Advertisment

ଖୋଜାଖୋଜି ପରେ ଧରାପଡ଼ିଲା ସର୍ଦ୍ଦାର

କରଞ୍ଜିଆ (ଦୀପକ କୁମାର ମହାନ୍ତ): ମହୁଲଡିହା ପୁଲିସକୁ ମିଳିଛି ବଡ଼ ସଫଳତା। ଚୋରି ଜିନିଷ ସହିତ ଚୋରଙ୍କ ସର୍ଦ୍ଦାରକୁ ଗିରଫ କରିଛି ମହୁଲଡିହା ପୁଲିସ। ମାତ୍ର ଚୋରର ଗ୍ୟାଙ୍ଗ ବିଷୟରେ କୌଣସି ସୂଚନା ଦେଉନି ଚୋର ଯୁଧିଷ୍ଠିର ହାଁସଦା। ଯୁଧିଷ୍ଠିରର ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଗେଣ୍ଡାବସା ଗାଁରେ ବୋଲି ପୁଲିସ ସୂଚନା ଦେଇଛି। ଯୁଧିଷ୍ଠିରଙ୍କ ଘରୁ ଏବଂ ତା ମାମୁଁ ଘରୁ ବହୁ ଚୋରୀ ସାମଗ୍ରୀ ଉଦ୍ଧାର କରିଛି ପୁଲିସ। ଗତ ୨୭ ତାରିଖରେ […]

ଅଦ୍ୟତନ ହୋଇଛି
ଖୋଜାଖୋଜି ପରେ ଧରାପଡ଼ିଲା ସର୍ଦ୍ଦାର

karanjia1

Advertisment

କରଞ୍ଜିଆ (ଦୀପକ କୁମାର ମହାନ୍ତ): ମହୁଲଡିହା ପୁଲିସକୁ ମିଳିଛି ବଡ଼ ସଫଳତା। ଚୋରି ଜିନିଷ ସହିତ ଚୋରଙ୍କ ସର୍ଦ୍ଦାରକୁ ଗିରଫ କରିଛି ମହୁଲଡିହା ପୁଲିସ। ମାତ୍ର ଚୋରର ଗ୍ୟାଙ୍ଗ ବିଷୟରେ କୌଣସି ସୂଚନା ଦେଉନି ଚୋର ଯୁଧିଷ୍ଠିର ହାଁସଦା। ଯୁଧିଷ୍ଠିରର ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଗେଣ୍ଡାବସା ଗାଁରେ ବୋଲି ପୁଲିସ ସୂଚନା ଦେଇଛି। ଯୁଧିଷ୍ଠିରଙ୍କ ଘରୁ ଏବଂ ତା ମାମୁଁ ଘରୁ ବହୁ ଚୋରୀ ସାମଗ୍ରୀ ଉଦ୍ଧାର କରିଛି ପୁଲିସ।

Advertisment

ଗତ ୨୭ ତାରିଖରେ ଏକ ବାଇକ ଚୋରୀ କରି ଯାଉଥିବା ସମୟରେ ଗୋହଳମୁଣ୍ଡା ପଞ୍ଚାୟତ ହାରିବେଡା ଠାରେ ପୁଲିସ୍ ହାତରେ ଧରା ପଡିଥିଲା ଯୁଧିଷ୍ଠିର। ତେବେ ପୁଲିସର ପଚରାଉଚରା ବେଳେ ଯୁଧିଷ୍ଠିର କହିଥିଲା ଯେ ମାସେ ତଳେ ସାତକୋଶିଆ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ଗୋହଳମୁଣ୍ଡା ଉଚ୍ଚ ପ୍ରଥାମିକ ବିଦ୍ୟାଳୟ, ବୁଢୀକୁଦରର ଏକ ମୋବାଇଲ ଦୋକାନରୁ ଚୋରୀ କରିଥିଲା। ପୁଲିସ୍ ସମସ୍ତ ଚୋରୀ ସାମଗ୍ରୀ ଉଦ୍ଧାର କରିଥିବା ବେଳେ ଏଥିରେ ଆଉ କିଏ କିଏ ସମ୍ପୃକ୍ତି ଅଛନ୍ତି ତାହା ତଦନ୍ତ କରୁଛି।

ପୁଲିସ୍ ଦ୍ୱାରା ଉଦ୍ଧାର ସାମଗ୍ରୀ ମଧ୍ୟରେ ଗୋଟିଏ ବାଇକ, ୨ଟି ବ୍ୟାଟେରୀ, ୨ଟି ପ୍ରିଣ୍ଟର, ଇନଭର୍ଟର, ୨ଟି ସିଲେଇ ମେସିନ, ୨ଟି ଲାପଟପ, ଟେବୁଲ, ଚେୟାର, ମୋବାଇଲ ସାମଗ୍ରୀ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରି ସାମଗ୍ରୀ ରହିଛି। ତେବେ ଚୋରର ସର୍ଦ୍ଦାର ଯୁଧିଷ୍ଠିର ହାଁସଦାକୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ତେବେ ଏହି ଚୋରିରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସମସ୍ତଙ୍କୁ ଧରିବା ପାଇଁ ସାଧାରଣରେ ଦାବି ହୋଇଛି। ତେବେ ଏ ସମ୍ପର୍କରେ ପୁଲିସ କୌଣସି ପ୍ରତିକ୍ରିୟା ଦେଇନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe