Advertisment

୧୮ ବର୍ଷ, ୧୧ ମାସ, ୧୫ ଦିନ ପରେ ଗାଁକୁ ଫେରିଲେ

କରଞ୍ଜିଆ (ଦୀପକ ମହାନ୍ତ): ପାଖାପାଖି ୧୯ ବର୍ଷ ଜେଲ୍ ଦଣ୍ଡ ଭୋଗିବା ପରେ ଶେଷରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ଶିମିଳିପାଳ ଅଭୟାରଣ୍ୟ ବଳରାମପୁର ଗାଁର ହାବିଲ୍ ସିନ୍ଧୁ। ନିଜ ଜୀବନର ଅଧା ବୟସ ଜେଲରେ ବିଚାରାଧୀନ କଏଦୀ ଭାବେ ରହିଥିଲେ ହାବିଲ୍। ଗତ ୧୫ ତାରିଖ ଦିନ ଉପଯୁକ୍ତ ସାକ୍ଷୀ ଅଭାବରୁ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଆଜି ସେ ନିଜ ଗାଁକୁ ଫେରିଛନ୍ତି। ୧୯ ବର୍ଷ ପରେ ଜେଲରୁ ମୁକୁଳିବା ନେଇ ହାବିଲ୍ ଯେତିକି […]

author-image
Ranjit Kumar Jena
୧୮ ବର୍ଷ, ୧୧ ମାସ, ୧୫ ଦିନ ପରେ ଗାଁକୁ ଫେରିଲେ

habil-sindhu

କରଞ୍ଜିଆ (ଦୀପକ ମହାନ୍ତ): ପାଖାପାଖି ୧୯ ବର୍ଷ ଜେଲ୍ ଦଣ୍ଡ ଭୋଗିବା ପରେ ଶେଷରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ଶିମିଳିପାଳ ଅଭୟାରଣ୍ୟ ବଳରାମପୁର ଗାଁର ହାବିଲ୍ ସିନ୍ଧୁ। ନିଜ ଜୀବନର ଅଧା ବୟସ ଜେଲରେ ବିଚାରାଧୀନ କଏଦୀ ଭାବେ ରହିଥିଲେ ହାବିଲ୍। ଗତ ୧୫ ତାରିଖ ଦିନ ଉପଯୁକ୍ତ ସାକ୍ଷୀ ଅଭାବରୁ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଆଜି ସେ ନିଜ ଗାଁକୁ ଫେରିଛନ୍ତି।

Advertisment

୧୯ ବର୍ଷ ପରେ ଜେଲରୁ ମୁକୁଳିବା ନେଇ ହାବିଲ୍ ଯେତିକି ଖୁସି ଅଛନ୍ତି, ତା'ଠାରୁ ଅଧିକ ଚିନ୍ତିତ ମଧ୍ୟ ଅଛନ୍ତି। ଆଉ ଏହି ଚିନ୍ତାର କାରଣ ହେଉଛି, ତାଙ୍କୁ ତାଙ୍କର ଗ୍ରାମବାସୀ ଗ୍ରହଣ କରିବେ ନା ନାହିଁ। ଏପରିକି ତାଙ୍କର ଘରବାଡ଼ି ଅଛି ନା ନାହିଁ, ସେ କଥା ମଧ୍ୟ ଜାଣିନାହାନ୍ତି। ଯେଉଁ କାରଣରୁ ହାବିଲ୍ ନିଜର ଜୀବିକା ମେଣ୍ଟାଇବା ପାଇଁ ସରକାରଙ୍କୁ ସହାୟତା ମାଗିଛନ୍ତି।

୨୦୦୩ ମସିହା ଜାନୁଆରୀ ୩ ତାରିଖରେ ତିନିଜଣଙ୍କୁ ହତ୍ୟା କରିଥିବା ଅଭିଯୋଗରେ ହାବିଲ୍ ଗିରଫ ହୋଇଥିଲେ। ହାବିଲ ଗୁଣିଗାରେଡ଼ି କରି ତିନି ଜଣଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ଯଶିପୁର ଥାନାରେ ଅଭିଯୋଗ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା।

Advertisment

୨୦୦୫ ମସିହାରେ ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ବିଚାର କରି ହାବିଲକୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ଏ ନେଇ ହାବିଲ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ। ଉଚ୍ଚ ନ୍ୟାୟାଳୟ ଏହି ଘଟଣାର ହସ୍ତକ୍ଷେପ କରି ଘଟଣାକୁ ପୁନଃ ବିଚାର ପାଇଁ ମୟୂରଭଞ୍ଜ ଜିଲ୍ଲା ଜଜଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସରକାର ଜଣେ ଆମିକସ୍ କ୍ୟୁରୀ ତଥା ଅବୈତନିକ ଓକିଲକୁ ଯୋଗାଇ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ସେଇ ଦିନ ଠାରୁ ସେ ବିଚାରାଧିନ କଏଦୀ ଭାବେ ଥିଲେ।

ମୟୂରଭଞ୍ଜ ଜିଲ୍ଲା ଦୌରା ଜଜ୍ କୋର୍ଟ ଶୁଣାଣି କରି ୧୧ଜଣ ସାକ୍ଷୀ, ୩୨ଟି ତଦନ୍ତ ରିପୋର୍ଟକୁ ଆଧାର କରି ଉପଯୁକ୍ତ ସାକ୍ଷୀ ପ୍ରମାଣ ଅଭାବରୁ ହାବିଲଙ୍କୁ ନିର୍ଦ୍ଦୋଷରେ ଖଲାସ ପାଇଁ ଆଦେଶ ଦେଇଥିଲେ। ଯାହା ପରେ ହାବିଲ୍ ୧୮ ବର୍ଷ, ୧୧ ମାସ ଓ ୧୫ ଦିନ ପରେ ଜେଲରୁ ମୁକୁଳିଥିଲେ।