Advertisment

ନୃଶଂସ ନାତି, ଟାଙ୍ଗିଆରେ ଆଈକୁ ହାଣିଦେଲା

ବାରିପଦା (ମାନିକ୍ ଲାଲ୍ ପାଣି): ମାନସିକ ଭାରସାମ୍ୟ ହରାଇ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ନିଜ ଆଈକୁ ହାଣି ଦେଲା ନାତି। ଖାଲି ଆଈକୁ ନୁହେଁ, ଆଖି ସାମ୍ନାରେ ଯିଏ ବି ଆସିଲା ତାକୁ ଟାଙ୍ଗିଆ ଧରି ଗୋଡ଼ାଇଲା। ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଉଁଶକଣ୍ଟିଆ ଗାଁରେ। ଆଜି ଦ୍ୱିପହର ସମୟରେ ଜଣେ ଯୁବକ ପାରିବାରିକ ତିକ୍ତତାକୁ ନେଇ ଘର ଲୋକଙ୍କ ସହ ଝଗଡ଼ା କରିଥିଲା। ଯେଉଁ କାରଣରୁ ଯୁବକଟି […]

ନୃଶଂସ ନାତି, ଟାଙ୍ଗିଆରେ ଆଈକୁ ହାଣିଦେଲା

baripada

Advertisment

ବାରିପଦା (ମାନିକ୍ ଲାଲ୍ ପାଣି): ମାନସିକ ଭାରସାମ୍ୟ ହରାଇ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ନିଜ ଆଈକୁ ହାଣି ଦେଲା ନାତି। ଖାଲି ଆଈକୁ ନୁହେଁ, ଆଖି ସାମ୍ନାରେ ଯିଏ ବି ଆସିଲା ତାକୁ ଟାଙ୍ଗିଆ ଧରି ଗୋଡ଼ାଇଲା। ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଉଁଶକଣ୍ଟିଆ ଗାଁରେ।

Advertisment

ଆଜି ଦ୍ୱିପହର ସମୟରେ ଜଣେ ଯୁବକ ପାରିବାରିକ ତିକ୍ତତାକୁ ନେଇ ଘର ଲୋକଙ୍କ ସହ ଝଗଡ଼ା କରିଥିଲା। ଯେଉଁ କାରଣରୁ ଯୁବକଟି ଭୀଷଣ ରାଗି ଯାଇଥିଲା। ପରିଣାମସ୍ୱରୂପ ଯୁବକ ଜଣକ ଟାଙ୍ଗିଆରେ ତା’ ଆଈ ମା’କୁ ହାଣି ପକାଇଥିଲା। ଯୁବକ ଜଣକ ପାଖାପାଖି ଘଣ୍ଟାଏ ଧରି ଏଭଳି ଆତଙ୍କ ଖେଳାଇଥିଲା। ଯେଉଁଥିରେ ତା ଆଈ ବ୍ୟତୀତ ଗୋଟିଏ ଛେଳିର ମଧ୍ୟ ମୃତ୍ୟୁ ଘଟିଛି।

ଏଭଳି ବିଭତ୍ସ ହତ୍ୟାକାଣ୍ଡ ଦେଖି ଗାଁ ଲୋକ ଭୟଭୀତ ହୋଇଯାଇଥିଲେ। ସେମାନ ଉନ୍ମକ୍ତ ଯୁବକକୁ କାବୁ କରିପାରିନଥିଲେ। ଯାହା ଫଳରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ଲକ୍ଷ୍ମଣ ଟୁଡୁ। ପୁଲିସ ତା’ଠାରୁ ଏକ ଧାରୁଆ ଅସ୍ତ୍ର ଜବତ କରି ତା ନାଁରେ ହତ୍ୟା ମାମଲା ରୁଜୁ କରିଛି। ପୁଲିସ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe