/odisha-reporter/media/post_attachments/uploads/2022/03/loot.jpg)
loot
ଉଦଳା(ମାନସ ପାଣି):ଶିକ୍ଷକ ଦମ୍ପତ୍ତିଙ୍କ ଘରେ କଳାକନା ବୁଲାଇଲେ ଲୁଟେରା। ଘରେ କେହି ନ ଥିବାର ସୁଯୋଗ ନେଇ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସମେତ ନଗଦ ୨୫ ହଜାର ଟଙ୍କା ଲୁଟି ନେଲେ। ପୁଲିସ୍ ଏବେ ଘଟଣାର ତଦନ୍ତ କରୁଥିଲେ ବି ଲୁଟେରାଙ୍କ ଟେର ପାଇପାରିନି। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ଅଠଣ ଗାଁରେ ଘଟିଛି । ଲୁଟ୍ର ଶିକାର ହୋଇଥିବା ଅଠଣଗାଁର କରୁଣାକର ନାୟକ ଓ ପତ୍ନୀ ଉଭୟ ଶିକ୍ଷକ ।
Advertisment
ଉଭୟ କରୁଣାକର ଓ ତାଙ୍କ ପତ୍ନୀ ଘରୁ ବାହାରକୁ ଯାଇଥିବା ବେଳେ ଘରେ ତାଲା ପଡ଼ିଥିଲା। ଗତକାଲି ମଧ୍ୟାହ୍ନରେ ସେମାନେ ଘରକୁ ଫେରି ଝରକାର ଗ୍ରିଲ କଟା ଯାଇଥିବା ଦେଖିବାକୁ ପାଇଥିଲେ । ଏହାପରେ ଘର ଭିତରେ ପଶି ଆଲମାରୀ ଭଙ୍ଗା ଯାଇଥିବା ବେଳେ ସେଥିରୁ ୩ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଓ ନଗଦ ୨୫ ହଜାର ଟଙ୍କା ଲୁଟ୍ ହୋଇଥିବା ଜାଣିବାକୁ ପାଇଲେ।
ଉଦଳା ପୁଲିସ୍କୁ ଖବର ଦେବା ପରେ ପୁଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ଲୁଟେରାଙ୍କ ପତ୍ତା ମିଳିପାରିନି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
