Advertisment

'ମୋ ଝିଅକୁ କାହିଁକି ମର୍ଡର କରାଗଲା'

କରଞ୍ଜିଆ (ଦୀପକ କୁମାର ମହାନ୍ତ): ଭୁବନେଶ୍ଵର ରମାଦେବୀ କଲେଜ ଛାତ୍ରୀ ଝରାଫୁଲକୁ ହତ୍ୟା କରାଯାଇଥିବା ଯାଜପୁର ପୁଲିସ ସ୍ପଷ୍ଟ କରିସାରିଛି। ଏହି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଅଢ଼େଇ ମାସରୁ ଅଧିକ ସମୟ ବିତିଯାଇଥିଲେ ହେଁ, ହତ୍ୟା ପଛର ମୁଖ୍ୟ କାରଣ କ’ଣ ଜଣାପଡ଼ିନାହିଁ। ଏପରିକି ଏହି ହତ୍ୟାକାଣ୍ଡରେ ଆଉ କାହାର ସଂପୃକ୍ତ ଅଛି, ତା’ର ଖୋଳତାଡ଼ ହେବା ଦରକାର ବୋଲି ଝରାଫୁଲର ବାପା ଦାବି କରିଛନ୍ତି। ଝରାଫୁଲର ବାପା ମଧ୍ୟ ଯାଜପୁର ଜିଲ୍ଲା ଏସପିଙ୍କୁ ପ୍ରଶ୍ନ କରିଛନ୍ତି ଯେ […]

'ମୋ ଝିଅକୁ କାହିଁକି ମର୍ଡର କରାଗଲା'

jharaphula

Advertisment

କରଞ୍ଜିଆ (ଦୀପକ କୁମାର ମହାନ୍ତ): ଭୁବନେଶ୍ଵର ରମାଦେବୀ କଲେଜ ଛାତ୍ରୀ ଝରାଫୁଲକୁ ହତ୍ୟା କରାଯାଇଥିବା ଯାଜପୁର ପୁଲିସ ସ୍ପଷ୍ଟ କରିସାରିଛି। ଏହି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଅଢ଼େଇ ମାସରୁ ଅଧିକ ସମୟ ବିତିଯାଇଥିଲେ ହେଁ, ହତ୍ୟା ପଛର ମୁଖ୍ୟ କାରଣ କ'ଣ ଜଣାପଡ଼ିନାହିଁ। ଏପରିକି ଏହି ହତ୍ୟାକାଣ୍ଡରେ ଆଉ କାହାର ସଂପୃକ୍ତ ଅଛି, ତା’ର ଖୋଳତାଡ଼ ହେବା ଦରକାର ବୋଲି ଝରାଫୁଲର ବାପା ଦାବି କରିଛନ୍ତି।

Advertisment

ଝରାଫୁଲର ବାପା ମଧ୍ୟ ଯାଜପୁର ଜିଲ୍ଲା ଏସପିଙ୍କୁ ପ୍ରଶ୍ନ କରିଛନ୍ତି ଯେ 'ମୋ ଝିଅ ହତ୍ୟା ପଛର କାରଣ କଣ? କାହିଁକି ପୁଲିସ୍ ହତ୍ୟା ପଛର କାହାଣୀ କହୁନି ଏବଂ କାହା ଚାପରେ ପୁଲିସ୍ ଚୁପ ରହୁଛି ବୋଲି ଝରାଫୁଲର ବାପା ପ୍ରଶ୍ନ କରିଛନ୍ତି।

ଝରାଫୁଲ ହତ୍ୟାକାଣ୍ଡ ଷଡଯନ୍ତ୍ରରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଯାଜପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ପାଖରେ ସବୁ ସୂଚନା ଥାଇବି ଅମରେଶକୁ ଧରିବା ପାଇଁ ଅଢ଼େଇ ମାସ ଲାଗିଗଲା। ଅମରେଶ ହୋଟେଲ ବୁକ୍ କରିବା ସହିତ ରୁମରେ କିଛି ସମୟ ବିତାଇଥିଲା। ହତ୍ୟାକାଣ୍ଡ ପରଠାରୁ ଅମରେଶ ଫେରାର ଥିଲା ବୋଲି ଯାଜପୁର ଏସପି ସୂଚନା ଦେଇଥିଲେ।

Advertisment

ଗତ ଜାନୁଆରୀ ୨୭ ତାରିଖ ସକାଳେ କୂଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ଛକ ନିକଟରେ ରମାଦେବୀ କଲେଜ ଛାତ୍ରୀ ଝରାଫୁଲଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ବିଭିନ୍ନ ଦିଗକୁ ତଦନ୍ତ କରି ଝରାଫୁଲର ପ୍ରେମିକ ରାକେଶ ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଝରାଫୁଲ ମୃତଦେହକୁ ଭୁବନେଶ୍ୱରର ଏକ ହୋଟେଲରୁ ଏକ ସ୍କୁଟିରେ ନେବାରେ ସହଯୋଗ କରିଥିବା ଶକ୍ତିଶେଖର ସ୍ୱାଇଁ ଆଜି ଯାଏଁ ଫେରାର ରହିଛି। ତେବେ ଦୁଇଦିନ ତଳେ ଅମରେଶ ଗିରଫ ହେବା ପରେ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ହେବ ବୋଲି ପରିବାର ଲୋକେ ଆଶା କରିଥିଲେ ହେଁ ବର୍ତ୍ତମାନ ବି ହତ୍ୟାର କାରଣ ଅସ୍ପଷ୍ଟ ରହିଛି।

ପୁଲିସ ପାଖରେ ସମସ୍ତ ତଥ୍ୟ ଥିଲେ ମଧ୍ୟ କାହିଁକି ସାର୍ବଜନୀନ କରୁନି ହତ୍ୟା ପଛର କାହାଣୀ। ଏକ ନୀରିହ ନିଷ୍ପାପ ଝିଅ କ’ଣ ଦୋଷ କରିଥିଲା ଯେ ରାକେଶ ତାଙ୍କୁ ହତ୍ୟା କଲା। ହତ୍ୟା ପଛର କାରଣ ପୁଲିସ ତୁରନ୍ତ ଖୁଲାସା କରିବା ସହିତ ଶକ୍ତିଶେଖର ସ୍ୱାଇଁକୁ ତୁରନ୍ତ ଗିରଫ ପାଇଁ ପରିବାର ଲୋକେ ଦାବି କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe