Advertisment

ଦ୍ଵିତୀୟ ସହ ମିଶି ପ୍ରଥମ ସ୍ତ୍ରୀକୁ ମାରିଦେବାକୁ ସ୍ୱାମୀର ଉଦ୍ୟମ

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ପ୍ରଥମ ସ୍ତ୍ରୀକୁ କିରାସିନି ଢାଳି ହତ୍ୟା ଉଦ୍ୟମ କରିବା ମହଙ୍ଗା ପଡ଼ିଲା। ଯାହା ପରେ ପ୍ରଥମ ସ୍ତ୍ରୀର ସ୍ୱାମୀ ଓ ତାଙ୍କୀ ଦ୍ଵିତୀୟ ସ୍ତ୍ରୀକୁ ଗିରଫ କରିଛି ପୁଲିସ। ଏମିତି ସାଙ୍ଘାତିକ ଅଭିଯୋଗ ଆସିଛି ରାଇରଙ୍ଗପୁର ଟାଉନ ଥାନା ଦୁବୁଲାବେଡା ଗାଁ ଠାରେ। ମୟୁରଭଞ୍ଜ ଜିଲ୍ଲା ଟାଉନ ଥାନା ଅଧୀନସ୍ଥ ଦୁବୁଲାବେଡା ଗାଁର ଉମାକାନ୍ତ ମହାନ୍ତ କିଛି ଦିନ ତଳେ ଦ୍ଵିତୀୟ ପ୍ରେମ ବିବାହ କରିଥିଲେ। ବିବାହ ପରେ ଉମାକାନ୍ତ ନିଜ […]

ଦ୍ଵିତୀୟ ସହ ମିଶି ପ୍ରଥମ ସ୍ତ୍ରୀକୁ ମାରିଦେବାକୁ ସ୍ୱାମୀର ଉଦ୍ୟମ

rairangpur

Advertisment

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ପ୍ରଥମ ସ୍ତ୍ରୀକୁ କିରାସିନି ଢାଳି ହତ୍ୟା ଉଦ୍ୟମ କରିବା ମହଙ୍ଗା ପଡ଼ିଲା। ଯାହା ପରେ ପ୍ରଥମ ସ୍ତ୍ରୀର ସ୍ୱାମୀ ଓ ତାଙ୍କୀ ଦ୍ଵିତୀୟ ସ୍ତ୍ରୀକୁ ଗିରଫ କରିଛି ପୁଲିସ। ଏମିତି ସାଙ୍ଘାତିକ ଅଭିଯୋଗ ଆସିଛି ରାଇରଙ୍ଗପୁର ଟାଉନ ଥାନା ଦୁବୁଲାବେଡା ଗାଁ ଠାରେ।

Advertisment

ମୟୁରଭଞ୍ଜ ଜିଲ୍ଲା ଟାଉନ ଥାନା ଅଧୀନସ୍ଥ ଦୁବୁଲାବେଡା ଗାଁର ଉମାକାନ୍ତ ମହାନ୍ତ କିଛି ଦିନ ତଳେ ଦ୍ଵିତୀୟ ପ୍ରେମ ବିବାହ କରିଥିଲେ। ବିବାହ ପରେ ଉମାକାନ୍ତ ନିଜ ପ୍ରଥମ ସ୍ତ୍ରୀ ଓ ଦ୍ଵିତୀୟ ସ୍ତ୍ରୀ ସହ ରହୁଥିବା ଜଣାପଡ଼ିଛି। ହେଲେ ଆଜି ପ୍ରଥମ ସ୍ତ୍ରୀ ପୁଷ୍ପା ମହାନ୍ତକୁ ସ୍ୱାମୀ ଉମାକାନ୍ତ ମହାନ୍ତ ଓ ତାଙ୍କର ଦ୍ଵିତୀୟ ପତ୍ନୀ ପୂଜା ସାହୁ ମିଶି କିରାସିନି ଢାଳି ଜୀବନରେ ମାରି ଦେବା ପାଇଁ ଉଦ୍ୟମ କରିଥିବା ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି। ତେବେ ଏହାର କାରଣ ଜଣା ପଡ଼ିନାହିଁ।

ଏହା ପରେ ଟାଉନ ଥାନା ପୁଲିସ ଦୁବୁଲାବେଡା ଗାଁରୁ ଉମାକାନ୍ତ ଓ ତାଙ୍କ ଦ୍ଵିତୀୟ ସ୍ତ୍ରୀକୁ ଗିରଫ କରିଛି। ଗିରଫ ସମୟରେ ସେଠାକାର ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ସୂଚନା ଦେଇଛନ୍ତି ଟାଉନ ଥାନା ଅଧିକାରୀ ରେଣୁବାଲା ସାହୁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe