Advertisment

ଘରୁ ଉଠାଇ ନେଇ ନାବାଳିକାକୁ ଗଣ ଦୁଷ୍କର୍ମ!

କରଞ୍ଜିଆ (ଦୀପକ କୁମାର ମହାନ୍ତ): ମୟୂରଭଞ୍ଜ ଜିଲ୍ଲାରେ ପୁଣି ଲଜ୍ଜା । ୧୪ ବର୍ଷର ନାବାଳିକାକୁ ଘରୁ ଟେକି ନେଇ ବଳ ପୂର୍ବକ ଦୁଷ୍କର୍ମ କରାଯାଇଥିବା ନେଇ ସାଙ୍ଘାତିକ ଅଭିଯୋଗ ହୋଇଛି। ଏପରି ଅମାନବୀୟ ଘଟଣା ଘଟିଛି ରରୁଆଁ ଥାନା ଅଞ୍ଚଳରେ । ଗତ ୧୬ ତାରିଖ ରାତିରେ ଘରେ ସମସ୍ତେ ଖାଇ ଶୋଇ ପଡ଼ିଥିବା ବେଳେ ଜଣେ ନାବାଳିକାକୁ ଘରୁ ବଳ ପୂର୍ବକ ପାଟିରେ କପଡ଼ା ଦେଇ ଉଠାଇ ନେଇଥିଲେ ଦୁଷ୍କର୍ମକାରୀ। ଘର ଠାରୁ କିଛି […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ସୁରକ୍ଷା ମାଗିଲେ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର

rape

କରଞ୍ଜିଆ (ଦୀପକ କୁମାର ମହାନ୍ତ): ମୟୂରଭଞ୍ଜ ଜିଲ୍ଲାରେ ପୁଣି ଲଜ୍ଜା । ୧୪ ବର୍ଷର ନାବାଳିକାକୁ ଘରୁ ଟେକି ନେଇ ବଳ ପୂର୍ବକ ଦୁଷ୍କର୍ମ କରାଯାଇଥିବା ନେଇ ସାଙ୍ଘାତିକ ଅଭିଯୋଗ ହୋଇଛି। ଏପରି ଅମାନବୀୟ ଘଟଣା ଘଟିଛି ରରୁଆଁ ଥାନା ଅଞ୍ଚଳରେ ।

Advertisment

ଗତ ୧୬ ତାରିଖ ରାତିରେ ଘରେ ସମସ୍ତେ ଖାଇ ଶୋଇ ପଡ଼ିଥିବା ବେଳେ ଜଣେ ନାବାଳିକାକୁ ଘରୁ ବଳ ପୂର୍ବକ ପାଟିରେ କପଡ଼ା ଦେଇ ଉଠାଇ ନେଇଥିଲେ ଦୁଷ୍କର୍ମକାରୀ। ଘର ଠାରୁ କିଛି ଦୂରରେ ନାବାଳିକାକୁ ଗଣ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଘଟଣାକୁ ନେଇ ନାବାଳିକା ତା’ର ମା'କୁ ଜଣାଇଥିଲା।

ତେବେ ପରିବାର ବର୍ଗଙ୍କ ସହିତ କଥା ହେବା ପରେ ଆଜି ରରୁଆଁ ଥାନାରେ ଦିନ ୩ଟା ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ। ତେବେ ଅଭିଯୋଗ ପାଇବା ପରେ ରରୁଆଁ ଥାନା ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ପୁଲିସ୍ ଅଧିକ ତଦନ୍ତ କରୁଛି।

Advertisment