Advertisment

ମୋ ଝିଅକୁ ନ୍ୟାୟ ନମିଳିଲେ...

କରଞ୍ଜିଆ(ଓଡ଼ିଶା ରିପୋର୍ଟର) ଝିଅକୁ ନ୍ୟାୟ ନମିଳିଲେ ପୁରା ପରିବାର ଭୁବନେଶ୍ୱର ଯାଇ ଆତ୍ମାହୁତୀ ଦେବୁ।  ଝରାଫୁଲଙ୍କ  ମୃତ୍ଯୁକୁ ୧୮ ଦିନ ବିତିଯାଇଥିବା ବେଳେ ଆଜି ଝରାଫୁଲଙ୍କ ମାଆ ପୁଲିସକୁ ଆତ୍ମାହୂତୀ ଧମକ ଦେଇଛନ୍ତି।  ସେ କହିଛନ୍ତି, ପୁଲିସ ପାଖରେ ସମସ୍ତ ତଥ୍ୟ ରହିଛି । ହେଲେ ଏଯାଏଁ ଦ୍ୱିତୀୟ ଅଭିଯୁକ୍ତ ଶକ୍ତି ଶେଖରକୁ ପୋଲିସ ଖୋଜି ପାଉନି।  ମୃତ୍ୟୁର ୧୮ ଦିନ ପରେ ବି ରହସ୍ୟ ଉନ୍ମୋଚନ ହୋଇପାରିନି ।         ହାତରେ ଶବ ବ୍ୟବଛେଦ ରିପୋର୍ଟ, ଭିସେରା […]

ମୋ ଝିଅକୁ ନ୍ୟାୟ ନମିଳିଲେ...

nbvb

Advertisment

କରଞ୍ଜିଆ(ଓଡ଼ିଶା ରିପୋର୍ଟର) ଝିଅକୁ ନ୍ୟାୟ ନମିଳିଲେ ପୁରା ପରିବାର ଭୁବନେଶ୍ୱର ଯାଇ ଆତ୍ମାହୁତୀ ଦେବୁ।  ଝରାଫୁଲଙ୍କ  ମୃତ୍ଯୁକୁ ୧୮ ଦିନ ବିତିଯାଇଥିବା ବେଳେ ଆଜି ଝରାଫୁଲଙ୍କ ମାଆ ପୁଲିସକୁ ଆତ୍ମାହୂତୀ ଧମକ ଦେଇଛନ୍ତି।  ସେ କହିଛନ୍ତି, ପୁଲିସ ପାଖରେ ସମସ୍ତ ତଥ୍ୟ ରହିଛି । ହେଲେ ଏଯାଏଁ ଦ୍ୱିତୀୟ ଅଭିଯୁକ୍ତ ଶକ୍ତି ଶେଖରକୁ ପୋଲିସ ଖୋଜି ପାଉନି।  ମୃତ୍ୟୁର ୧୮ ଦିନ ପରେ ବି ରହସ୍ୟ ଉନ୍ମୋଚନ ହୋଇପାରିନି ।         ହାତରେ ଶବ ବ୍ୟବଛେଦ ରିପୋର୍ଟ, ଭିସେରା ରିପୋର୍ଟ ସହ ବହୁ ତଥ୍ୟ ଲାଗିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୂଚନା ସାର୍ବଜନୀନ କରାଯାଇନି । ଏନେଇ ପୁରା ପରିବାର ଭାଙ୍ଗି ପଡିଛନ୍ତି ।

Advertisment

ମୟୂରଭଞ୍ଜ ଜିଲ୍ଲା ଯଶିପୁର ଅଞ୍ଚଳର ଝରାଫୁଲ ନାୟକ ତାଙ୍କ ଧରମବାପା ଚକ୍ରଧର ବେହେରାଙ୍କ ଘର ଭୁବନେଶ୍ୱରରେ ରହି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲେ। କରୋନା ବେଳେ କଲେଜ ବନ୍ଦ ଥିବାରୁ ସେ ଗାଁକୁ ଫେରି ଯାଇଥିଲେ। ଗତ ୨୫ ତାରିଖରେ ଚକ୍ରଧରଙ୍କ ଝିଅର ଜନ୍ମ ଦିନ ଥିବାରୁ ଝରା ଗାଁକୁ ଭୁବନେଶ୍ୱର ଆସିଥିଲେ। ଜାନୁଆରୀ ୨୬ ତାରିଖରେ ପୂର୍ବାହ୍ନ ୧୧ଟା ବେଳେ ଜୟଦେବ ବିହାରରେ ଝରାଫୁଲଙ୍କୁ ଯଶିପୁର ଯାଉଥିବା ଝାଡେଶ୍ୱର ବସ୍‌ରେ ବସାଇଥିଲେ ଚକ୍ରଧର। କିନ୍ତୁ ଅସୁସ୍ଥ ଦର୍ଶାଇ ଝରାଫୁଲ ବାଣୀବିହାର ଷ୍ଟପେଜ୍‌ରୁ ଓହ୍ଲାଇ ଥିଲେ। ଝରାଫୁଲ ବସ୍‌ରେ ବସିବାର କିଛି ସମୟ ପରେ ବାପା ରମାକାନ୍ତ ଫୋନ୍‌ କରିଥିଲେ। ଝରାଫୁଲ ଫୋନ୍‌ ରିସିଭ୍‌ କରି ଦେହ ଅସୁସ୍ଥ ଲାଗିବାରୁ ସାଙ୍ଗ ସୋନାଲିଙ୍କ ଘରେ ଅଛି ବୋଲି କହିଥିଲେ।

ଜାନୁଆରୀ ୨୭ ତାରିଖାରେ ଯାଜପୁର ଜିଲ୍ଲା କୁଆଖିଆ ନିକଟ ମୂଳାପାଳରୁ ଝରାଫୁଲ ମୃତଦେହ ମିଳିଥିଲା। ଏହାପରେ ପୁଲିସ ମୃତଦେହ ଜବତ କରି ଗେଷ୍ଟହାଉସ୍ ଓ ରେସ୍ତୋରାଁରେ ଲାଗିଥିବା ସିସିଟିଭି ଫୁଟେଜକୁ ଧରି ଖୋଳତାଡ଼ କରିଥିଲା ପୁଲିସ। ଏପରିକି ମୃତଦେହ ଫିଙ୍ଗିବା ପାଇଁ ବ୍ୟବହୃତ ସ୍କୁଟରକୁ ଜବତ କରିବା ସହ ଝରାଫୁଲର ବୟଫ୍ରେଣ୍ଡ ରାକେଶ ସ୍ୱାଇଁକୁ ପୁଲିସ ଗିରଫ କରିଛି। ତେଣେ ଯାଜପୁର ପୁଲିସକୁ ଝରାଫୁଲର ଭିସେରା ରିପୋର୍ଟ ମିଳିଥିବା କୁହାଯାଉଛି। ତେବେ ଝରାଫୁଲ ମୃତ୍ୟୁ ପଛରେ ଏମିତି କି ରହସ୍ୟ ଅଛି ଯେ, ପୁଲିସ ଏତେ ଗୋପନୀୟତା ଅବଲମ୍ବନ କରୁଛି? କୁଆଖିଆ ପୁଲିସ ହତ୍ୟା ମାମଲା ରୁଜୁ କରିଥିଲେ ମଧ୍ୟ କାହିଁକି ଖୁଲାସା କରୁନି ପୂରା ଘଟଣା? ବିଡ଼ମ୍ବନାର କଥା ହେଉଛି, ସ୍କୁଟରରେ ମୃତଦେହ ନେଇଥିବା ରାକେଶର ସହଯୋଗୀ ଶକ୍ତିଶେଖର ଏବେ ମଧ୍ୟ ଫେରାର ଅଛି। ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଝରାଫୁଲଙ୍କ ବାପା। ରାଜଧାନୀରେ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହର ପୋଷ୍ଟମର୍ଟମ ରିପୋର୍ଟକୁ ମାତ୍ର କେଇ ଘଣ୍ଟା ମଧ୍ୟରେ ସାର୍ବଜନୀନ କଲା ପୁଲିସ। ଅଥଚ ୨ ସପ୍ତାହ ପରେ ମଧ୍ୟ ଝରାଫୁଲର ବ୍ୟବଚ୍ଛଦ ରିପୋର୍ଟକୁ ସାମ୍ନାକୁ ଅଣାଯାଇନି। ଆଦିବାସୀ ବୋଲି ସରଳତାର ସୁଯୋଗ ନେଇ ପ୍ରଶାସନ ଜାଣିଶୁଣି ନ୍ୟାୟ ଦେବାକୁ ଚାହୁଁନାହାଁନ୍ତି ବୋଲି ସିଧାସଳଖ ଆରୋପ ଲଗାଇଛନ୍ତି ଝରାଫୁଲଙ୍କ ବାପା ରମାକାନ୍ତ ନାୟକ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe