Advertisment

ନକଲି ମଦ କାରଖାନା ଉପରେ ଚଢାଉ, ୨ ଗିରଫ

ଉଦଳା (ମାନସ ପାଣି): ନକଲି ମଦ କାରଖାନାରେ ବେଡ଼ଧକ ଚାଲିଥିଲା ଚୋରା ମଦ ତିଆରି। ଖବର ପାଇ ଅବକାରୀ ବିଭାଗ କାରଖାନା ଉପରେ ଚଢ଼ାଉ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଚୋରା ନକଲି ବିଦେଶୀ ମଦ ସହିତ ମଦ ତିଆରି ସରଞ୍ଜାମ ଜବତ କରିଛି ଅବକାରୀ ବିଭାଗ। ବିଶେଷସୂତ୍ରରୁ ଖବର ପାଇ ରବିବାର ଅବକାରୀ ବିଭାଗର ଏକ ସ୍ପେଶାଲ ସ୍କ୍ୱାଡ୍ ଉଦଳା ଅଞ୍ଚଳରେ ଚଢାଉ କରିଥିଲା। ଉଦଳାର ପୁରୁଣାପାଣି […]

ଅଦ୍ୟତନ ହୋଇଛି
ନକଲି ମଦ କାରଖାନା ଉପରେ ଚଢାଉ, ୨ ଗିରଫ

liqour

Advertisment

ଉଦଳା (ମାନସ ପାଣି): ନକଲି ମଦ କାରଖାନାରେ ବେଡ଼ଧକ ଚାଲିଥିଲା ଚୋରା ମଦ ତିଆରି। ଖବର ପାଇ ଅବକାରୀ ବିଭାଗ କାରଖାନା ଉପରେ ଚଢ଼ାଉ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଚୋରା ନକଲି ବିଦେଶୀ ମଦ ସହିତ ମଦ ତିଆରି ସରଞ୍ଜାମ ଜବତ କରିଛି ଅବକାରୀ ବିଭାଗ।

Advertisment

ବିଶେଷସୂତ୍ରରୁ ଖବର ପାଇ ରବିବାର ଅବକାରୀ ବିଭାଗର ଏକ ସ୍ପେଶାଲ ସ୍କ୍ୱାଡ୍ ଉଦଳା ଅଞ୍ଚଳରେ ଚଢାଉ କରିଥିଲା। ଉଦଳାର ପୁରୁଣାପାଣି ଏବଂ କପ୍ତିପଦା ଥାନା ଅଞ୍ଚଳର ଖୁଣ୍ଟାପାଳ ଅଞ୍ଚଳରେ ଚଢାଉ କରିଥିଲା ଅବକାରୀ ବିଭାଗ। ପୁରୁଣାପାଣି ଠାରେ ନକଲି ମଦ ତିଆରି କାରଖାନା ଉପରେ ଚଢାଉ କରି ଅବକାରୀ ବିଭାଗ ସେଠାରୁ ୪୫ଟି ନକଲି ବିଦେଶୀ ମଦ ଜବତ କରିବା ସହିତ ମଦ ତିଆରି ପାଇଁ ବ୍ୟବହୃତ ୪୦ ଲିଟର ସ୍ପିରିଟ୍‌, ମଦ ବୋତଲ ଉପରେ ଲାଗୁଥିବା ଷ୍ଟିକର, ରଙ୍ଗ, ଫାଙ୍କା ମଦ ବୋତଲ ଏବଂ ଠିପି ଜବତ କରିଛି। ଏହା ସହିତ ଜଣେ ଅଭିଯୁକ୍ତକୁ ଗିରଫ ମଧ୍ୟ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ପୁରୁଣାପାଣି ଗ୍ରାମର ମହେଶ୍ୱର ବାରିକ।

ସେହିପରି ଖୁଣ୍ଟାପାଳ ଅଞ୍ଚଳରେ ଅବକାରୀ ବିଭାଗ ଚଢାଉ କରି ମହେଶ୍ୱର ସେଠୀ ନାମକ ଜଣେ ଯୁବକକୁ ଗିରଫ କରିବା ସହିତ ତା ନିକଟରୁ ଚୋରା ବିଦେଶୀ ମଦ ଜବତ କରିଛି। ଦୁଇ ଗିରଫ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରାଯାଇ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି।

Advertisment

ତେବେ କପ୍ତିପଦା ଉପଖଣ୍ଡରେ ଦିନକୁ ଦିନ ନକଲି ମଦ କାରବାର ବଢିବାରେ ଲାଗିଥିବା ବେଳେ ମାତ୍ର ଦୁଇ ମାସ ପୂର୍ବରୁ ଖୁଣ୍ଟା ଅଞ୍ଚଳରୁ ନକଲି ମଦ କାରଖାନା ଉପରେ ଚଢାଉ କରାଯାଇ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe