Advertisment

ହାତୀ ଆକ୍ରମଣରେ ଯୁବକ ଆହତ, ଭାଙ୍ଗିଗଲା ଗୋଡ଼

କୌଣସି କାମରେ ସାଇକେଲାରେ ଗଲା ବେଳେ ହାତୀ ସହ ହୋଇଥିଲେ ମୂହାଁମୁହିଁ।

author-image
Jitendra Garnayak
Forest Office

Forest Office

ମୟୂରଭଞ୍ଜ ଜିଲ୍ଲା କରଞ୍ଚିଆ ବନଖଣ୍ଡର ସାତକୋଶିଆ ବନାଞ୍ଚଳ ନିକଟସ୍ଥ ଧାତକିଡ଼ିହା ଗାଁରେ ଆଜି ସକାଳେ ଏକ ଗୋଠଛଡ଼ା ଦନ୍ତା ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।

Advertisment

ଆହତ ଯୁବକଙ୍କ ନାଁ ଭୋଜ ମୋଢ଼େଇ। କୌଣସି କାର୍ଯ୍ୟରେ ଭୋଜ ଆଜି ସକାଳେ ସାଇକେଲ ଯୋଗେ ଯାଉଥିବା ବେଳେ ଧାତକିଡ଼ିହା ଜଙ୍ଗଲ ନିକଟରେ ହାତୀ ସହିତ ମୁହାଁମୁହିଁ ହୋଇଯାଇଥିଲେ। ହାତୀ ଆକ୍ରମଣରେ ଭୋଜଙ୍କ ବାମ ଗୋଡ଼ ଭାଙ୍ଗି ଯାଇଛି।

ଭୋଜଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଘୋଷିପୁରା ଡାକ୍ତରଖାନାକୁ ନିଆଯାଇଥିଲା। ତାଙ୍କ ଅବସ୍ଥା ସ୍ଥିର ରହିଛି। ତେବେ ଛାତିରେ ସାମାନ୍ୟ ଆଘାତ ଲାଗିଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନା ଯିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର।

Advertisment

ଗତକାଲି ହାତୀ ଆକ୍ରମଣରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ମହାଲୁଣ୍ଡା ପଞ୍ଚାୟତ ମାଗୁବେରେଣୀ ଗାଁରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ମୃତ ବ୍ୟକ୍ତିଙ୍କ ନାଁ ସାହେବ ରାଉତ। ସେ ସକାଳେ ଶୌଚ ପାଇଁ ଗାଁ ନିକଟସ୍ଥ ଗଡ଼ିଆକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ।

Elephant Attack