Advertisment

ଏମିତି ଆମ ଶିକ୍ଷା ବ୍ୟବସ୍ଥା! ଜଣେ ଅଧ୍ୟାପକରେ ଚାଲିଛି କଲେଜ୍

କରଞ୍ଜିଆ (ଦୀପକ କୁମାର ମହାନ୍ତ): କଲେଜ୍ ଖୋଲିଛି, ହେଲେ ପାଠ ପଢ଼ାଇବାକୁ କେହି ନାହାନ୍ତି। ଯେଉଁ କାରଣରୁ ମାତ୍ର ଜଣେ ଅଧ୍ୟାପକରେ ଚାଲିଛି କଲେଜ୍। ଏହି କଲେଜ୍ ହେଉଛି ମୟୂରଭଞ୍ଜ ଜିଲ୍ଲା ଖିଚିଂଠାରେ ଥିବା ମା’ କିଚକେଶ୍ୱରୀ ମହାବିଦ୍ୟାଳୟ। ମୟୁରଭଞ୍ଜ ଜିଲ୍ଲା ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠାରେ ୭୦ ଭାଗ ଲୋକ ଆଦିବାସୀ। ଏଠାକାର ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚଶିକ୍ଷିତ କରିବା ପାଇଁ ୧୯୮୫ ମସିହାରେ ଖିଚିଂ ଠାରେ ମା’ କିଚକେଶ୍ଵରୀ ମହାବିଦ୍ୟାଳୟ ଆରମ୍ଭ ହୋଇଥିଲା। […]

ଅଦ୍ୟତନ ହୋଇଛି
ଏମିତି ଆମ ଶିକ୍ଷା ବ୍ୟବସ୍ଥା! ଜଣେ ଅଧ୍ୟାପକରେ ଚାଲିଛି କଲେଜ୍

karanjia1

Advertisment

କରଞ୍ଜିଆ (ଦୀପକ କୁମାର ମହାନ୍ତ): କଲେଜ୍ ଖୋଲିଛି, ହେଲେ ପାଠ ପଢ଼ାଇବାକୁ କେହି ନାହାନ୍ତି। ଯେଉଁ କାରଣରୁ ମାତ୍ର ଜଣେ ଅଧ୍ୟାପକରେ ଚାଲିଛି କଲେଜ୍। ଏହି କଲେଜ୍ ହେଉଛି ମୟୂରଭଞ୍ଜ ଜିଲ୍ଲା ଖିଚିଂଠାରେ ଥିବା ମା’ କିଚକେଶ୍ୱରୀ ମହାବିଦ୍ୟାଳୟ। ମୟୁରଭଞ୍ଜ ଜିଲ୍ଲା ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠାରେ ୭୦ ଭାଗ ଲୋକ ଆଦିବାସୀ। ଏଠାକାର ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚଶିକ୍ଷିତ କରିବା ପାଇଁ ୧୯୮୫ ମସିହାରେ ଖିଚିଂ ଠାରେ ମା' କିଚକେଶ୍ଵରୀ ମହାବିଦ୍ୟାଳୟ ଆରମ୍ଭ ହୋଇଥିଲା। ଏବେ ଏହି ମହାବିଦ୍ୟାଳୟ ଏବେ ଦୁର୍ଦ୍ଦିନରେ ଗତି କରୁଛି। ଏହି ମହାବିଦ୍ୟାଳୟରୁ ପାଠ ପଢ଼ି ଅନେକ ଛାତ୍ରଛାତ୍ରୀ ଦେଶ ବିଦେଶରେ କୃତୀତ୍ୱ ଅର୍ଜନ କରିଛନ୍ତି। ହେଲେ ବର୍ତ୍ତମାନ ଏହି କଲେଜରେ ବିଭିନ୍ନ ସମସ୍ୟା ମୁଣ୍ଡ ଟେକିଲାଣି।

Advertisment

ଗତ ଦେଢ଼ ବର୍ଷ ହେବ କରୋନା ମହାମାରୀ ପାଇଁ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟକୁ ସମ୍ପୂର୍ଣ୍ଣ ବନ୍ଦ କରିଥିଲେ ରାଜ୍ୟ ସରକାର। ଆଉ ଚଳିତ ବର୍ଷ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖା କମିବା ପରେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଖୋଲିବା ପାଇଁ ଅନୁମତି ଦେଇଥିଲେ ରାଜ୍ୟ ସରକାର। ଯାହା ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବେଶ ଖୁସିର ଲହରୀ ଖେଳି ଯାଇଥିଲା। ଦୀର୍ଘ ଦିନ ପରେ କଲେଜ୍ ସିନା ଖୋଲିଲା, ହେଲେ ଏହାରି ଭିତରେ କଲେଜରେ ବହୁତ କିଛି ପରିବର୍ତ୍ତନ ହୋଇ ସାରିଥିଲା।

କଲେଜରେ ଶତାଧିକ ଛାତ୍ର ଛାତ୍ରୀ ପାଠ ପଢ଼ୁଥିବା ବେଳେ ସେମାନଙ୍କର ଭବିଷ୍ୟତ ଏବେ ଅନ୍ଧକାର ଆଡକୁ ଗତି କରୁଛି। ମହାବିଦ୍ୟାଳୟ ଖୋଲିଲା ପରେ ଜଣେ ଅଧ୍ୟାପକ ଯିଏକି ବର୍ତ୍ତମାନ ଅଧ୍ୟକ୍ଷ ଭାବେ ମଧ୍ୟ ମହାବିଦ୍ୟାଳୟର ସମସ୍ତ ଦାୟିତ୍ୱ ବହନ କରୁଛନ୍ତି। ହେଲେ ଏତେବଡ଼ ମହାବିଦ୍ୟାଳୟକୁ ଏକୁଟିଆ ଚଳାଇବା ତାଙ୍କ ପକ୍ଷେ କାଠିକର ପାଠ ହେଲାଣି। ଅଫିସରେ କର୍ମଚାରୀ ଅଭାବ ସାଙ୍ଗକୁ ବିଭିନ୍ନ ବିଭାଗରେ ଅଧ୍ୟାପକ ପଦବୀ ଖାଲି ପଡିଛି। ଯାହା ଫଳରେ ଏଠାରେ ଅଧ୍ୟୟନରତ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଠେଲି ହଇଗଲାଣି।

Advertisment

ମା' କିଚକେଶ୍ଵରୀ ମହାବିଦ୍ୟାଳୟରେ ଗୋଟିଏ ବିଷୟ ଛାଡିଦେଲେ ଅନ୍ୟ କୌଣସି ବିଷୟ ପାଇଁ ଅଧ୍ୟାପକ ନାହାନ୍ତି। ଯାହା ଫଳରେ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ଏହି ମହାବିଦ୍ୟାଳୟର ସମସ୍ୟା ଉପରେ ଶିକ୍ଷା ବିଭାଗକୁ ବାରମ୍ବାର ଜଣାଇଥିଲେ ମଧ୍ୟ ଫଳ ଶୂନ। ମହାବିଦ୍ୟାଳୟଟି ଏବେ ସରକାରଙ୍କ ସାବତ ପୁଅ ପାଲଟି ଯାଇଛି। କେହି ବୁଝିବାକୁ ନାହାନ୍ତି ଏହାର ସମସ୍ୟା। ତେଣୁ ମହାବିଦ୍ୟାଳୟ ଚଳାଇବାକୁ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି ଏହି ମହାବିଦ୍ୟାଳୟର ଅଧ୍ୟକ୍ଷ। ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏବେ ଧୀରେ ଧୀରେ ଅସନ୍ତୋଷର ଦାନା ବାନ୍ଧିବାରେ ଲାଗିଲାଣି। ଆଗକୁ ଏହାର ସମାଧାନ ଦିଗରେ ବିଭାଗ କୌଣସି ପଦକ୍ଷେପ ଗ୍ରହଣ ନ କଲେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି।

କେବଳ ଅଧ୍ୟାପକ ସମସ୍ୟା ନୁହେଁ, କଲେଜରେ ପିଇବା ପାଣିଠୁ ଆରମ୍ଭ କରି ପରିସ୍ରାଗାରର ସୁବିଧା ମଧ୍ୟ ନାହିଁ। ଯାହାଦ୍ୱାରା ବିଶେଷକରି ଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଇଛନ୍ତି। ତେବେ ଏଥିପ୍ରତି କୌଣସି ବିଭାଗ ଦୃଷ୍ଟି ଦେଉ ନଥିବା ଯୋଗୁଁ ଦିନକୁ ଦିନ ସମସ୍ୟା ବଢ଼ିବାରେ ଲାଗିଛି। ଏସବୁ ସମସ୍ୟା ଦୂର କରିବା ସହିତ ଅଧ୍ୟାପକଙ୍କ ନିଯୁକ୍ତି ଦାବି କରିଛନ୍ତି ଏଠାରେ ଅଧ୍ୟୟନରତ ଛାତ୍ରଛାତ୍ରୀ। ଆଉ କିଛି ଦିନ ପରେ ପରୀକ୍ଷା ହେବ। ତେଣୁ ଅତିଶୀଘ୍ର ଅଧ୍ୟାପକ ନିଯୁକ୍ତି କରିବାକୁ ଦାବି କରିଛନ୍ତି ଛାତ୍ର ଛାତ୍ରୀ। ସେହିପରି କିଚକେଶ୍ୱରୀ ମହାବିଦ୍ୟାଳୟ ଚଳାଇବାକୁ କର୍ମଚାରୀ ବି ନାହାନ୍ତି। ତେବେ ଏ ବାବଦରେ ଶିକ୍ଷା ବିଭାଗକୁ ବାରମ୍ବାର ଅବଗତ କରାଇବା ପରେ ମଧ୍ୟ ମହାବିଦ୍ୟାଳୟର ସମସ୍ୟା ସମସ୍ୟାରେ ହିଁ ରହି ଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe