Advertisment

ହତ୍ୟା କରି ବୃଦ୍ଧାଙ୍କ ମୁଣ୍ଡ କାଟି ନେଲେ

କରଞ୍ଜିଆ (ଦୀପକ କୁମାର ମହାନ୍ତ): ଡାହାଣୀ ସନ୍ଦେହରେ ଜଘନ୍ୟ ହତ୍ୟାକାଣ୍ଡ। ହତ୍ୟା କରିବା ପରେ ବୃଦ୍ଧାଙ୍କର ମୁଣ୍ଡ କାଟି ନେଲେ। କରଞ୍ଜିଆ ଥାନା ଅନ୍ତର୍ଗତ ବାଲିଭୋଳ ଗ୍ରାମରେ ଘଟିଛି ଏପରି ବିଭତ୍ସ ହତ୍ୟାକାଣ୍ଡ । ୬୦ ବର୍ଷର ବୃଦ୍ଧାଙ୍କୁ କେହି ଦୃର୍ବୁତ୍ତ ହତ୍ୟା କରିବା ପରେ ମୁଣ୍ଡ କାଟି ନେଇଥିବା ଦେଖିବାକୁ ମିଳିଛି । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡ଼ି ନଥିଲେ ବି ଗୁଣି ଗାରେଡି ସନ୍ଦେହରେ ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଛି ଦୁର୍ବୁତ୍ତ। […]

ହତ୍ୟା କରି ବୃଦ୍ଧାଙ୍କ ମୁଣ୍ଡ କାଟି ନେଲେ

karanjia

Advertisment

କରଞ୍ଜିଆ (ଦୀପକ କୁମାର ମହାନ୍ତ): ଡାହାଣୀ ସନ୍ଦେହରେ ଜଘନ୍ୟ ହତ୍ୟାକାଣ୍ଡ। ହତ୍ୟା କରିବା ପରେ ବୃଦ୍ଧାଙ୍କର ମୁଣ୍ଡ କାଟି ନେଲେ। କରଞ୍ଜିଆ ଥାନା ଅନ୍ତର୍ଗତ ବାଲିଭୋଳ ଗ୍ରାମରେ ଘଟିଛି ଏପରି ବିଭତ୍ସ ହତ୍ୟାକାଣ୍ଡ । ୬୦ ବର୍ଷର ବୃଦ୍ଧାଙ୍କୁ କେହି ଦୃର୍ବୁତ୍ତ ହତ୍ୟା କରିବା ପରେ ମୁଣ୍ଡ କାଟି ନେଇଥିବା ଦେଖିବାକୁ ମିଳିଛି । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡ଼ି ନଥିଲେ ବି ଗୁଣି ଗାରେଡି ସନ୍ଦେହରେ ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଛି ଦୁର୍ବୁତ୍ତ।

Advertisment

ଘଟଣା ସ୍ଥଳରେ ବୃଦ୍ଧାଙ୍କ ମୁଣ୍ଡ ବିହୀନ ମୃତଦେହ ପଡିଥିବା ବେଳେ ମୁଣ୍ଡ ମିଳି ନଥିବା ଜଣା ପଡ଼ିଛି । ଅନ୍ୟପଟେ କରଞ୍ଜିଆ ଥାନା ପୁଲିସ ଅଧିକ ତଦନ୍ତ କରିବା ସହିତ ଅଗ୍ନିଶମ ବିଭାଗର ସହାୟତା ଲୋଡ଼ିଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଦ୍ଵାରା ସନ୍ଦେହ ହେଉଥିବା ପୋଖରୀରେ ମୁଣ୍ଡକୁ ଖୋଜୁଛି ଅଗ୍ନିଶମ ବିଭାଗ। ପୁଲିସ ଏବଂ ସାଇଣ୍ଟିଫିଟିମ ସହିତ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଜାରି ରଖିଛନ୍ତି।

ଏପରି ହତ୍ୟାକାଣ୍ଡ ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଥିବା ବେଳେ କିଏ କାହିଁକି ହତ୍ୟା କରିଛି, ତାହା ମଧ୍ୟ ବଡ଼ ପ୍ରଶ୍ନ । ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe