Advertisment

୧୨ ଲକ୍ଷ ଟଙ୍କା ଲାଞ୍ଚ ନେଇ ଫସିଗଲେ ତହସିଲଦାର

୫୧ ଲକ୍ଷ ୭୫ ହଜାର ଟଙ୍କାର କ୍ଷତିପୂରଣ ଦେବା ପାଇଁ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ ତହସିଲଦାର।

Tahasildar Charles Nayak

Tahasildar Charles Nayak

Advertisment

୧୨ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ି ଯାଇଛନ୍ତି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ତହସିଲଦାର ଚାର୍ଲସ ନାୟକ। ଭିଜିଲାନ୍ସ ପକ୍ଷରୁ ଆଜି ତାଙ୍କର ୪ଟି ଠିକଣାରେ ଚଢ଼ାଉ କରାଯାଇଛି।

Advertisment

ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଜାତୀୟ ରାଜପଥ ସଂପ୍ରସାରଣ ପାଇଁ ଜଣେ ବ୍ୟକ୍ତି ତାଙ୍କ ଜମି ହରାଇଛନ୍ତି। କ୍ଷତିପୂରଣ ବାବଦକୁ ତାଙ୍କୁ ୫୧ ଲକ୍ଷ ୭୫ ହଜାର ୮୧୦ ଟଙ୍କା ଦିଆଯାଇଛି। ସେହି ଅର୍ଥ ରିଲିଜ କରିବା ପାଇଁ ତହସିଲଦାର ଚାର୍ଲସ ନାୟକ ତାଙ୍କୁ ୧୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ଅର୍ଥ ଦୁଇଟି ବ୍ଲାଙ୍କ ଚେକ୍‌ରେ (ଗୋଟିଏରେ ୧୦ ଲକ୍ଷ ଓ ଅନ୍ୟଟିରେ ୨ ଲକ୍ଷ) ଦେବାକୁ ସେ ଉକ୍ତ ବ୍ୟକ୍ତିଙ୍କୁ କହିଥିଲେ। ୧୨ ଲକ୍ଷ ଟଙ୍କା ନଦେଲେ ତାଙ୍କୁ କ୍ଷତିପୂରଣ ରାଶି ମିଳିବନି ବୋଲି ତହସିଲଦାର କହିଥିଲେ। ଅନ୍ୟ କୌଣସି ଉପାୟ ନ ପାଇ ଉକ୍ତ ବ୍ୟକ୍ତି ତହସିଲଦାରଙ୍କୁ ଦୁଇଟି ବ୍ଲାଂକ ଚେକ୍ ଦେଇଥିଲେ। ଲାଞ୍ଚ ଅର୍ଥ ନେବା ପାଇଁ ତହସିଲଦାରଙ୍କ ତରଫରୁ ଉକ୍ତ ଦୁଇଟି ଚେକ୍‌କୁ ବ୍ୟାଙ୍କରେ ଜମା କରାଯିବା ପରେ ଉକ୍ତ ବ୍ୟକ୍ତି ଜଣଙ୍କ ଘଟଣା ସଂପର୍କରେ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇବା ପରେ ବାରିପଦା ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରୁ ସର୍ଚ୍ଚ ୱାରେଣ୍ଟ ଆଣି ଆଜି ଭିଜିଲାନ୍ସ ପକ୍ଷରୁ ତହସିଲଦାର ଚାର୍ଲସ ନାୟକଙ୍କ ଚାରିଟି ଠିକଣାରେ ଚଢ଼ାଉ କରାଯାଇଛି। କରଞ୍ଜିଆ ସ୍ଥିତ ତାଙ୍କ ସରକାରୀ ବାସଭବନ ଓ ତହସିଲ ଅଫିସ ସ୍ଥିତ ତାଙ୍କ ରୁମ୍‌ରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେହିପରି କରଞ୍ଜିଆର ଆଉ ଏକ ସ୍ଥାନ ସହିତ ଭଦ୍ରକ ସ୍ଥିତ ତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

Advertisment
Vigilance Raid Bribe Odisha Vigilance Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe