Advertisment

ସମସ୍ୟା ଜଞ୍ଜିରରେ ବନ୍ଧା ପଡ଼ିଛି ଶହେ ବର୍ଷ ପୁରୁଣା ହାଟ; ନାହିରେ ତେଲ ମାରି ଶୋଇଛି ପୌରପାଳିକା!

ପୌରପାଳିକା ୫୦ରୁ ୬୦ ଟଙ୍କା ଲେଖାଏଁ ପ୍ରତି ପାଳିରେ ମାହାସୁଲ ଆଦାୟ କରୁଛି। ହେଲେ ହାଟର କୌଣସି ଉନ୍ନତି କରୁନାହାନ୍ତି। ହାଟରେ ଅସାମାଜିକ ଯୁବକମାନେ ଆଡ୍ଡା ଜମାଉଛନ୍ତି।

author-image
Manoranjan Sial
Baripada Hata

Baripada Hata

ବାରିପଦା ସହର ଷ୍ଟେସନ ବଜାରରେ ରହିଛି ଶହେ ବର୍ଷ ପୁରୁଣା ହାଟ। ଏବେ ଏହି ହାଟ ନାନା ଅବ୍ୟବସ୍ଥା ଦେଇ ଗତି କରୁଛି। ଯାହାଫଳରେ ହାଟକୁ ଆସୁଥିବା ବେପାରୀ ଓ ସାଧାରଣ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି। ଗୁରୁବାର ଓ ରବିବାର ବସୁଥିବା ଏହି ହାଟର ପ୍ରତି ପାଳିରେ ହଜାର ହଜାର ଲୋକଙ୍କ ଭିଡ଼ ହେଉଛି। ହେଲେ ହାଟରେ ନାହିଁ ଶୌଚାଳୟ। ବ୍ୟବସାୟୀଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ନାହିଁ। ନିୟମିତ ହାଟରେ ସଫେଇ ହେଉନାହିଁ। ଯୁଆଡେ ଚାହିଁବେ, ସେଆଡେ କୁଢ କୁଢ ଅଳିଆ ପଡ଼ିଛି। ହାଟରେ ଦୁର୍ଗନ୍ଧମୟ ପରିବେଶ। ହାଟରେ ବିଦ୍ୟୁତ ସମସ୍ୟା ରହିଛି।

Advertisment

ବ୍ୟବସାୟୀଙ୍କ କହିବା କଥା ହାଟରୁ ପୌରପାଳିକା ୫୦ରୁ ୬୦ ଟଙ୍କା ଲେଖାଏଁ ପ୍ରତି ପାଳିରେ ମାହାସୁଲ ଆଦାୟ କରୁଛି। ହେଲେ ହାଟର କୌଣସି ଉନ୍ନତି କରୁନାହାନ୍ତି। ହାଟରେ ଅସାମାଜିକ ଯୁବକମାନେ ଆଡ୍ଡା ଜମାଉଛନ୍ତି। ଯେଉଁଥିପାଇଁ ବ୍ୟବସାୟୀ ଓ ହାଟ କରିବାକୁ ଆସୁଥିବା ସାଧାରଣ ଜନତା ନିଜକୁ ଅସୁରକ୍ଷିତ ମଣୁଛନ୍ତି। ପ୍ରଶାସନ ଏ ଦିଗରେ ପଦକ୍ଷେପ ନନେଲେ ହାଟକୁ ବନ୍ଦ କରିଦେବାକୁ ବାଧ୍ୟ ହେବୁ ବୋଲି ବ୍ୟବସାୟୀମାନେ ଚେତାବନୀ ଦେଇଛନ୍ତି।

ହାଟ ବ୍ୟବସାୟୀ ସଂଘ ସଭାପତି ଅସିତ କୁମାର ଘୋଷ କହିଛନ୍ତି, ହାଟଟି ବହୁ ପରୁଣା। ବାହାର ଲୋକ ଆସି ହାଟର ବ୍ୟବସାୟୀଙ୍କୁ ମାଡ଼ ମାରୁଛନ୍ତି। ଏହାଛଡ଼ା ହାଟର ବିକାଶ କରାଯାଉ ନାହିଁ। ବିଦ୍ୟୁତ ଓ ପାଣି ପରି ଅତ୍ୟାବଶ୍ୟକ ବ୍ୟବସ୍ଥା ପ୍ରତି ପ୍ରଶାସନ ଧ୍ୟାନ ଦେଉନାହିଁ। ଏହି ସମସ୍ୟା ସମାଧାନ ନହେଲେ ଆଗାମୀ ଦିନରେ ହାଟ ବନ୍ଦ ରଖିବାକୁ ବୋଲି ଶ୍ରୀ ଘୋଷ ଚେତାବନୀ ଦେଇଛନ୍ତି।

Advertisment
Baripadaହାଟରେ ପଡ଼ିଛି ଅଳିଆ ଆବର୍ଜନା

ବ୍ୟବସାୟୀ ଗୋପାଳ ଧଡା କହିଛନ୍ତି, ଆଗରୁ ହାଟରୁ ଶୁଳ୍ପ ଭାବେ ୧୦ ଟଙ୍କା ଲେଖାଏଁ ଆଦାୟ କରାଯାଉଥିଲା। ଏବେ ଗୁରୁବାର ୬୦ ଟଙ୍କା ଓ ରବିବାର ୪୦ ଟଙ୍କା ଲେଖାଏଁ ଆଦାୟ କରାଯାଉଛି। ଏତେ ଟଙ୍କା ନେଲେ ସୁଦ୍ଧା ହାଟରେ କୌଣସି ବ୍ୟବସ୍ଥା କରାଯାଉନାହିଁ। ହାଟ ବସି ବ୍ୟବସାୟ କରିବାର ବ୍ୟବସ୍ଥା କରାଯାଇ ନାହିଁ। ଯାହାଫଳରେ ବ୍ୟବସାୟୀମାନେ ବେପାର କରିବାରେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏହାଛଡ଼ା ବିଦ୍ୟୁତ ଓ ପୁଣିର ଉତ୍କଟ ସମସ୍ୟା ରହିଛି। ଏଥି ପ୍ରତି କେହି ନଜର ଦେଉନାହାନ୍ତି। ଯେଉଁଥିପାଇଁ ଆମେ ବାଧ୍ୟ ହୋଇ ହାଟ ବନ୍ଦ କରୁଛି ବୋଲି ଗୋପାଳ ଧଡ଼ା କହିଛନ୍ତି।

ରିପୋର୍ଟ-ବାରିପଦାରୁ ମାଣିକ ଲାଲ ପାଣି

Mayurbhanj