Advertisment

ଶ୍ମଶାନରେ ଚେଇଁ ଉଠିଲା ମୃତ ଘୋଷିତ ଶିଶୁ!

କରଞ୍ଜିଆ (ଦୀପକ କୁମାର ମହାନ୍ତ): ଡାକ୍ତରଖାନାରେ ଡାକ୍ତର କଲେ ମୃତ ଘୋଷଣା। କିନ୍ତୁ ଶ୍ମଶାନରେ ହଠାତ୍ ଚେଇଁ ଉଠିଲା ମୃତ ଘୋଷିତ ହୋଇଥିବା ନବଜାତ ଶିଶୁ। ଆଜି ଏମିତି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରୁ। ଯେଉଁଠାରେ ସମୟ ପୂର୍ବରୁ ଜନ୍ମ ହୋଇଥିବା ନବଜାତକୁ ଡାକ୍ତର ମୃତ ଘୋଷଣା କରିଥିଲେ। ହେଲେ ଶଶ୍ମାନକୁ ନେଇ ପୋତିବାକୁ ଯାଉଥିବା ବେଳେ ଶିଶୁଟି କାନ୍ଦି ଉଠିଥିଲା। ଏବେ ଏହାକୁ ନେଇ ପ୍ରବେଳ ଉତ୍ତେଜନା ଦେଖା […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଶ୍ମଶାନରେ ଚେଇଁ ଉଠିଲା ମୃତ ଘୋଷିତ ଶିଶୁ!

karanjia

କରଞ୍ଜିଆ (ଦୀପକ କୁମାର ମହାନ୍ତ): ଡାକ୍ତରଖାନାରେ ଡାକ୍ତର କଲେ ମୃତ ଘୋଷଣା। କିନ୍ତୁ ଶ୍ମଶାନରେ ହଠାତ୍ ଚେଇଁ ଉଠିଲା ମୃତ ଘୋଷିତ ହୋଇଥିବା ନବଜାତ ଶିଶୁ। ଆଜି ଏମିତି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରୁ। ଯେଉଁଠାରେ ସମୟ ପୂର୍ବରୁ ଜନ୍ମ ହୋଇଥିବା ନବଜାତକୁ ଡାକ୍ତର ମୃତ ଘୋଷଣା କରିଥିଲେ। ହେଲେ ଶଶ୍ମାନକୁ ନେଇ ପୋତିବାକୁ ଯାଉଥିବା ବେଳେ ଶିଶୁଟି କାନ୍ଦି ଉଠିଥିଲା। ଏବେ ଏହାକୁ ନେଇ ପ୍ରବେଳ ଉତ୍ତେଜନା ଦେଖା ଦେଇଛି।

Advertisment

ଆଜି ଅପରାହ୍ଣ ୨.୦୬ ମିନିଟ ସମୟରେ କରଂଜିଆ ଉପଖଣ୍ଡ ଚିକିତ୍ସାଳୟରେ ରାଇମଣି ମୁଣ୍ଡା ସ୍ୱାମୀ ସୁନିଆ ମୁଣ୍ଡାଙ୍କ ଔରସରୁ ଏକ ଶିଶୁ ଜନ୍ମ ନେଇଥିଲା। ହେଲେ ମେଡିକାଲ କର୍ତ୍ତୃପକ୍ଷ ଶିଶୁଟିକୁ ମୃତ ଘୋଷିତ କରିଥିଲେ। ଯାହା ପରେ ମେଡିକାଲ କର୍ତ୍ତୃପକ୍ଷ ଶିଶୁକୁ ଏକ ବ୍ୟାଗରେ ପୁରାଇ ପରିବାରଙ୍କୁ ହସ୍ତାନ୍ତର କରିଥିଲା।

ଏହାପରେ ମୃତ ଶିଶୁଙ୍କ ପରିବାର ଛୁଆକୁ ନେଇ ନିଜ ପୈତୃକ ଗ୍ରାମ କେନ୍ଦୁଝର ଜିଲ୍ଲାର ଖଡିକାପଦା ଗ୍ରାମରେ ମାଟିଖୋଳି ମାଟିରେ ପୋତିବା ପାଇଁ ଯାଉଥିବା ବେଳେ ଛୁଆଟି କାନ୍ଦି ଉଠିଥିଲା। ଶିଶୁଟି କାନ୍ଦୁଥିବାର ଦେଖି ପରିବାର ଲୋକେ ତୁରନ୍ତ ତାକୁ ଧରି କରଂଜିଆ ଉପଖଣ୍ଡ ଚିକିତ୍ସାଳୟ ଆଣିଥିଲେ।

Advertisment

ତେବେ ଏପରି ଦାୟିତ୍ଵହୀନ କାମ କରିଥିବା କର୍ମଚାରୀ ଏବଂ ଅଧିକାରୀଙ୍କ ବିରୋଧରେ ପରିବାର ଲୋକେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତେବେ ଏ ସମ୍ପର୍କରେ କରଂଜିଆ ଉପଖଣ୍ଡ ଚିକିତ୍ସା ଅଧିକାରୀ କହିଛନ୍ତି ଯେ, ଶିଶୁଟିକୁ କେହି ମୃତ ଘୋଷଣା କରିନାହାନ୍ତି। ତେବେ ବାସ୍ତବତା କ’ଣ ସେ ସମ୍ବନ୍ଧରେ ବିଶେଷ କିଛି ଜାଣିନାହିଁ। ଏହି ଘଟଣାରେ ଆମେ ପୂରା ତଦନ୍ତ କରିବୁ।