Advertisment

ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ

କରଞ୍ଜିଆ (ଦୀପକ କୁମାର ମହାନ୍ତ): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ସିଆଳିନଇଁ ବସ୍ତିରେ ଘଟିଛି ଏକ ଅଭାବନୀୟ ଘଟଣା। କିଛି ଦିନ ପୂର୍ବରୁ ସିଆଳିନଇଁ ଠାରେ ବନବିଭାଗ ଦ୍ୱାରା ବିସ୍ଥାପିତ ହୋଇ ଆସିଥିବା କିଛି ଖଡ଼ିଆ ପରିବାର ଏଠାରେ ରହୁଛନ୍ତି। ହେଲେ ଆଜି ଏଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ। ଆଜି ଦିନ ଦ୍ୱିପ୍ରହରରେ କୌଣସି କାରଣ ଯୋଗୁଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହି ଝଗଡ଼ା ପରବର୍ତ୍ତୀ ସମୟରେ ଉଗ୍ର […]

ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ

murder

Advertisment

କରଞ୍ଜିଆ (ଦୀପକ କୁମାର ମହାନ୍ତ): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ସିଆଳିନଇଁ ବସ୍ତିରେ ଘଟିଛି ଏକ ଅଭାବନୀୟ ଘଟଣା। କିଛି ଦିନ ପୂର୍ବରୁ ସିଆଳିନଇଁ ଠାରେ ବନବିଭାଗ ଦ୍ୱାରା ବିସ୍ଥାପିତ ହୋଇ ଆସିଥିବା କିଛି ଖଡ଼ିଆ ପରିବାର ଏଠାରେ ରହୁଛନ୍ତି। ହେଲେ ଆଜି ଏଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ।

Advertisment

ଆଜି ଦିନ ଦ୍ୱିପ୍ରହରରେ କୌଣସି କାରଣ ଯୋଗୁଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହି ଝଗଡ଼ା ପରବର୍ତ୍ତୀ ସମୟରେ ଉଗ୍ର ରୂପ ନେଇଥିଲା। ସ୍ୱାମୀ ଶ୍ୟାମ ସୁନ୍ଦର ଦେହୁରୀ ଉତକ୍ଷୀପ୍ତ ହୋଇ ତା’ର ସ୍ତ୍ରୀ ସୁଟିକୀ ଦେହୁରୀକୁ କୌଣସି ଏକ ଧାରୁଆ ଅସ୍ତ୍ର କିମ୍ବା ପଥରରେ ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲା। ଯାହା ଫଳରେ ସୁଟକୀର ଦେହୁରୀର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି।

ଖବର ପାଇ କରଞ୍ଜିଆ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲ। ପୁଲିସ୍ ଅଧିକ ଯାଞ୍ଚ କରିବା ସହିତ ସ୍ୱାମୀ ଶ୍ୟାମସୁନ୍ଦର ଦେହୁରୀକୁ ଅଟକ ରଖି ହତ୍ୟାର କାରଣ ଖୋଜୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe