Advertisment

ଶବ ଖୋଜୁଛି ମଶାଣି !

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା) ମୃତ୍ୟୁ ପରେ ବି ସମ୍ମାନର ସତ୍କାର ପାଇଁ ଶବକୁ ଜାଗାଟିଏ ମିଲିଲାନି । ଆଉ ସେ ସତ୍କାର ପାଇଁ ସତେ ଜେମିତି ବିକଳ ହୋଇ ଏଠି ସେଠି ବୁଲୁଥିଲା। କରୋନା କାଳରେ ପୂର୍ବରୁ ଅନେକ ଦାରୁଣ ଦୃଶ୍ୟ ସାମ୍ନାକୁ ଆସିଥିବା ବେଳେ ଏବେ ଶେଷକୃତ୍ୟ ପାଇଁ ଶବକୁ ଜାଗାଟିକିଏ ନମିଳିବା ଚର୍ଚ୍ଚାର ବିଷୟ ପାଲଟିଛି। ଶୁକ୍ରବାର  କରୋନାରେ ମୃତ୍ୟୁ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ସତ୍କାର କରିବାକୁ ସ୍ଥାନୀୟ ପ୍ରଶାସନକୁ ନାକେଦମ […]

ଶବ ଖୋଜୁଛି ମଶାଣି !

jmk

Advertisment

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା) ମୃତ୍ୟୁ ପରେ ବି ସମ୍ମାନର ସତ୍କାର ପାଇଁ ଶବକୁ ଜାଗାଟିଏ ମିଲିଲାନି । ଆଉ ସେ ସତ୍କାର ପାଇଁ ସତେ ଜେମିତି ବିକଳ ହୋଇ ଏଠି ସେଠି ବୁଲୁଥିଲା। କରୋନା କାଳରେ ପୂର୍ବରୁ ଅନେକ ଦାରୁଣ ଦୃଶ୍ୟ ସାମ୍ନାକୁ ଆସିଥିବା ବେଳେ ଏବେ ଶେଷକୃତ୍ୟ ପାଇଁ ଶବକୁ ଜାଗାଟିକିଏ ନମିଳିବା ଚର୍ଚ୍ଚାର ବିଷୟ ପାଲଟିଛି। ଶୁକ୍ରବାର  କରୋନାରେ ମୃତ୍ୟୁ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ସତ୍କାର କରିବାକୁ ସ୍ଥାନୀୟ ପ୍ରଶାସନକୁ ନାକେଦମ ହବାକୁ ପଡି ଥିଲା  । ଏପରି ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଦେଖିବାକୁ ମିଳିଛି ।

Advertisment

ସୂଚନା ଅନୁସାରେ ଶୁକ୍ରବାର  ସନ୍ଧ୍ୟାରେ ପାତେପାଣି ଗାଁର  ଜଣେ ବ୍ୟକ୍ତିଙ୍କ କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଥିଲା । ଶନିବାର ସକାଳେ ଡାକ୍ତରଖାନା କର୍ତ୍ତୃପକ୍ଷ ମୃତଦେହକୁ ପୌର ପ୍ରଶାସନକୁ ହସ୍ତାନ୍ତର କରିଥିଲେ । ପୌର ପ୍ରଶାସନ ପ୍ରଥମେ ଗମ୍ଭାରୀଆ ଗାଁ ନିକଟ ନଈ କୂଳକୁ ଶବ ଦାହ ପାଇଁ ନେଇ ଯାଇ ଥିଲେ । ସେଠାରେ ଗ୍ରାମବାସୀ ବିରୋଧ କରିବାରୁ ଶବକୁ ରାଇରଙ୍ଗପୁର ଅଣା ଯାଇ ଥିଲା । ଏହା ପରେ ସହର ମଧ୍ୟରେ ଯାଇଥିବା ଖଡ଼ଖାଇ ନଦୀ କୂଳରେ ୱାର୍ଡ ନମ୍ବର ୭ ନିକଟରେ ଥିବା ପୌରପାଳିକାର ଡ଼ମ୍ପିଙ୍ଗ ୟାର୍ଡ଼ ନିକଟରେ ଶବ ସତ୍କାର କରିବାକୁ ଯାଇ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧର ଶିକାର ହୋଇଥିଲେ  । ଶେଷରେ ରାଇରଙ୍ଗପୁର ସହରରେ ଥିବା ସ୍ମଶାନକୁ ଶବ ସତ୍କାର ପାଇଁ ପ୍ରଶାସନ ନେଇ ଯାଇ ଥିଲେ ଏବଂ ସେଠାରେ ମଧ୍ୟ ସହରବାସୀ ବିରୋଧ କରି ଥିଲେ । ଶେଷରେ ଶନିବାର ରାତିରେ ଟାଉନ ଥାନା ପୁଲିସ ଓ ପୌର ପରିଷଦ କର୍ମଚାରୀ ଶବକୁ ଫେରାଇ ଆଣି ଉପଖଣ୍ଡ ଚିକିତ୍ସାଳୟ ନିକଟରେ ରଖି ଥିଲେ ।

୨୪ ଘଣ୍ଟା ପରେ ମଧ୍ୟ ମୃତଦେହ ସତ୍କାର ନ ହୋଇ ପଡି ରହିବା ଓ ଅସହ୍ୟ ଗରମ କାରଣରୁ ମୃତଦେହରୁ ଗନ୍ଧ ହବାକୁ ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି । ବାରମ୍ବାର ଏପରି ଘଟଣା ଘଟୁଥିଲେ ମଧ୍ୟ ପୌର ପ୍ରସାଶନ ଦ୍ୱାରା କରନାରେ ମୃତ ରୋଗୀଙ୍କ ମୃତଦେହ ସତ୍କାର ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ ନ କରିବା  ପାରିବା ନେଇ  ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe