ବାରିପଦା(ମାଣିକଲାଲ ପାଣି): ସେ ଦେଖି ପାରନ୍ତି ନାହିଁ । କିନ୍ତୁ ରାକ୍ଷୀ କ'ଣ ଅନୁଭବ କରି ପାରନ୍ତି । ଛୁଆ ବେଳୁ ଆଜି ଯାଏଁ ରାକ୍ଷୀ କେଉଁ ରଙ୍ଗ ର ଆଉ କେମିତିକା ଜିନିଷ ଦେଖି ନାହାନ୍ତି କି ରାକ୍ଷୀ ଯେଉଁ ଭାଇଙ୍କୁ ବାନ୍ଧନ୍ତି ତାଙ୍କୁ ମଧ୍ୟ ଦେଖି ନାହାନ୍ତି । ହେଲେ ରାକ୍ଷୀ ପୂର୍ଣ୍ଣିମା ଆସିଲେ ସେ ତପ୍ତର ହୋଇ ଯାଆନ୍ତି । ଆଉ ରାକ୍ଷୀ ବାନ୍ଧି ସେ ବେସ୍ ଖୁସି ହୁଅନ୍ତି । ଆଉ ସେ ହେଉଛନ୍ତି ବାରିପଦାର ସୋମବାରୀ ହାଁସଦା। ଜନ୍ମରୁ ସେ ଦୃଷ୍ଟିହୀନ। ତାଙ୍କ ଆଖିକୁ ବିଲକୁଲ ଦେଖାଯାଏ ନାହିଁ । ହେଲେ ବର୍ଷକୁ ଥରେ ରାକ୍ଷୀ ପୂର୍ଣ୍ଣିମା ଆସିଲେ ସେ ବେସ୍ ଖୁସି।
ସକାଳୁ ଉଠି ଗାଧୁଆ ସାରି ଦୁଇ ଭାଇଙ୍କୁ ଫୁଲ ଚନ୍ଦନ ସିନ୍ଦୂର ଦେଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ଦିଅନ୍ତି । ଆଉ ଏଥି ପାଇଁ ସେ ବର୍ଷ ଯାକ ଅପେକ୍ଷା କରିଥାନ୍ତି ରାକ୍ଷୀ ପୂର୍ଣ୍ଣିମାକୁ । ସୋମବାରୀ କୁହନ୍ତି ସେ ଭାଇ ଆଖିରେ ଦୁନିଆ ଦେଖେ । ଆଉ ସେଇଥିପାଇଁ ସେ ଏଇ ଦିନକୁ କୋଣସି ପ୍ରକାର ହାତ ଛଡା କରନ୍ତି ନାହିଁ । ଭଗବାନଙ୍କୁ ପ୍ରାର୍ଥନା କରେ ମୋ ଭାଇମାନେ ଭଲରେ ରୁହନ୍ତୁ । ଖୁସିରେ ରୁହନ୍ତୁ। ରାକ୍ଷୀ ଏକ ପବିତ୍ର ଜିନିଷ। ଛୁଆ ବେଳୁ ମାଳତୀ ଜଣେ ଦିବ୍ୟାଙ୍ଗ ହେଲେ ମଧ୍ୟ ଜୀବନର ସମସ୍ତ ଉତ୍ସବ ସେ ହାତଛଡ଼ା କରନ୍ତି ନାହିଁ ।