Advertisment

ଶିମିଳିପାଳ ଅଭୟାରଣ୍ୟରେ ବାଘ ଛୁଆ ମୃତଦେହ ଠାବ

ଡାକ୍ତରଙ୍କ କହିବା ଅନୁସାରେ ପ୍ରାଥମିକ ତଦନ୍ତରୁ ଡିହାଇଡ୍ରେସନ୍‌ ପାଇଁ କଲରାପତରିଆ ବାଘ ଛୁଆର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଛୁଆଟି ମାଆ ପାଖରୁ ଅଲଗା ହୋଇ ଖାଇବାକୁ ନପାଇ ମୃତ୍ୟୁବରଣ କରିଥିବା ଜଣାପଡ଼ୁଛି।

Tiger

Tiger

Advertisment

ଶିମିଳିପାଳ ଅଭୟାରଣ୍ୟରେ ବାଘ ବଂଶ ଲୋପ୍‌ ପାଇଯିବ। ଆଜି ପୁଣି ଗୋଟିଏ କଲରାପତରିଆ ବାଘ ଛୁଆର ମୃତଦେହ ଉଦ୍ଧାର ହୋଇଛି। ତେବେ ବାଘର କେମିତି ମୃତ୍ୟୁ ହୋଇଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ବନ ବିଭାଗ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ତଦନ୍ତ ଚଳାଇଛି।

Advertisment

କଲରାପତରିଆ ବାଘ ଛୁଆର ମୃତଦେହ ଅଭୟାରଣ୍ୟର ବୁଢ଼ୀଗାଁ ଜଙ୍ଗଲ ନିକଟରେ ପଡ଼ିଥିଲା। ମୃତ କଲରାପତରିଆ ବାଘର ବୟସ ଦେଢ଼ ମାସ ହେବ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବନ ବିଭାଗ ବାଘ ଛୁଆର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଭେଟ୍‌ନାରୀ ଡାକ୍ତରଙ୍କ କହିବା ଅନୁସାରେ ପ୍ରାଥମିକ ତଦନ୍ତରୁ ଡିହାଇଡ୍ରେସନ୍‌ ପାଇଁ କଲରାପତରିଆ ବାଘ ଛୁଆର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଛୁଆଟି ମାଆ ପାଖରୁ ଅଲଗା ହୋଇ ଖାଇବାକୁ ନପାଇ ମୃତ୍ୟୁବରଣ କରିଥିବା ଜଣାପଡ଼ୁଛି। ତଥାପି ରିପୋର୍ଟ ଆସିଲେ ସବୁ କିଛି ସ୍ପଷ୍ଟ ହେବ ବୋଲି ଭେଟ୍‌ନାରୀ ଡାକ୍ତର କହିଛନ୍ତି।

ଅନ୍ୟପରେ ରବିବାର ଏକ ଦନ୍ତାର ଗଳିତ ହାତୀର ମୃତ୍ୟୁ ଦେହ ଠାବ ହଇଛି। ପ୍ରାୟ ମାସେ ତଳେ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ତେବେ ହାତୀର କେମିତି ମୃତ୍ୟୁ ହୋଇଛି, ତାହା ମଧ୍ୟ ଜଣାପଡ଼ି ନାହିଁ। ବନ ବିଭାଗ ବ୍ୟବଚ୍ଛେଦ ପରେ ହାତୀର ମୃତଦେହକୁ ଜଙ୍ଗଲ ଭିତରେ ପୋଡ଼ି ଦେଇଥିବା ଜଣାପଡ଼ିଛି।

Advertisment

ରିପୋର୍ଟ-କରଞ୍ଜିଆରୁ ଦୀପକ ମହାନ୍ତ

Odisha Similipal National Park Forest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe