Advertisment

ପୁଲିସର ଥାର୍ଡ ଡିଗ୍ରୀ ଭୟରେ ଆତ୍ମହତ୍ୟା କଲେ ଯୁବକ !

ଆଜି ତାଙ୍କ ମୃତଦେହ ଗାଁ ନିକଟ ଜଙ୍ଗଲରୁ ମିଳିଛି।

death person relatives

death person relatives

Advertisment

ପୁଲିସର ଥାର୍ଡ ଡିଗ୍ରୀ ଭୟରେ ବେକରେ ରସି ଲଗାଇ ଆତ୍ମହତ୍ୟା କଲେ ଯୁବକ! ମୃତକ ଜଣକ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଧିନ ଶରଡିହା ଗାଁର ରଜପାଣି ପାତ୍ର। ଆଜି ତାଙ୍କ ମୃତଦେହ ଗାଁ ନିକଟ ଜଙ୍ଗଲରୁ ମିଳିଛି। ଏହି ଘଟଣା ପରେ ପୁଲିସ୍ ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୃତ ରଜପାଣିଙ୍କ ପରିବାର ଲୋକେ।

Advertisment

ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳରେ କିଛିଦିନ ତଳେ ଘଟିଥିବା ଏକ ମର୍ଡର କେସରେ ସମ୍ପୃକ୍ତି ନେଇ ପୁଲିସ୍ ରଜପାଣିଙ୍କୁ ରାତିରେ ଘରୁ ଉଠାଇ ନେଇ ପଚରାଉଚାର କରୁଥିଲା। ପରେ ପୁଲିସ ରଜପାଣିଙ୍କୁ ଛାଡି ଦେଇଥିଲା। କିନ୍ତୁ ପୁଲିସର ଥାର୍ଡ ଡିଗ୍ରୀ ଭୟରେ ରଜପାଣି ଗତକାଲି ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ରଜପାଣିଙ୍କ ସ୍ତ୍ରୀ କନ୍ଦିପାଣି ପାତ୍ର କହିଛନ୍ତି, ଗତକାଲି ପୁଲିସ ମାଡ଼ ମାରି ଛାଡ଼ି ଦେବା ପରେ ସ୍ୱାମୀ ଭୟଭୀତ ହୋଇପଡ଼ିଥିଲେ। ପୁଲିସ ମାଡ଼ ମାରିଥିବା ସ୍ଥାନ ଦରଜ ହୋଇଥିବାରୁ ସେ ତେଲ ଘଷି ଦେଇଥିଲେ। ସନ୍ଧ୍ୟାରେ ଶୌଚ ହେବାକୁ ଯାଉଛି ବୋଲି ସ୍ୱାମୀ କହିବା ସହ ଘରୁ ବାହାରିଯାଇଥିଲେ, ହେଲେ ଆଉ ଫେରି ନ ଥିଲେ। ଆଜି ସକାଳୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା।

Advertisment

ଅନ୍ୟପଟେ ପୁଲିସ୍ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ହେଲେ ଏନେଇ କୌଣସି ପ୍ରତିକ୍ରିୟା ଦେଇନି।

Crime Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe