ବିଜେଡି ମିଶ୍ରଣ ପର୍ବରେ ଖାଇବାକୁ ମିଳିଲାନି, ଭିଡିଓ ଭାଇରାଲ୍

ବାରିପଦା (ମାନିକ୍ ଲାଲ୍ ପାଣି): ଘରୁ ଡାକି ଆଣିଲେ, ହେଲେ ଖାଇବାକୁ ଗଣ୍ଡେ ଦେଲେନି। ଖାଇବାକୁ କ’ଣ ଦେବେ କହିବାରୁ ମାଡ଼ ମାରିବା ସହ ଧମକ ମଧ୍ୟ ଦେଲେ। ସ୍ଥିତି ଏପରି ହେଲା ଯେ ଖାଇବାକୁ ନପାଇ ଲୋକେ ରାସ୍ତା ରୋକ କଲେ। ଏପରି ଏକ ବିବାଦୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ସାନ କେରକ ଗାଁ ଛକରେ। ଏଠାରେ ବିଜେଡିର ମିଶ୍ରଣ ପର୍ବ ଚାଲିଥିଲା। ଏଥିପାଇଁ ଆଖପାଖ ଗାଁ ଲୋକଙ୍କୁ […]

baripada

baripada

Ranjit Kumar Jena
  • Published: Thursday, 30 December 2021
  • Updated: 30 December 2021, 08:48 PM IST

Sports

Latest News

ବାରିପଦା (ମାନିକ୍ ଲାଲ୍ ପାଣି): ଘରୁ ଡାକି ଆଣିଲେ, ହେଲେ ଖାଇବାକୁ ଗଣ୍ଡେ ଦେଲେନି। ଖାଇବାକୁ କ'ଣ ଦେବେ କହିବାରୁ ମାଡ଼ ମାରିବା ସହ ଧମକ ମଧ୍ୟ ଦେଲେ। ସ୍ଥିତି ଏପରି ହେଲା ଯେ ଖାଇବାକୁ ନପାଇ ଲୋକେ ରାସ୍ତା ରୋକ କଲେ। ଏପରି ଏକ ବିବାଦୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ସାନ କେରକ ଗାଁ ଛକରେ।

ଏଠାରେ ବିଜେଡିର ମିଶ୍ରଣ ପର୍ବ ଚାଲିଥିଲା। ଏଥିପାଇଁ ଆଖପାଖ ଗାଁ ଲୋକଙ୍କୁ ଡକା ଯାଇଥିଲା। ନାଚ ଗୀତ କରିବା ପାଇଁ ମହିଳା ଓ ପୁରୁଷ ସଜବାଜ ହୋଇ ଆସିଥିଲେ। ହେଲେ ଆୟୋଜକ ସେମାନଙ୍କୁ ଖାଇବାକୁ ଦେଇ ପାରିଲେ ନାହିଁ। ଲୋକେ ନିଜ ନିଜର ପିଲାଛୁଆଙ୍କୁ ଧରି ସକାଳୁ ଆସିଥିଲେ। ହେଲେ ସେମାନଙ୍କୁ ଖାଇବାକୁ ମିଳିଲା ନାହିଁ। ଯେଉଁକାରଣରୁ ଲୋକେ ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଥିଲେ। ଏପରିକି ସେମାନେ ସ୍ଥାନୀୟ ନେତାଙ୍କୁ ଗାଳିଗୁଲଜ କରିଥିଏ। ଏହାର ଭିଡିଓ ଏବେ ମୋବାଇଲରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି। ଦୀର୍ଘ ସମୟ ଏହି ପରି ହୋହଲ୍ଲା ପରେ ଲୋକେ ନିଜ ନିଜର ଘରକୁ ଫେରି ଯାଇଥିଲେ।

ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଦଳୀୟ ପ୍ରଚାର ପାଇଁ ବିଜେଡି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତୃଣମୂଳ ସ୍ତରରେ କିଭଳି ପ୍ରଚାର ଟଙ୍କା ବାଟ ମାରଣା ହେଉଛି ତାର ଏହା ଏକ ନଗ୍ନ ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ।

ଖୋଦ୍ ବିଜେଡି ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟବେକ୍ଷକ ଅଛନ୍ତି। ଏଭଳି ସ୍ଥିତିରେ ଏଠାରେ ଏବେ ନେତା ମାଳମାଳ ହେଲେ ପ୍ରଚାର ଦୁର୍ବଳ ବୋଲି ଆଲୋଚନା ହେଉଛି। ଏପରି ଅବ୍ୟବସ୍ଥା ଓ ପ୍ରଚାର ମଙ୍ଗୁଆଳ ନେତାଙ୍କୁ ବଦନାମ୍ କରିବ ବୋଲି ରାଜନୈତିକ ସମୀକ୍ଷକ କହୁଛନ୍ତି। ତେବେ ଏ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story