Advertisment

ଗଛରେ ଛାପି ହୋଇ ରହିଲେ ମିହିର

ବାରିପଦା (ମାନିକ୍ ଲାଲ୍ ପାଣି): ଆଉ ନାହାନ୍ତି ପ୍ରଖ୍ୟାତ ଓଡ଼ିଆ ସିନେ ତାରକା ମିହିର ଦାସ। ମଙ୍ଗଳବାର ଏକ ଘରୋଇ ହସ୍ପିଟାଲରେ ମିହିର ଦାସ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକ ଓଡ଼ିଆ ସିନେପ୍ରେମୀ ମର୍ମାହତ ହୋଇଛନ୍ତି। ମିହିର ଦାସଙ୍କ ଦେହାନ୍ତ ପରେ ତାଙ୍କୁ ବିଭିନ୍ନ ପ୍ରକାରରେ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଦହିକୋଟି ପଞ୍ଚାୟତ ଅଧୀନ ଆଗଡା ଗ୍ରାମର ଯୁବ ଚିତ୍ରକର ଶିଳ୍ପୀ ସମରେନ୍ଦ୍ର ବେହେରା ମିହିର ଦାସଙ୍କୁ ନିଆରା ଢଙ୍ଗରେ […]

author-image
Ranjit Kumar Jena
ଗଛରେ ଛାପି ହୋଇ ରହିଲେ ମିହିର

mihir-das

ବାରିପଦା (ମାନିକ୍ ଲାଲ୍ ପାଣି): ଆଉ ନାହାନ୍ତି ପ୍ରଖ୍ୟାତ ଓଡ଼ିଆ ସିନେ ତାରକା ମିହିର ଦାସ। ମଙ୍ଗଳବାର ଏକ ଘରୋଇ ହସ୍ପିଟାଲରେ ମିହିର ଦାସ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକ ଓଡ଼ିଆ ସିନେପ୍ରେମୀ ମର୍ମାହତ ହୋଇଛନ୍ତି। ମିହିର ଦାସଙ୍କ ଦେହାନ୍ତ ପରେ ତାଙ୍କୁ ବିଭିନ୍ନ ପ୍ରକାରରେ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଦହିକୋଟି ପଞ୍ଚାୟତ ଅଧୀନ ଆଗଡା ଗ୍ରାମର ଯୁବ ଚିତ୍ରକର ଶିଳ୍ପୀ ସମରେନ୍ଦ୍ର ବେହେରା ମିହିର ଦାସଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

Advertisment

ସମରେନ୍ଦ୍ର ବୁଧବାର ମିହିର ଦାସଙ୍କ ଅବିକଳ ଚିତ୍ର ଏକ ଗଛରେ ଚିତ୍ରିତ ତାଙ୍କୁ ନିଜର ଶ୍ରଦ୍ଧାଞ୍ଜଳି ଜଣାଇ ଶୋକବ୍ୟକ୍ତ କରିଛନ୍ତି। ସମରେନ୍ଦ୍ରଙ୍କ ଦ୍ୱାରା ଚିତ୍ରିତ ଏହି ଅନନ୍ୟ କଳାକୃତି ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସର୍ବଦା ନିଜର ଗଠନମୂଳକ ଏବଂ ନିଆରା କଳାକୃତି ପାଇଁ ପ୍ରଶଂସା ସାଉଁଟିବା ସହିତ ଚର୍ଚ୍ଚାରେ ରହୁଥିବା ଶିଳ୍ପୀ ସମରେନ୍ଦ୍ରଙ୍କ ଆଜିର ଏହି କଳାକୃତି ସମସ୍ତଙ୍କ ହୃଦୟକୁ ବେଶ ଛୁଇଁ ପାରିଛି।

ତେବେ କିମ୍ବଦନ୍ତୀ କଳାକାର ମିହିର ଦାସଙ୍କ ବିୟୋଗ ରାଜ୍ୟବାସୀଙ୍କୁ ଯେତିକି ଆଘାତ ଦେଇଛି, ଗଛରେ ତାଙ୍କର ଅବିକଳ ପ୍ରତିଛବିକୁ ହାତରେ ଆଙ୍କିବାର ପ୍ରୟାସ ସମସ୍ତଙ୍କୁ ସେତିକି ପ୍ରଭାବିତ ମଧ୍ୟ କରିଛି।

Advertisment