Advertisment

ଜମି ବିବାଦରୁ ଗଡ଼ିଲା ମୁଣ୍ଡ; ବଡ଼ବାପାଙ୍କୁ ହାଣିଦେଲା ପୁତୁରା

ଜମିବାଡ଼ି ବିବାଦକୁ ନେଇ ପୂର୍ବରୁ ଲାଗି ରହିଥିବା ଶତ୍ରୁତା ଶେଷରେ ରକ୍ତାକ୍ତ ସଂଘର୍ଷର ରୂପ ନେଲା। ଜମି ପାଇଁ ଆଜି ଏକ ପରିବାର ଉଜୁଡ଼ିଗଲା।

Culprit

Culprit

Advertisment

ଜମିବାଡ଼ିକୁ ନେଇ ଲାଗି ରହିଥିବା ପୂର୍ବ ଶତ୍ରୁତାରୁ ହେଲା ରକ୍ତପାତ । ପୁତୁରାର ମରଣାନ୍ତକ ଆକ୍ରମଣରେ ଆଖି ବୁଜିଲେ ବଡବାପା । ଏଭଳି ଏକ ସଙ୍ଗୀନ ଘଟଣା ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକସ୍ଥିତ ନେଦଭାଡ଼ି ଗ୍ରାମରେ ହୋଇଛି । ମୃତକ ହେଲେ ଅନିଲ ମହାନ୍ତ । ଅନିଲଙ୍କୁ ହତ୍ୟା ଅଭିଯୋଗରେ ପୁଲିସ୍‌ ତାଙ୍କ ପୁତୁରା ରାଜେଶ ମହାନ୍ତଙ୍କୁ ବାନ୍ଧିଛି।

Advertisment

ଝାରପୋଖରିଆ ଥାନାରେ ହୋଇଥିବା ଲିଖିତ ଅଭିଯୋଗ ଅନୁଯାୟୀ, ଗଦାଧର ମହାନ୍ତ ଓ ତାଙ୍କ ବଡ଼ ଭାଇ ଅନିଲ ମହାନ୍ତଙ୍କ ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା। ଆଜି ଭୋର ସମୟରେ ଗଦାଧରଙ୍କ ପୁଅ ରାଜେଶ ମହାନ୍ତ ଏକ ଧାରୁଆ କଟୁରୀ ଦ୍ୱାରା ବଡବାପା ଅନିଲ ମହାନ୍ତଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।

ରକ୍ତାକ୍ତ ଅବସ୍ଥାରେ ଅନିଲ ତଳେ ପଡ଼ି ଛଟପଟ ହେବାରୁ ପରିବାର ଲୋକେ ତୁରନ୍ତ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦାସ୍ଥିତ ପିଆରଏମ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

Advertisment

ମୃତକଙ୍କ ପୁଅ ବିକାଶ ମହାନ୍ତ ଏନେଇ ଝାରପୋଖରୀଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଝାରପୋଖରିଆ ପୁଲିସ ସଦଳବଳେ ପହଞ୍ଚି ତଦନ୍ତ କରିଛି। ପୁଲିସକୁ ଦେଖି ଅଭିଯୁକ୍ତ ଖସି ପଳାଉଥିବା ବେଳେ ବିଲ ଭିତରେ ଗୋଡ଼ାଇ ଗୋଡ଼ାଇ ପୁଲିସ୍‌ ତାଙ୍କୁ କାବୁ କରିଥିଲା। ଏହାପରେ ତାଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି ପୁଲିସ୍‌।

Murder Baripada Family Dispute
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe