Advertisment

ଟାଇମ୍‌ ମାଗାଜିନରେ ମୟୂରଭଞ୍ଜ ଜିଲ୍ଲା, ବିଶ୍ୱର ସର୍ବୋକୃଷ୍ଟ ସ୍ଥାନ ତାଲିକାରେ ସାମିଲ

କେବଳ ଶିମିଳିପାଳ ନୁହେଁ ଜିଲ୍ଲାର ବେଲଗଡ଼ିଆ ରାଜପ୍ରସାଦ, ଏସିଆନ ହାତୀ, ଐତିହାସିକ ମନ୍ଦିର, ମୟୂରଭଞ୍ଜ ଛଉ ନୃତ୍ୟ, ହସ୍ତତନ୍ତ ଡକରା ଓ ସବାଇ ହସ୍ତଶିଳ୍ପ ଇଦ୍ୟାତି ବିଷୟରେ ମଧ୍ୟ ଏହି ପ୍ରମୁଖ ମାଗାଜିନରେ ଉଲ୍ଲେଖ ରହିଛି।

ଅଦ୍ୟତନ ହୋଇଛି
palace

palace

Advertisment

ବିଶ୍ୱର ସମ୍ମାନ ଜନକ ତଥା ପ୍ରମୁଖ ଟାଇମ୍‌ ମାଗାଜିନରେ ସ୍ଥାନ ପାଇଛି ମୟୂରଭଞ୍ଜ ଜିଲ୍ଲା। ‘ଟାଇମ’ ମାଗାଜିନରେ ପ୍ରକାଶିତ ବିଶ୍ୱର ସର୍ବୋକୃଷ୍ଟ ସ୍ଥାନ-୨୦୨୩ ତାଲିକାରେ ମୟୂରଭଞ୍ଜ ଜିଲ୍ଲା ସ୍ଥାନ ପାଇଥିବାରୁ ଜିଲ୍ଲାବାସୀ ବେଶ୍‌ ଉତ୍ସାହିତ ହୋଇ ପଡ଼ିଛନ୍ତି ।  ଟାଇମ୍‌ ମାଗାଜିନ ଅନୁସାରେ ମୟୂରଭଞ୍ଜ ହେଉଛି ବିଶ୍ୱର ଏକମାତ୍ର ସ୍ଥାନ, ଯେଉଁଠି ଆପଣ କଳା ବାଘ ଦେଖିପାରିବା ସହ ବିଭିନ୍ନ ମନୋରମ ସ୍ଥାନ ଭ୍ରମଣ କରି ପାରିବେ। ଏଥିସହ ପ୍ରାକୃତିକ ଶୋଭାରାଜିର ଆନନ୍ଦ ନେଇପାରିବ । 

Advertisment

କେବଳ ଶିମିଳିପାଳ ନୁହେଁ ଜିଲ୍ଲାର ବେଲଗଡ଼ିଆ ରାଜପ୍ରସାଦ, ଏସିଆନ ହାତୀ, ଐତିହାସିକ ମନ୍ଦିର, ମୟୂରଭଞ୍ଜ ଛଉ ନୃତ୍ୟ, ହସ୍ତତନ୍ତ, ଡୋକରା ଓ ସବାଇ ହସ୍ତଶିଳ୍ପ ଇଦ୍ୟାତି ବିଷୟରେ ମଧ୍ୟ ଏହି ପ୍ରମୁଖ ମାଗାଜିନରେ ଉଲ୍ଲେଖ ରହିଛି।

ମାଗାଜିନରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ମୟୂରଭଞ୍ଜରେ ଶିମିଳିପାଳ ଅଭୟାରଣ୍ୟ ବାଦ ଆହୁରି ବହୁତ ମନୋରମ ସ୍ଥାନ ଦେଖି ପାରିବେ। ଏଠାକାର ଜୈବ ବିବିଧତା ସହିତ ହାତୀ, ମହାବଳ ବାଘ ଯେକୌଣସି ପର୍ଯ୍ୟଟକର ମନ ମୋହି ପାରିବ ।

Advertisment

କେବଳ ସେତିକି ନୁହେଁ, ଛଉ ନୃତ୍ୟ ଏହି ଜିଲ୍ଲାକୁ ସ୍ୱତନ୍ତ୍ର ପରିଚୟ ଦେଇଥିବା ବେଳେ ପୁରାତନ ରାଜଉଆସର କାର୍ତ୍ତିରାଜ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହାବାଦ ଡୋକରା, ସବାଇ ଘାସର ସାମଗ୍ରୀ ପରି ହସ୍ତଶିଳ୍ପ ବିଷୟରେ ବି ମାଗାଜିନରେ ଉଲ୍ଲେଖ ଅଛି ।

ମୟୂରଭଞ୍ଜ ରାଜକୁମାରୀ ଅକ୍ଷିତା କୁମାରୀ ମଞ୍ଜରୀ ଭଞ୍ଜଦେଓ ଏହି ଖୁସି ଖବର ଟ୍ୱିଟ ମାଧ୍ୟମରେ ଜଣାଇ ଖୁସି ପ୍ରକାଶ କରିଛନ୍ତି। ଏନେଇ ସେ କହିଛନ୍ତି, ମୟୂରଭଞ୍ଜରେ ପର୍ଯ୍ୟଟନ ଶିଳ୍ପରେ ଅନେକ ସମ୍ଭାବନା ଥିବା ବେଳେ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ପାଇଁ ନିରବଚ୍ଛିନ୍ନ ଉଦ୍ୟମ ଚାଲୁ ରହିଛି।  ମୟୂରଭଞ୍ଜ ଜିଲ୍ଲା ‘ଟାଇମ୍‌’ ମାଗାଜିନରେ ସ୍ଥାନ ପାଇବା ପରେ ଆଗାମୀ ଦିନରେ ମୟୂରଭଞ୍ଜକୁ ବିଶ୍ୱରୁ ବହୁ ବିଦେଶୀ ପର୍ଯ୍ୟଟକ ଆସିବା ସମ୍ଭାବନା ସୃଷ୍ଟି ହୋଇଛି। ଯାହାକି ପରୋକ୍ଷରେ ଜିଲ୍ଲାରେ ଅନେକ ରୋଜଗାର ସୃଷ୍ଟି ସହିତ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ।

ମୟୂରଭଞ୍ଜକୁ ବାଦ ଦେଲେ ଭୁବନେଶ୍ୱରର ଐତିହ୍ୟ କୀର୍ତ୍ତିରାଜି ଓ ଜୟପୁରର ନାକଟି ଡଙ୍ଗର ହିଲ୍ ସଂପର୍କରେ ମଧ୍ୟ ଟାଇମ ମାଗାଜିନରେ ଉଲ୍ଲେଖ କରାଯାଇଛି । ଭାରତର ଆଉ ଏକ ସ୍ଥାନ ଲଦାଖ ମଧ୍ୟ ଟାଇମ ମାଗାଜିନର ଏହି ତାଲିକାରେ ସ୍ଥାନ ପାଇଛି ।

Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe