Advertisment

୭ ସାଙ୍ଗଙ୍କ ସହ ଜଳପ୍ରପାତରେ ଗଧୋଉଥିଲେ, ଭାସିଗଲେ ମେଡିକାଲ ଛାତ୍ର

ସାଙ୍ଗ ହୋଇ ସମସ୍ତେ ଜଳପ୍ରପାତରେ ଗାଧୋଉଥିବା ବେଳେ ଘଟିଛି ଅଘଟଣ।

author-image
Niranjan Mishra
ଅଦ୍ୟତନ ହୋଇଛି
Medical student

Medical student

୭ ସାଙ୍ଗଙ୍କ ସହିତ ବୁଲାବୁଲି କରି ଖୁସି ମନାଇବା ପାଇଁ ଜଳପ୍ରପାତକୁ ଆସିଥିଲେ। ସାଙ୍ଗ ହୋଇ ସମସ୍ତେ ଜଳପ୍ରପାତରେ ଗାଧୋଉଥିବା ବେଳେ ଘଟିଛି ଅଘଟଣ। ସେମାନଙ୍କ ଭିତରୁ ଜଣେ ଡାକ୍ତରୀ ଛାତ୍ର ଜଳପ୍ରପାତ ସୁଅରେ ଭାସି ଯାଇ ପ୍ରାଣ ହରାଇଛନ୍ତି। ଆଜି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ପର୍ଯ୍ୟଟନସ୍ଥଳୀ ଦେବକୁଣ୍ଡରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ବାରିପଦା ପିଆରଏମ ମେଡିକାଲ କଲେଜର ତୃତୀୟ ବର୍ଷର ଛାତ୍ର ଲିପେନ ସାହୁ। ତାଙ୍କ ଘର ବ୍ରହ୍ମପୁର ଥାନା ଗଳନ୍ଥରା ଅଞ୍ଚଳର ବୋଲି ଜଣାଯାଇଛି।

Advertisment

ଗାଧୋଇବା ବେଳେ ଅସାବଧାନତା ଯୋଗୁ ତାଙ୍କର ଗୋଡ଼ ଖସି ଯାଇଥିଲା। ଫଳରେ ସେ ପାଣି ଭିତରେ ବୁଡି ଯାଇଥିଲେ। ତେବେ ସାଥିରେ ଥିବା ସାଙ୍ଗମାନେ ତାଙ୍କ ଜୀବନ ବଞ୍ଚାଇବାରେ ବିଫଳ ହୋଇଥିଲେ। ପରେ ସ୍ଥାନୀୟ ଲୋକେ ତାଙ୍କୁ ପାଣିରୁ ଖୋଜି ବାହାର କରିଥିଲେ। ପାଣିରୁ ଉଦ୍ଧାର କରିବା ପରେ ଶ୍ରୀଦାମଚନ୍ଦ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

ଖବର ପାଇ ଉଦଳା ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି।

Advertisment

ମୃତକଙ୍କ ସାଙ୍ଗ ସତ୍ୟପ୍ରକାଶ ପଣ୍ଡା କହିଛନ୍ତି, ସମସ୍ତ ପାଣି ପାଖରେ ଠିଆ ହୋଇଥିବା ବେଳେ ଲିପେନ୍‌ଙ୍କ ଗୋଡ଼ ଖସି ଯିବାରୁ ସେ ପାଣିରେ ପଡ଼ି ଯାଇଥିଲେ। ବୁଡ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି।

ରିପୋର୍ଟ- ଉଦଳାରୁ ମାନସ ପାଣି

Students Life In Danger Drowning Mayurbhanj