Advertisment

ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରେନ୍‌

ଏପରି ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକେ ବହୁବାର ଫାଟକ ବସାଇବା ପାଇଁ ଦାବି କରି ଆସିଛନ୍ତି।

ଅଦ୍ୟତନ ହୋଇଛି
Train Accident

Train Accident

Advertisment

ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରେନ୍‌। ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ରେଳ ଷ୍ଟେସନ ନିକଟରେ।  ମୃତ ଯୁବକ ଜଣଙ୍କ ନିରଞ୍ଜନ ମହାନ୍ତ। ତାଙ୍କ ଘର ତଙ୍ଗାଧୁଆ ଗାଁରେ ବୋଲି ଜଣାଯାଇଛି। 

Advertisment

ଆଜି ସକାଳେ ନିରଞ୍ଜନ ମଟର ସାଇକେଲ ଯୋଗେ ରେଳଧାରଣା ପାର ହେଉଥିଲେ। ଏହି ସମୟରେ ଶାଲିମାର ସୁପରଫାଷ୍ଟ ଟ୍ରେନଟି କଲିକତାରୁ ବାରିପଦା ଅଭିମୁଖେ ଯାଉଥିଲା। କୁଷ୍ଣଚନ୍ଦ୍ରପୁର ରେଳ ଷ୍ଟେସନ ନିକଟରେ ଟ୍ରେନ୍‌ଟି ଯୁବକଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ଯୁବକଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ରେଳ ଧାରଣା ନିକଟରେ ଧାରଣାରେ ବସିଥିଲେ।  ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଧାରଣାରୁ ଉଠିଥିଲେ।  ଏହାସହ ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

 ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, କୃଷ୍ଣଚନ୍ଦ୍ରପୁର ରେଳ ଷ୍ଟେସନ ନିକଟରେ ପୂର୍ବରୁ ଏକ ରେଳ ଫାଟକ ଥିଲା। ହେଲେ ୧୮ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରିତ କରାଯିବ ହେତୁ ସେହି ଫାଟକକୁ ଉଠାଇ ଦିଆଯାଇଥିଲା। ତେବେ ସେଠାରେ କୌଣସି ଫାଟକ ନ ଥିବାରୁ ସାଧାରଣ ଲୋକ ପ୍ରତିଦିନ ବିପଦ ସଂକୁଳ ଭାବେ ରେଳ ଧାରଣା ପାର ହୋଇ ଯିବାଆସିବା କରନ୍ତି। 

 ଏପରି ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ  ସ୍ଥାନୀୟ ଲୋକେ ବହୁବାର ଫାଟକ ବସାଇବା ପାଇଁ ଦାବି କରି ଆସିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ସେଠାରେ ରେଳ ଫାଟକ ତିଆରି ହୋଇନାହିଁ। 

Train Accident Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe