Advertisment

ହତ୍ୟା ଅଭିଯୋଗରେ ଗିରଫ ହୋଇଥିଲେ, ୧୯ ବର୍ଷ ଜେଲ୍ କାଟି ନିର୍ଦ୍ଦୋଷରେ ଖଲାସ୍

ବାରିପଦା (ମାଣିକ ଲାଲ୍ ପାଣି): ଯୌବନରେ ହତ୍ୟା ଅଭିଯୋଗରେ ଜେଲ୍ ଯାଇଥିଲେ। ୧୯ ବର୍ଷ କାଳ ଜେଲର ଅନ୍ଧାରୀ କୋଠରୀରେ ସମୟ କାଟିଲେ। ଆଉ ବାର୍ଦ୍ଧକ୍ୟରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ପ୍ରମାଣ ଅଭାବରୁ ତାଙ୍କୁ ଜିଲ୍ଲା ଦୌରା ଜଜ୍ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଆଉ ଆଜି ଜେଲରେ ମୁକୁଳିବା ପରେ ବେଶ୍ ଖୁସି ହୋଇଛନ୍ତି। ସେ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ବଳରାମପୁର ଗାଁର ହାବିଲ ସିନ୍ଧୁ। ୨୦୦୩ ମସିହା ଜାନୁଆରୀ ୩ ତାରିଖରେ […]

ହତ୍ୟା ଅଭିଯୋଗରେ ଗିରଫ ହୋଇଥିଲେ, ୧୯ ବର୍ଷ ଜେଲ୍ କାଟି ନିର୍ଦ୍ଦୋଷରେ ଖଲାସ୍

habil-sindhu

Advertisment

ବାରିପଦା (ମାଣିକ ଲାଲ୍ ପାଣି): ଯୌବନରେ ହତ୍ୟା ଅଭିଯୋଗରେ ଜେଲ୍ ଯାଇଥିଲେ। ୧୯ ବର୍ଷ କାଳ ଜେଲର ଅନ୍ଧାରୀ କୋଠରୀରେ ସମୟ କାଟିଲେ। ଆଉ ବାର୍ଦ୍ଧକ୍ୟରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ପ୍ରମାଣ ଅଭାବରୁ ତାଙ୍କୁ ଜିଲ୍ଲା ଦୌରା ଜଜ୍ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଆଉ ଆଜି ଜେଲରେ ମୁକୁଳିବା ପରେ ବେଶ୍ ଖୁସି ହୋଇଛନ୍ତି। ସେ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ବଳରାମପୁର ଗାଁର ହାବିଲ ସିନ୍ଧୁ।

Advertisment

୨୦୦୩ ମସିହା ଜାନୁଆରୀ ୩ ତାରିଖରେ ପଡ଼ୋଶୀ ଘରର ଦୁଇ ପୁରୁଷଙ୍କ ସହ ଜଣେ ଦୁଇ ବର୍ଷ ଶିଶୁକୁ ହତ୍ୟା କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ହାବିଲ କୁଆଡେ ଗୁଣିଗାରେଡି ସନ୍ଦେହରେ ତିନି ଜଣଙ୍କୁ ହତ୍ୟା କରି ମୁଣ୍ଡ ଗଣ୍ଡି ଅଲଗା କରି ଫୋପାଡି ଦେବା ସହ ସେମାନଙ୍କ ଯୌନାଙ୍ଗକୁ କାଟି ଦେଇଥିବା ଅଭିଯୋଗ ହୋଇଥିଲା।

ଏ ନେଇ ଯଶିପୁର ଥାନାରେ ଅଭିଯୋଗ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା। ୨୦୦୫ ମସିହାରେ ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ବିଚାର କରି ହାବିଲକୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ଏ ନେଇ ହାବିଲ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ। ଉଚ୍ଚ ନ୍ୟାୟାଳୟ ଏହି ଘଟଣାର ହସ୍ତକ୍ଷେପ କରି ଘଟଣାକୁ ପୁନଃ ବିଚାର ପାଇଁ ମୟୂରଭଞ୍ଜ ଜିଲ୍ଲା ଜଜଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସରକାର ଜଣେ ଆମିକସ୍ କ୍ୟୁରୀ ତଥା ଅବୈତନିକ ଓକିଲକୁ ଯୋଗାଇ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ସେଇ ଦିନ ଠାରୁ ସେ ବିଚାରାଧିନ କଏଦୀ ଭାବେ ଥିଲେ।

Advertisment

ମୟୂରଭଞ୍ଜ ଜିଲ୍ଲା ଦୌରା ଜଜ୍ କୋର୍ଟ ଶୁଣାଣି କରି ୧୧ଜଣ ସାକ୍ଷୀ, ୩୨ଟି ତଦନ୍ତ ରିପୋର୍ଟକୁ ଆଧାର କରି ଉପଯୁକ୍ତ ସାକ୍ଷୀ ପ୍ରମାଣ ଅଭାବରୁ ହାବିଲଙ୍କୁ ନିର୍ଦ୍ଦୋଷରେ ଖଲାସ ପାଇଁ ଆଦେଶ ଦେଇଛନ୍ତି। ତେବେ ହାବିଲଙ୍କ ୧୯ ବର୍ଷ ଜେଲରେ କାଟିବା ନେଇ ଆଇନଜୀବୀ ତଦନ୍ତକାରୀ ଅଫିସରଙ୍କ କାର୍ଯ୍ୟ ଓ ରିପୋର୍ଟ ଉପରେ ଅଙ୍ଗୁଳି ଉଠାଇଛନ୍ତି।

ଅନ୍ୟପକ୍ଷରେ ତିନି ଜଣଙ୍କ ହତ୍ୟା ଅଭିଯୋଗରେ ଜେଲରେ ରହିଥିବା ହାବିଲ୍ ସବୁ ଆଶା ଛାଡ଼ି ଦେଇଥିଲେ। ସେ ଜେଲରୁ ମୁକୁଳିବା ନେଇ କେବେବି ଭାବିନଥିଲେ। ଏପରିକି ନିଜ ପରିବାର ଲୋକଙ୍କୁ ଟଙ୍କା ଖର୍ଚ୍ଚ କରି ଦେଖା କରିବାକୁ ଜେଲ୍ ନଆସିବା ପାଇଁ କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe