Advertisment

ଶିକାରୀଙ୍କ ଗୁଳିରେ ଟଳି ପଡ଼ିଲେ ଫରେଷ୍ଟ ଗାର୍ଡ!

ମୃତ ଫରେଷ୍ଟ ଗାର୍ଡ ବିମଳଙ୍କ ସ୍ତ୍ରୀ ମଧ୍ୟ ଜଣେ ଫରେଷ୍ଟ ଗାର୍ଡ ବୋଲି ଜଣାପଡ଼ିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Forest Guard

Forest Guard

ଶିମିଳିପାଳ ଜଙ୍ଗଲରେ ଶିକାରୀଙ୍କ ଆତଙ୍କରାଜ। ଶିକାରୀଙ୍କ ଗୁଳିମାଡ଼ରେ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ଫରେଷ୍ଟ ଗାର୍ଡ ଜଣଙ୍କ ହେଲେ ଶିମିଳିପାଳର ନଅଣା ସାଉଥ୍ ରେଞ୍ଜର ବିମଳ କୁମାର ଜେନା ।

Advertisment

ଗତକାଲି ବିମଳ ସମେତ ୪ଜଣ ବନ କର୍ମଚାରୀ ନଅଣା ସାଉଥ୍ ରେଞ୍ଜରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଶିକାରୀଙ୍କ ସହ ସେମାନଙ୍କର ସାମ୍ନାସାମ୍ନି ହୋଇଥିଲା। ଶିକାରୀମାନେ ବନ କର୍ମଚାରୀଙ୍କୁ ଦେଖି ଘଟଣାସ୍ଥଳରୁ ଖସି ପଳାଇଥିଲେ। ବନକର୍ମଚାରୀ ମାନେ ତାଙ୍କଠାରୁ କିଛି ଦେଶୀ ବନ୍ଧୁକ ଓ ବନ୍ୟଜନ୍ତୁ ମାଂସ ଜବତ କରିଥିଲେ।

ସନ୍ଧ୍ୟା ସମୟରେ ବନ କର୍ମଚାରୀମାନେ ପାଟ୍ରୋଲିଂ କରି ବିଟ୍‌ ହାଉସ୍ ପଳାଇ ଆସିଥିଲେ। ହେଲେ ବିମଳ ଆସିନଥିଲେ। ବିଟ୍ ହାଉସରୁ କିଛି ଦୂରରେ ନେଟୱର୍କ ଆସୁଥିବା ସ୍ଥାନକୁ ଯାଇ ଫୋନରେ କଥା ହେଉଥିଲେ। ଏହି ସମୟରେ ବିମଳଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଗୁଳିଟି ତାଙ୍କ ଛାତିରେ ବାଜିଥିଲା। ଶବ୍ଦ ଶୁଣି ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିମଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ବିମଳଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Advertisment

ବିମଳଙ୍କ ମୃତ୍ୟୁ ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣା ପାଇଁ ପରିବାର ଲୋକେ ଶିମିଳିପାଳ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିଲେ। ଶିମିଳିପାଳ ଅଭୟାରଣ୍ୟର କ୍ଷେତ୍ର ନିର୍ଦ୍ଦେଶକ ଓ ଉତ୍ତର ଓ ଦକ୍ଷିଣ ଶିମିଳିପାଳ ର ଦୁଇ ଉପ ନିର୍ଦ୍ଦେଶକ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ପ୍ରତିଶୋଧ ପରାୟଣ ହୋଇ ବିମଳଙ୍କୁ ଶିକାରୀମାନେ ଗୁଳି କରିଥିବା ସନ୍ଦେହ କରାଯାଉଛି। ମୟୂରଭଞ୍ଜ ପୁଲିସର ପାଞ୍ଚ ଜଣିଆ ଟିମ୍ ଶିମିଳିପାଳ ଅଭୟାରଣ୍ୟକୁ ଯାଇଥିବା ଖୋଳତାଡ କରୁଥିବା ଜଣାପଡିଛି। ଶିମିଳିପାଳ ଅଭୟାରଣ୍ୟର ସମସ୍ତ ରାସ୍ତାକୁ ସିଲ୍ କରାଯାଇଛି।

ମୃତ ଫରେଷ୍ଟ ଗାର୍ଡ ବିମଳଙ୍କ ସ୍ତ୍ରୀ ମଧ୍ୟ ଜଣେ ଫରେଷ୍ଟ ଗାର୍ଡ ବୋଲି ଜଣାପଡ଼ିଛି। ବିମଳଙ୍କ ମୃତ୍ୟୁ ପରେ ପରିବାରରେ ଶୋକରଛାୟା ଖେଳିଯାଇଛି।

Odisha Police Firing Mayurbhanj