Advertisment

ଗୁଣି ଗାରେଡ଼ି ସନ୍ଦେହର ଉଗ୍ର ରୂପ; ଘରେ ପଶି ୩ ଜଣଙ୍କୁ ହାଣିଲେ ପଡ଼ୋଶୀ

ପରିବାର ଲୋକଙ୍କ ଅସୁସ୍ଥତା ପଛରେ ପଡ଼ୋଶୀଙ୍କ ହାତ ଥିବା ସନ୍ଦେହ ଥିଲା। ପଡ଼ୋଶୀ ଗୁଣିଗାରେଡ଼ି କରୁଥିବାରୁ ସବୁବେଳେ ହନ୍ତସନ୍ତ ହେବାକୁ ପଡ଼ୁଥିବା ସନ୍ଦେହ ମନରେ ଦାନା ବାନ୍ଧୁଥିଲା।

Attack

Attack

Advertisment

ପରିବାର ଲୋକଙ୍କ ଅସୁସ୍ଥତା ପଛରେ ପଡ଼ୋଶୀଙ୍କ ହାତ ଥିବା ସନ୍ଦେହ ଥିଲା। ଏପରିକି ପଡ଼ୋଶୀ ଗୁଣିଗାରେଡ଼ି କରୁଥିବାରୁ ସବୁବେଳେ ହନ୍ତସନ୍ତ ହେବାକୁ ପଡ଼ୁଥିବା ସନ୍ଦେହ ମନରେ ଦାନା ବାନ୍ଧୁଥିଲା। ଶେଷରେ ଏହି ଅନ୍ଧବିଶ୍ୱାସ ଉଗ୍ର ରୂପ ନେଇ ଜଣେ ମହିଳାଙ୍କ ଜୀବନ ନେଲା । ଏହି ଆକ୍ରମଣରେ ମହିଳାଙ୍କ ଦିଅର ଓ ଯା’ ଗୁରୁତର ହୋଇ ମେଡିକାଲ ବେଡରେ ଛଟପଟ ହେଉଛନ୍ତି। ଏପରି ଏକ ହୃଦୟ ବିଦାୟକ ଘଟଣା ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ କାଳିଆ ନାଳ ଗ୍ରାମରେ ଘଟିଛି। ମୃତା ମହିଳାଜଣକ ହେଲେ ଗୌରି ଟୁଡୁ ।

Advertisment

କାଳିଆନାଳ ଗ୍ରାମର ଗୌରି ଟୁଡୁଙ୍କ ପରିବାର ଲୋକେ ଗୁଣିଗାରେଡ଼ି କରୁଥିବାରୁ ସବୁବେଳେ ପରିବାର ଲୋକେ ଅସୁସ୍ଥ ଉକ୍ତ ଗ୍ରାମର ଦୁର୍ଗା ଟୁଡୁ ଅନୁମାନ କରିଥିଲେ। ଏପରିକି ଏଥିନିମନ୍ତେ ଉଭୟ ପରିବାର ମଧ୍ୟରେ ଦୀର୍ଘ ଦିନ ହେବ ତିକ୍ତତା ଲାଗି ରହିଥିଲା।

ଗତକାଲି ସନ୍ଧ୍ୟା ବେଳେ ଦୁର୍ଗା ଟୁଡ଼ୁ ଅତର୍କିତ ଭାବେ ଏକ କୁରାଢ଼ି ଧରି ଗୌରି ଟୁଡୁଙ୍କ ସମେତ ତାଙ୍କ ଦିଅର ଓ ଯା’ଙ୍କୁ ଆକ୍ରମଣ କରିଥିଲେ। ସେମାନେ ରକ୍ତାକ୍ତ ଅବସ୍ଥାରେ ପଡ଼ି ଛଟପଟ ହେଉଥିବା ବେଳେ ଦୁର୍ଗା ଟୁଡ଼ୁ ସେଠାରୁ ଫେରାର ହୋଇ ଯାଇଥିଲେ।

Advertisment

ଗୌରି ଟୁଡୁଙ୍କ ସମେତ ତାଙ୍କ ଦିଅର ଓ ଯା’ଙ୍କ ଚିତ୍କାର ଶୁଣି ଗ୍ରାମବାସୀ ସେମାନଙ୍କୁ ତୁରନ୍ତ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାରିପଦା ମେଡିକାଲ କଲେଜରେ ଗତ ରାତିରେ ଭର୍ତ୍ତି କରାଯାଇଥିଲା। ଆହତଙ୍କ ମଧ୍ୟରୁ ଗୌରି ଟୁଡୁ ନାମ୍ନୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଅଛି। ଅନ୍ୟ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଦୁର୍ଗା ଟୁଡୁଙ୍କୁ ଗିରଫ କରିଛି।

Superstition Deadbody Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe