହୋଇଯାଇଛି। ଏହି ନିଯୁକ୍ତି ପାଇଁ ଗାଁରେ ଆଉ କିଛି ମହିଳା ଆଶାୟୀ ଥିଲେ। କିନ୍ତୁ ସେ ମନୋନୀତ ହୋଇଥିବାରୁ ତାଙ୍କ ପରିବାର ଉପରେ କିଛି ଲୋକ ଅସନ୍ତୁଷ୍ଟ ଅଛନ୍ତି। ସେହି ଲୋକଙ୍କ ଭିତରୁ କେହି ତାଙ୍କ ସ୍ୱାମୀଙ୍କ ଉପରକୁ ଆକ୍ରମଣ କରିଥିବା ସେ ସନ୍ଦେହ କରୁଥିବା କହିଛନ୍ତି। 

ଅନ୍ୟପକ୍ଷରେ ଏହା ବି କୁହାଯାଉଛି ଯେ ସଞ୍ଜୟଙ୍କ ଘରେ ଗୁଣିଗାରେଡି ପୂଜା ହେଉଥିବା ନେଇ ଗାଁର କିଛି ଲୋକ ସନ୍ଦେହ କରୁଥିଲେ। ଏହାକୁ ନେଇ ସେମାନଙ୍କ ସହିତ ସଞ୍ଜୟଙ୍କର ମତାନ୍ତର ଥିଲା। ତେଣୁ ସେହି କଥାକୁ ନେଇ ମଧ୍ୟ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥାଇପାରେ ବୋଲି କୁହାଯାଉଛି। ବଡ଼ସାହି ପୁଲିସ ଓ ଟାଉନ୍ ଥାନା ପୁଲିସ ମେଡିକାଲରେ ପହଞ୍ଚି ସଞ୍ଜୟଙ୍କୁ ପଚରାଉଚରା କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe