Advertisment

ଶିକାରୀ ଗୁଳିରେ ବନ କର୍ମଚାରୀ ଘାଇଲା; ଉଦ୍ଧାର ପାଇଁ ଲାଗିଲା ୧୨ ଘଣ୍ଟା

ଉଦଳା(ମାନସ ପାଣି): ଶିମିଳିପାଳ ଅଭୟାରଣ୍ୟ ଭିତରେ ପାଟ୍ରୋଲିଂ ବେଳେ ମୁହାଁମୁହିଁ ହେଲେ ବନ କର୍ମଚାରୀ ଓ ଶିକାରୀ। ଶିକାରୀ ଗୁଳିରେ ଘାଇଲା ହେଲେ ଜଣେ ବନ କର୍ମଚାରୀ। ଶିକାରୀଙ୍କ ଗୁଳି ତାଙ୍କ ୨ ଜଙ୍ଘରେ ବାଜିଥିବା ବେଳେ ଦୀର୍ଘ ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଜଙ୍ଗଲରେ ପଡ଼ି ରହିଲେ ବନ କର୍ମଚାରୀ । ଶେଷରେ ଆଜି ସକାଳୁ ତାଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ପ୍ରଥମେ ଉଦଳା ଡାକ୍ତରଖାନା ଓ ପରେ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ […]

author-image
Niharika Rout
ଅଦ୍ୟତନ ହୋଇଛି
ବିରିୟାନି ଦୋକାନରେ ଗୁଳିକାଣ୍ଡ, ୨ ଗୁରୁତର

Gun

ଉଦଳା(ମାନସ ପାଣି): ଶିମିଳିପାଳ ଅଭୟାରଣ୍ୟ ଭିତରେ ପାଟ୍ରୋଲିଂ ବେଳେ ମୁହାଁମୁହିଁ ହେଲେ ବନ କର୍ମଚାରୀ ଓ ଶିକାରୀ। ଶିକାରୀ ଗୁଳିରେ ଘାଇଲା ହେଲେ ଜଣେ ବନ କର୍ମଚାରୀ। ଶିକାରୀଙ୍କ ଗୁଳି ତାଙ୍କ ୨ ଜଙ୍ଘରେ ବାଜିଥିବା ବେଳେ ଦୀର୍ଘ ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଜଙ୍ଗଲରେ ପଡ଼ି ରହିଲେ ବନ କର୍ମଚାରୀ । ଶେଷରେ ଆଜି ସକାଳୁ ତାଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ପ୍ରଥମେ ଉଦଳା ଡାକ୍ତରଖାନା ଓ ପରେ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Advertisment

ଗତକାଲି ଶିମିଳିପାଳ ଭିତରକୁ ପାଟ୍ରୋଲିଂ ପାଇଁ ଯାଇଥିଲେ ୬ ବନ କର୍ମଚାରୀ। ସେମାନଙ୍କ ମଧ୍ୟରେ ବନ କର୍ମଚାରୀ ସୁନାରାମ ସିଂ ମଧ୍ୟ ଥିଲେ। ଏହି ବନ କର୍ମଚାରୀ ଡୁକୁରା ରେଞ୍ଜ ଭଞ୍ଜବସା ଅଂଚଳରେ ପାଟ୍ରୋଲିଂ କରୁଥିବା ବେଳେ ୫ରୁ ଅଧିକ ଶିକାରୀ ସେମାନଙ୍କ ହାବୁଡ଼ରେ ପଡ଼ିଥିଲେ। ବନ କର୍ମଚାରୀଙ୍କ କବଳରୁ ଖସିବାକୁ ଶିକାରୀମାନେ ଦେଶୀ ବନ୍ଧୁକରୁ ଆଖିବୁଜା ଗୁଳି ଚଳାଇଥିଲେ।

ଏହି ଗୁଳିକାଣ୍ଡ ବେଳେ   ସୁନାରାମଙ୍କ ଦୁଇ ଜଙ୍ଘରେ ୩ ରୁ ଅଧିକ ଗୁଳି ବାଜିଥିଲା। ଏହାପରେ ଘଟଣାସ୍ଥଳରୁ ଶିକାରୀମାନେ ଖସି ଚାଲିଯାଇଥିଲେ। ସେପଟେ ଗୁଳି ମାଡରେ ଗୁରୁତର ହୋଇ ସେଠାରେ ସୁନାରାମ ପଡ଼ି ରହିଥିବା ବେଳେ ରାତି ସାରା ତାଙ୍କୁ ଜଗି ରହିଥିଲେ ତାଙ୍କ ସହଯୋଗୀ।

Advertisment

[caption id="attachment_729234" align="aligncenter" width="650"]serious ବନ କର୍ମଚା ସୁନାରାମ ସିଂଙ୍କ ୨ ଜଙ୍ଘରେ ବାଜିଛି ଗୁଳି ।[/caption]

ଖବର ପାଇ ବନବିଭାଗ ଅଧିକାରୀ ଏବଂ କର୍ମଚାରୀ ତାଙ୍କୁ ଉଦ୍ଧାର କରିବାର ଚେଷ୍ଟା ଆରମ୍ଭ କରିଥିବା ବେଳେ ଅଭୟାରଣ୍ୟ ଭିତରେ ପ୍ରକୃତ ସ୍ଥାନ ଚିହ୍ନଟ କରିବାକୁ ୧୨ ଘଣ୍ଟାରୁ ଅଧିକ ସମୟ ଲାଗି ଯାଇଥିଲା।  ଗତକାଲି ସନ୍ଧ୍ୟା ୫ଟାରୁ ବନ ବିଭାଗ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଥିବା ବେଳେ ଆଜି ଭୋର ୫ଟା ପରେ ସେମାନେ  ସୁନାରାମଙ୍କୁ ଠାବ କରି ଉଦ୍ଧାର କରିଥିଲେ।

ଏହାପରେ ତୁରନ୍ତ ତାଙ୍କ ଚିକିତ୍ସ ନିମନ୍ତେ ତାଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି।